ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l

ଯାଜପୁର (କଳିଙ୍ଗନଗର) :- ଜିଲ୍ଲାର ଦାନଗଦୀ କ୍ଲଥସ୍ତର ଅଧୀନରେ ଅବସ୍ଥିତ ରାଣୀପଡ଼ା ଗ୍ରାମପଂଚାୟତ ର ସରକାରୀ ପକଳ୍ପ ଉ. ପ୍ରା. ବିଦ୍ୟାଳୟ, ନନ୍ଦକିଶୋରପୁର ର ଆଞ୍ଚଳିକ ସାଧନ କେନ୍ଦ୍ର ରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିମା ରଥ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଶ୍ରୀମତୀ ରଥ ଖାଲି ଶିକ୍ଷାଦାନ କରନ୍ତି ତା ନୁହେଁ ସେ ଜଣେ ସୁଲେଖିକା ମଧ୍ୟ l ସେ ତାଙ୍କ ଜୀବନକାଳ ମଧ୍ୟରେ ଶତାଧିକ ଛାତ୍ରଛାତ୍ରୀ ଙ୍କୁ ସୁଶିକ୍ଷା ପ୍ରଦାନ କରି ମାନବିକତା ର ପରିଚୟ ସୃଷ୍ଟି କରିଛନ୍ତି l ୧୯୮୬ ମସିହାରେ ସେ ଶିକ୍ଷକତା ଆରମ୍ଭ କରି ୨୦୨୩ ମସିହାରେ ଅବସର ଗ୍ରହଣ କରିଛନ୍ତି l ତାଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ଅବସରରେ ନନ୍ଦକିଶୋରପୁର ଉ. ପ୍ରା. ବିଦ୍ୟାଳୟ ର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିମା ଜେନା ସଭାପତିତ୍ବରେ ଆୟୋଜିତ ସଭାରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ରମେଶ ଚନ୍ଦ୍ର ସ୍ଵାଇଁ, ରବିନ୍ଦ୍ର ନନ୍ଦ, ସୌମ୍ୟରଞ୍ଜନ ପତି, ସରୋଜିନୀ ସାହୁ, ସୁକାନ୍ତି ପୃଷ୍ଟି, ସୁବାସିନୀ ଜେନା ଉପସ୍ଥିତ ଥିଲେ l ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ l ଏହାସହିତ ନନ୍ଦକିଶୋରପୁର ଗ୍ରାମର ପୁରୁଖା ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସହିତ ବିଦ୍ୟାଳୟର ପରିଚାଳନା କମିଟି ର ସମସ୍ତ ସଭ୍ଯ ସଭ୍ୟା ଉପସ୍ଥିତ ରହି ଶିକ୍ଷୟିତ୍ରୀ ଶ୍ରୀମତୀ ରଥ ଙ୍କ ଗୁଣଗାନ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !