ତିନିଦିନିଆ ଦିଲ୍ଲୀଗସ୍ତ ରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ l

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂଦେଓ । ରାଜ୍ୟରେ ବିଜେପି ସରକାର କରିବା ପରେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରେ ଏହା ପ୍ରଥମ ଦିଲ୍ଲୀ ଗସ୍ତ ।ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିବେ । ଏଥିସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅମିତ ଶାହାଙ୍କୁ ମଧ୍ୟ ଭେଟିବେ।ବିକଶିତ ଓଡ଼ିଶା ପାଇଁ ମୋଦୀ ଯେଉଁ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି ସେହି ମନ୍ତ୍ର ନେଇ ଫେରିବେ ନୂଆ ସରକାରର ଶୀର୍ଷ ନେତୃତ୍ୱ । ମୋଦୀ ଗ୍ୟାରେଂଟିକୁ କିଭଳି ରାଜ୍ୟରେ ଉପଯୋଗ କରାଯାଇ ପାରିବ ଏବଂ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ ସେନେଇ ପ୍ରସ୍ତୁତି କରିବ ରାଜ୍ୟ ୟୁନିଟ ।ଆଜି ମଧ୍ୟାହ୍ନ ଗୋଟାଏରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେ଼ହିପରି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଓ ଦୁଇ ମୁଖ୍ୟମନ୍ତ୍ରୀ ଭେଟି ରାଜ୍ୟ ପ୍ରସଙ୍ଗରେ ଆଲୋଚନା କରିବା ସହ ରଥଯାତ୍ରାକୁ ନିମନ୍ତ୍ରଣ କରିବାର ସୂଚନା ରହିଛି। ଏଥିସହ ସେମାନେ ବିଜେପିର କିଛି ଶୀର୍ଷ ନେତୃତ୍ୱଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !