ଦେଶ ର ସୁରକ୍ଷା ସହିତ ସ୍ଵଚ୍ଛତା ଉପର ଜବାନ ଙ୍କ ଗୁରୁତ୍ୱ l

ବଲାଙ୍ଗୀର :- ଓଡ଼ିଶା ର ମାଓ ପ୍ରବଣ ବଲାଙ୍ଗୀର ଜିଲ୍ଲା ର ଆଇନ ଶୃଙ୍ଖଲା ରକ୍ଷା ତଥା ସାଧାରଣ ଜନତା ଙ୍କ ସୁରକ୍ଷା ପାଇଁ ନିୟୋଜିତ 189ବାଟାଲିୟନ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଅସାଜିକ କାର୍ଯ୍ୟ କଳାପ ବିରୁଦ୍ଧରେ ଅଭିଯାନ ଚଳାଇବା ସହିତ ଦେଶକୁ ସୁରକ୍ଷିତ ଏବଂ ପରିବେଶକୁ ସ୍ଵଚ୍ଛତା ରଖିବାରେ ମଧ୍ୟ ଅମୁଲ୍ୟ ଅବଦନ ରହିଛି I 
ଏକ ସ୍ଵଚ୍ଛତା କାର୍ଯ୍ୟକ୍ରମ ରେ ଶ୍ରୀ ପବନ କୁମାର ତିୱାରୀ କମାଣ୍ଡୋ 189ବାଟାଲିୟନ ନିର୍ଦ୍ଦେଶନାରେ ଡି /ଆସିଷ୍ଟାଣ୍ଟ କମାଣ୍ଡୋ ଶ୍ରୀ ଓ଼ମପ୍ରକାଶ ଯାଦବ ଏବଂ ବି 189ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡୋ ଶ୍ରୀ ଲକ୍ଷିଣ୍ଡର ସିଂ, ଶ୍ରୀ ବିଜୟ କୁମାର, ପି. ଲିମସନ ଏବଂ ଯବାନ ମାନେ ଯୋଗ ଦେଇ ବଲାଙ୍ଗୀର ଜିଲ୍ଲା ର ଏୈତିହାସିକ ବିଶ୍ୱ ପ୍ରସିଦ୍ଧ ହରିଶଙ୍କର ପୀଠ ଠାରେ ଥିବା ମନ୍ଦିର ପ୍ରାଙ୍ଗଣ, ପାର୍କ ସ୍ଥାନ, ବସଷ୍ଟାଣ୍ଡ ଆଦି ବିଭିନ୍ନ ଜାଗାରେ ସ୍ଵଚ୍ଛତା ଅଭିଯାନ ର ଅଯୋଜନ କରିଥିଲେ l
 ଏହି ଅଭିଯାନ ସମୟରେ କମାଣ୍ଡୋ ଶ୍ରୀ ଓ଼ମପ୍ରକାଶ ଯାଦବ ଜନସାଧାରଣ ଙ୍କୁ ସୋମଧିତ କରି ଆମ ଦେଶକୁ ପରିଷ୍କାର ଏବଂ ସବୁଜ ସୁନ୍ଦର କାରିବକୁ ପଡିବ ତଥା ଆମ ଆଗାମୀ ପିଢ଼ୀକୁ ଏକ ସୁସ୍ଥ ଏବଂ ସୁନ୍ଦର ଭାରତ ଦେବା କୁ ପଡିବ ବୋଲି କହିଥିଲେ l
 ଏଥିସହ ସେ କହିଛନ୍ତି ସର୍ବସାଧାରଣ ସ୍ଥାନରେ ପରିଷ୍କାର କରବା ପ୍ରତି ଧ୍ୟାନ ଦେବା ଆବଶ୍ୟକ l ଏହି ଅବସର ରେ ଗାଁ ନାନ୍ଦୁପଳା  ହରିଶଙ୍କର ମନ୍ଦିର କମିଟି ସଦସ୍ୟ ଏବଂ ଆଖ ପାଖଅଞ୍ଚଳର ଯୁବକ ମାନେ ଉପସ୍ଥିତ ରହି ଏହି ସ୍ଵଚ୍ଛତା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l(ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !