ଓଡ଼ିଆ ଦୈନିକ ଖବର କାଗଜ 'ମନ୍ଥନ' ର ଚତୁର୍ଦ୍ଦଶ ସ୍ଵନକ୍ଷେତ୍ର ଦିବସ ପାଳନ l


(ସାମ୍ବାଦିକତା ଓ ରାଜନୀତି ପରସ୍ପର ପରିପୂରକ -ସମ୍ପାଦକ ଶରତ ରାଉତ )
ଯାଜପୁର (ବ୍ୟୁରୋ ରିପୋର୍ଟ ):- ଓଡ଼ିଶାର ନିର୍ଭିକ ଓ ନିରପେକ୍ଷ ଦୈନିକ ଖବରକାଗ ଭାବେ 'ମନ୍ଥନ ' ଖୁବ ଜଣାଶୁଣା l ଏହି ଅବସରରେ ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଉତ୍ସବ ପ୍ୟାଲେସ ଠାରେ ପାଳନ ହୋଇଯାଇଛି l ଏହି ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଦେଶ ମହିଳା କଂଗ୍ରେସ କମିଟି ଅଧକ୍ଷା ଶ୍ରୀମତୀ ବନ୍ଦିତା ପରିଡା ଯୋଗଦେଇ ଉତ୍ସବ କୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭବେ ବରିଷ୍ଠ ସାମ୍ବାଦିକ ତଥା ରାଜନୈତିଜ୍ଞ ଓ ସାହିତ୍ୟିକ ଶ୍ରୀଯୁକ୍ତ ମାୟାଧର ନାୟକ ତାଙ୍କ ବକ୍ତବ୍ୟ ରଖିଲେ ଯେ ଆଜିର ଦିନରେ ସାରା ବିଶ୍ୱ ରେ ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ୍ଣ l ବର୍ତ୍ତମାନ ବିଶ୍ୱବାସୀ ତୃତୀୟ ବିଶ୍ୱଯୁଦ୍ଧ କୁ ସାମନ୍ନା କରିବାକୁ ଯାଉଥିବା ବେଳେ ଏହାର ସମାଧାନ ର ବାଟ କେବଳ ସାମ୍ବାଦିକ ଙ୍କ କଲମ ମୁନ ହିଁ ଦେଖାଇବ l ମନ୍ଥନ'ର ସମ୍ପାଦକ ଶରତ ରାଉତ ଙ୍କ ଆଦ୍ୟାକ୍ଷତା ରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବ ରେ ଅନ୍ୟତମ ସମ୍ମାନୀତ ଅତିଥିଭାବେ କରଗିଲ ମହାସମର ର ଯୋଦ୍ଧା କର୍ଣ୍ଣଲ ବିଶ୍ୱେଶ୍ୱର ରାଉତ ଯୋଗଦେଇ ବର୍ତ୍ତମାନ ଖବରକାଗଜ ମାନଙ୍କର ସ୍ଥିତି ଓ ଅବସ୍ଥା ବିଷୟରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ମନ୍ଥନ 'ର ଜିଲ୍ଲା ପ୍ରତିନିଧି ଦୟାନିଧି ନାୟକ ସଭା ପରିଚାଳନା କରିଥିବା ବେଳେ, ମନ୍ଥନ 'ର ଯାଜପୁର ସ୍ୱତନ୍ତ୍ର ପ୍ରତିନିଧି ଆନନ୍ଦ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭାଧର ବରିଷ୍ଠ ସାମ୍ବାଦିକ ମାୟାଧର ନାୟକ, ଗବେଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ପଂଚାୟତରାଜ ପ୍ରତିନିଧି ହରେକୃଷ୍ଣ ସାହୁ, ସାହିତ୍ୟିକା ବିଦ୍ୟୁତଳତା ଦାସ, ଶିକ୍ଷାବିତ ନିର୍ମଳ ଚନ୍ଦ୍ର ରାଉତ, ଡାକ୍ତର ଗୌରୀ ସଙ୍କର ଷଡ଼ଙ୍ଗୀ, ଆଦର୍ଶ ବିଦ୍ୟାଳୟ ସମ୍ମାନ ଜେମ୍ସ ଯାଜପୁରରୋଡ଼, ଖଣି ସୁରକ୍ଷା ସମ୍ମାନ ଇମ୍ଫା 'କାଳିଆପାଣି, ବରିଷ୍ଠ ସାମ୍ବାଦିକ ଜୟନାରାୟଣ ମହାପାତ୍ର, ଆଦର୍ଶ ସମ୍ପାଦକ ରମାକାନ୍ତ ଜେନା ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା l ଏହି ଉତ୍ସବ ରେ ବହୁ ସାହିତ୍ୟିକ, ବୁଦ୍ଧିଜୀବି ଓ ସାମ୍ବାଦିକ ଉପସ୍ଥିତ ଥିଲେ l ମନ୍ଥନ 'ପରିବାରର ସାମ୍ବାଦିକ ଉମାକାନ୍ତ ମହାପାତ୍ର, ମଧୁସୂଦନ ବାରିକ, ଦୀପକ କୁମାର ଗୋଛାୟତ, ସତ୍ୟବାଦୀ ନାୟକ, ଅଜିତ ରଥ, ସୁନୀଲ ସାଗର ଦାସ, ମନୋଜ କୁମାର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ, ବରିଷ୍ଠ ସାମ୍ବାଦିକ ରବି ରାୟ ଧନ୍ୟବାଦ ଅର୍ପଣ କରିଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !