ଯାଜପୁରରେ ମୂର୍ତ୍ତି ଚୋରି ନେଇ ସାମ୍ବାଦିକ ସମ୍ମିଳନୀ ରେ ସ୍ପଷ୍ଟିକରଣ ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ l

RITA VISION NEWS By Umakanta Mohapatra


(ଯାଜପୁରରୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ଚୋରିର ଚେର: ଏସ୍‌ପି) 


ଯାଜପୁର (ପାଣିକୋଇଲି) :- ଯାଜପୁର ଜିଲ୍ଲା ରେ ବାରମ୍ବାର ବିଭିନ୍ନ ଦେବାଳୟ, ମନ୍ଦିରରୁ ମୂଲ୍ୟବାନ ହିନ୍ଦୁ ଦେବାଦେବୀ ଙ୍କ ମୂର୍ତ୍ତୀ ଚୋରୀର ଅଭିଯୋଗ ହୋଇଆସୁଥିଲା l ଏହି ସମ୍ବେଦନଶୀଳ ଘଟଣା ଉପରେ ଜିଲ୍ଲା ପୋଲିସ ତାର ତଦନ୍ତ ଜାରୀ ରଖିଥିଲା l ଏହା ଭିତରେ ଯାଜପୁର ପୋଲିସ କୁ ବହୁ ବଡ ସଫଳତା ମିଳିଛି l ଏହି ମୂଲ୍ୟବାନ ମୂର୍ତ୍ତୀ ଚୋର ଙ୍କ ରାକେଟ ଓଡ଼ଶା ରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଚେର ଥିବା ଯାଜପୁର ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

ଯାଜପୁରରେ ଅନ୍ତଃରାଜ୍ୟ ମୂର୍ତ୍ତି ଚୋରି ରାକେଟ୍ ଠାବ କରିଛି ଜିଲ୍ଲା ଇଣ୍ଟିଲିଜେନ୍ସ ପୋଲିସ ଏହା ସହିତ ୪ ମୂର୍ତ୍ତି ଚୋର କୁ ଗିରଫ କରିବା ସହ ୩୧ଟି ଧାତବ ମୂର୍ତ୍ତି ଜବତ କରିଛି l କିଛିମାସ ବ୍ୟବଧାନରେ ଯାଜପୁର, ଜେନାପୁର ଓ ଧର୍ମଶାଳା ଅଞ୍ଚଳରୁ ବିଭିନ୍ନ ମନ୍ଦିର ରୁ ଚୋରି ହୋଇଥିଲା ଏହି ମୂଲ୍ୟବାନ ଧାତବ ମୃତ୍ତୀ l ଏହାଦ୍ୱାରା ଅନେକ ହିନ୍ଦୁ ଧର୍ମର ଲୋକମାନଙ୍କ ଧାର୍ମିକ ଭାବନାକୁ କୁ ବହୁ ଆଘାତ ଦେଇଥିଲା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !