Posts

Showing posts from January, 2024

ରୋଗୀମାନ ଙ୍କୁ ଫଳ ବଣ୍ଟନ ଓ ରକ୍ତ ଦାନ କଲେ ସାମ୍ବାଦିକ ।

Image
ପାଟଣାଗଡ଼ (ବ୍ୟୁରୋ ରିପୋର୍ଟ) :- ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ତରଫରୁ ରବିବାର ଉପଖଣ୍ଡ ଚିକିତ୍ସାଲୟ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହ ତିନି ଜଣ ଚିକିତ୍ସିତ ହେଉଥିବା ରୋଗୀ ରକ୍ତଦାନ କଲେ ସାମ୍ବାଦିକ |ସଂଘ ର ସଭାପତି କରୁଣା କର ବୁଡ଼େକ ଙ୍କ ନେତୃତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଡାକ୍ତରଖାନର ଦାୟୀତ୍ବ ରେ ଥିବା ଚିକିତ୍ସାଧିକାରୀ ସୁବ୍ରତ ମେହେର ଙ୍କ ସହ ନର୍ସ , କର୍ମଚାରୀ ମାନଙ୍କୁ ନେଇ ସଂଘ ର ଏକ ଲୋଗୋ ଶୁଭ ଉନ୍ମୋଚନ କରାଯାଇ ଥିଲା | ପରେ ସଦସ୍ୟ ମାନେ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ସମସ୍ତ ୱ।ର୍ଡ ର ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିବା ବେଳେ କୁଶାବାହାଲି ,ଦଳଦଳୀ ,ଡାଙ୍ଗବାହାଲ ଗାଁର ଚିକିତ୍ସିତ ହେଉଥିବା ତିନିଜଣ ରୋଗୀ ଙ୍କୁ ରକ୍ତ ଆବଶ୍ୟକ ହେତୁ ସଂଘ ତିନି ଜଣ ସଦସ୍ୟ ତଥା ସାମ୍ବାଦିକ ଚନ୍ଦ୍ରଶେଖର ବରିହା ,ଶେଷଦେବ ସିଂ ନାଏକ ,ରଘୁ ରଣା ରକ୍ତଦାନ କରିଥିଲେ । ସାମ୍ବାଦିକ ମାନଙ୍କ ଏପରି ମହତ କାମ କୁ ଡାକ୍ତର ଶ୍ରୀ ମେହେର ପ୍ରଶଂସା କରିଥିଲେ । ଏଥିରେ ସଂଘ ର ଉପସଭାପତି ଗୋରେଖ ନାଥ ବରିହା , ସଂପାଦକ ବିମଳ କୁମାର ବାଗ , ଉପଦେଷ୍ଟା ଜଗଦୀଶ ଭୋଇ ,ସହ ସଂପାଦକ ଗୁଣନିଧି ପୁଟେଲ , ପ୍ରଦୀପ କୁମାର ପୁରୋହିତ ,ଲଲିତ ମଲ୍ଲିକ , ଚନ୍ଦ୍ରଶେଖର ବରିହା ,ଶେଷଦେବ ସିଂ ନାଏକ , ପିତରାଜ ଧରୁଆ ,ଅଭିମନ୍ୟୁ ବାଗ , ରଘୁନାଥ ରଣା ,ଘନ ବରିହା ,ଦୁର୍ଯ୍ୟୋ

ପୁରୁଣା ବିଜେଡି ସକ୍ରିୟ କର୍ମୀ ଓ ନେତାଙ୍କୁ ବିଧାୟକ ଙ୍କ ଅଣଦେଖା ନେଇ ସାମ୍ବାଦିକ ସମ୍ମିଳନୀ l

Image
ପାଟଣାଗଡ(ବ୍ୟୁରୋ ରିପୋର୍ଟ) :- ବଲାଙ୍ଗୀର ଜିଲ୍ଲା ପାଟଣଗଡ ନିର୍ବାଚନ ମଣ୍ଡଳୀର ପୁରୁଣା ବିଜେଡି ସକ୍ରିୟ କର୍ମୀ ଓ ନେତାଙ୍କୁ ପାଟଣାଗଡ ବିଧାୟକ ସରୋଜ ମେହେର ଅଣଦେଖା କରୁଥିବାନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି । ସାରା ରାଜ୍ୟରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ଏକ ଚର୍ଚ୍ଚିତ ଚେହେରା ଭାବରେ ପରିଗଣିତ ହୋଇଥାଏ ‌। ତେବେ ଏହି ନିର୍ବାଚନ ମଣ୍ଡଳୀରେ ଥିବା ବିଜେଡି ଦଳର ସକ୍ରିୟ କର୍ମୀ ଓ ନେତାମାନେ ବିଧାୟକ ଙ୍କ କାର୍ଯ୍ୟକଲାପକୁନେଇ ଏବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦଳର ପ୍ରଦୀପ ପୁରୋହିତ,ଗୁଲାପ ମେହେର,ତନ୍ନୟ ପାଣିଗ୍ରାହୀ,ଆଲୋକ ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମୀ ଙ୍କ କହିବା ମୁତାବକ ଗତ ୨୦୧୯ ମସିହା ସାଧାରଣ ନିର୍ବାଚନ ପୁର୍ବରୁ ସରୋଜ ଉପଖଣ୍ଡରେ ଜଣେ ଚାଷୀ ସହ ସଫଲ ବ୍ୟବସାୟୀ ଭାବରେ ଜଣାଶୁଣା ଥିଲେ । ତେବେ ୩ ଗୋଟି ବ୍ଲକରେ ବିଜେଡି ଦଲର ବିଭିନ୍ନ ପଦପଦବିରେ ଥିବା ପୁରୁଣା ସକ୍ରିୟ କର୍ମୀ ଓ ନେତାମାନେ ସରୋଜ କୁ ରାଜନୀତି କୁ ଆଣିବା ସ଼ହ ଦଲୀୟ ନିର୍ଦ୍ଦେଶ ମୁତାବକ ପରିଚାଲିତ ହୋଇ ତାଙ୍କ ନେତୃତ୍ବରେ ୨୫ ବର୍ଷର ବିଜେପି ଗଡକୁ ଭାଙ୍ଗିବାରେ ସଫଲ ହୋଇଥିଲେ । ସରୋଜ ପାଟଣାଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ହେବାର କିଛିମାସ ସବୁତକ ଠିକଠାକ ଥିଲା । ପରେ କିନ୍ତୁ ସେ ପୁରୁଣା ସକ୍ରିୟ କର୍ମୀ ଓ ନେତାଙ୍କୁ ଅଣଦେଖାକରି କିଛି ଅନଭିଜ୍ଞ ଦଲୀୟ କର୍ମୀ ଓ ନେତାଙ୍କ ଦ୍ଵାରା ପରିଚାଳ

"ଉଦୟବଟ" ପକ୍ଷରୁ ସ୍ଵତନ୍ତ୍ରତା ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (ବ୍ୟାସନଗର): - ସ୍ଥାନୀୟ ବ୍ୟାସନଗରର ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ‘ଉଦୟବଟ’ କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ୨୬ ତାରିଖ ସକାଳେ ପାଳିତ ହୋଇଯାଇଛି । ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ କୋରାଇ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଟ ସମାଜସେବୀ ରାମଚନ୍ଦ୍ର ବାରିକ, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟକିରାଣୀ ନୃସିଂହ ଚରଣ ବଳ, ଯୁବ ସମାଜସେବୀ ବିଭୂପ୍ରସାଦ ଲେଙ୍କା, ଏନ.ସି ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଅଶ୍ୱିନୀ କୁମାର ଦାସ, ବରିଷ୍ଟ ସାମ୍ବାଦିକ ଉମାକାନ୍ତ ମହାପାତ୍ର, ଶ୍ରମିକ ନେତା ଅରୁଣ ଦାସ, ସାଇ ସେବା ସଂସ୍ଥାର ରାହାସ ବିହାରୀ ପଣ୍ଡିତ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟତା ଉପରେ ସାରଗର୍ଭକ ଭାଷଣ ରଖିଥିଲେ । ଦେଶର ଅଖଣ୍ଡତା ପାଇଁ ସମସ୍ତଙ୍କ ହୃଦୟରେ ସଦା ଦେଶପ୍ରେମର ଭାବ ଉଦ୍ରେକ ହେବା ସଂଗେ ସଂଗେ ଦେଶ ତଥା ରାଜ୍ୟର ଉନ୍ନତି ପାଇଁ ସମସ୍ତେ ସମ୍ବିଧାନକୁ ସମ୍ମାନର ସହ ମାନିବା ସହିତ ସାଧୁ ଉପାୟରେ ପରିଶ୍ରମ କରିବା ଉପରେ ‘ଉଦୟବଟ’ର ସଂପାଦକ ଶ୍ରୀ ରାଉ

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ବାରା ଭ୍ରାମ୍ୟମାଣ ସାକ୍ଷରତା ପ୍ରକଳ୍ପର ଶୁଭାରମ୍ଭ l

Image
ଯାଜପୁର (କଳିଙ୍ଗନଗର ) : - ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ଏଚ୍‌ପି ଇଂକ୍‌ର ମିଳିତ ଉଦ୍ୟମରେ ‘କୌଶଲ୍ୟାନ’ –ଡିଜିଟାଲ ଭ୍ରାମ୍ୟମାଣ ଦକ୍ଷତା ବିକାଶ ଲ୍ୟାବ୍ ବୁଧବାର ଯାଜପୁର ଜିଲ୍ଲା ଦାନଗଦିସ୍ଥିତ ଟମକା ହାଇସ୍କୁଲରେ ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡାଇ ଟାଟା ଷ୍ଟିଲ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍,ଏଚ୍‌ପି ଇଣ୍ଡିଆ ଏବଂ ସୋସାଇଟି ଫର୍ ଅଲରାଉଣ୍ଡ ଡେଭଲପମେଟ୍( ଏସ୍ଆରଡି)ର ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କମ୍ପ୍ୟୁଟରକୁ ଭ୍ରାମ୍ୟମାଣ ଯାନରେ ଆଣି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସ୍ଥାନୀୟ ଯୁବକମାନଙ୍କୁ ଟେକ୍ନୋଲୋଜିର ସୁବିଧା ପହଂଚାଇବା ଉଦ୍ଦେଶ୍ୟରେ କୌଶଲ୍ୟାନ ଏକ ପଦକ୍ଷେପ । ଏହାବ୍ୟତୀତ ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ ଅନୁଷ୍ଠାନ ଗୁଡ଼ିକ ସହ ମଧ୍ୟ ଯୋଗାଯୋଗ କରାଯିବ ।‘କୌଶଲ୍ୟାନ’ରୁ ଉପକୃତ ହେଉଥିବା ଛାତ୍ରଛାତ୍ରୀମାନେ ଦିକ୍ଷା, ସ୍ଵୟଂ, ଇ-ସ୍କିଲ୍ ଇଣ୍ଡିଆ ଭଳି କେନ୍ଦ୍ର ସରକାରଙ୍କ ଜାତୀୟ ପୋର୍ଟାଲ୍‌ରେ ମଧ୍ୟ ପରିଚିତ ହେବେ । ୨୦୨୦ର ‘ଜାତୀୟ ଶିକ୍ଷା ନୀତି’ର ଧନ୍ଦାମୂଳକ ଶିକ୍ଷା ଏଜେଣ୍ଡା ସହ ଯୋଡ଼ି ହୋଇ ଏହି ଭ୍ରାମ୍ୟମାଣ କମ୍ପ୍ୟୁଟର ଲ୍ୟାବ୍ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ଅବହେଳିତ ପୃଷ୍ଠଭୂମିର ଯୁବଗୋଷ୍ଠୀମାନଙ୍କ ପାଇଁ ବଜାର ସମ୍ବନ୍

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ଜମିଦାର ସହିଦ ବୀର ମାଧୋ ସିଂ ବରିହାଙ୍କ ୧୬୫ତମ ସହିଦ ଦିବସ ପାଳିତ l

Image
 ବଲାଙ୍ଗିର(ବ୍ୟୁରୋ ରିପୋର୍ଟ) :- ଜ଼ିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରସିଦ୍ଧ ଧାର୍ମିକ ସ୍ଥଳୀ ହରିଶଙ୍କର ମନ୍ଦିର ତଥା ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ଘେଁସ ଜମିଦାର ମାଧୋ ସିଂ ଙ୍କ ଜିଲ୍ଲା ସ୍ତରୀୟ ସହିଦ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ବିଶାଳ ବିରତା ଦିବସ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଏବଂ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟ ବାସିନୀ ବିଂଝାଲ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା l ବିଶାଳ ବିରତା ଦିବସ ମହୋତ୍ସବ ପାଳନ ରେ ଆଦିବାସୀ ମାନେ ପାରମ୍ପରିକ ବେସଭୁଷା ରେ ସଜ୍ଜିତ ହୋଇ ନୃତ୍ୟ ଗୀତ ତାଳେ ତାଳେ ପ୍ରଥମେ ନାନ୍ଦୁପଳା ଗ୍ରାମରେ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମହୋଦୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ପରେ ବିରତା ଦିବସ ମହୋତ୍ସବ ସଭାରେ ଭାରତୀୟ ସ୍ୱାଲାଖ ବିନ୍ଧ୍ୟ ବାସିନୀ ବିଂଝାଲ ସମାଜ ର ଜିଲ୍ଲାସଭାପତି ଚନ୍ଦ୍ର ଶେଖର ବାଗ ଙ୍କ ଅଧ୍ୟକ୍ଷତାରେ ଉତ୍ସବ ସଭା ହୋଇଥିଲା l ଏହି ମହାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶୋଇ,ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଶ୍ୟ

ଝାଡେଶ୍ୱର କଲେଜରେ ନୂଆ ଓ,ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l

Image
ଯାଜପୁର :- ଦାନଗଦୀ ବ୍ଲକ ଅନ୍ତର୍ଗତ ଟୋଲକାନୀ ସ୍ଥିତ ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜର ମିଳିତ ଆନୁକୁଲ୍ୟରେ ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ଯୁଗଳ କିଶୋର ହୋତା ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଇଂଜିନିୟର ପ୍ରୀତିରଞ୍ଜନ ଘଡ଼ାଇ, ମୁଖ୍ୟବକ୍ତା ଭାବେ କଲେଜର ପ୍ରତିଷ୍ଠାତା ଦୀନବନ୍ଧୁ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଦାନଗଦୀ ବ୍ଲକର ଅଧକ୍ଷା ଅର୍ଚ୍ଚନା ଦାସ, ଉପାଧ୍ୟକ୍ଷ ଅଜୟ କୁମାର ବିନ୍ଧାଣୀ, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ରେ ଏହି କାର୍ଯ୍ୟକ୍ରମ ପୂର୍ଣ୍ଣ ସହାୟତା କରିବ ବୋଲି ମତବ୍ୟକ୍ତ କରିଥିଲେ । ଯୁକ୍ତ ତିନିର ଅଧ୍ୟକ୍ଷ ବିଜୟ କୁମାର ସାହୁ ପୁରସ୍କାର ବିତରଣ କାର୍ଯ୍ୟ ସହ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ଲୋରୀୟା ମହାନ୍ତି ସଂଯୋଜନା କରିଥିଲେ । ଗାୟିକା ଜ୍ୟୋତ୍ରିମୟୀ ସଙ୍ଗୀତ ପରିବେଷଣ କରିଥିଲେ ଓ ଅଭିନେ