ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରିବେ ମହାମହିମ ରାଷ୍ଟ୍ରପତି l

ନୂଆଦିଲ୍ଲୀ (ବ୍ୟୁରୋ ରିପୋର୍ଟ) :- ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଷ୍ଟାଦଶ ଲୋକସଭା ଏବଂ ୨୬୪ତମ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ରଖିବେ ମହାମହିମ୍ ।ଆଗାମୀ ବର୍ଷ ପାଇଁ ଏନଡିଏ ସରକାରର ପ୍ରାଥମିକତା, କାର୍ଯ୍ୟକ୍ରମ ଓ ନୀତିର ରୂପରେଖ ସଂସଦରେ ରଖିବେ ରାଷ୍ଟ୍ରପତି । ଗତ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ମଧ୍ୟ ଆଲୋକପାତ କରିବେ । ରାଷ୍ଟ୍ରପତି ଭବନରୁ ଦ୍ରୌପଦୀ ମୁର୍ମୁ ଅଶ୍ୱାରୋହୀ ଅଙ୍ଗରକ୍ଷକଙ୍କ ସହ ସଂସଦ ଭବନରେ ପହଂଚିବେ । ପ୍ରଧାନମନ୍ତ୍ରୀ ମୋଦୀ, ଲୋକସଭା ଓ ରାଜ୍ୟସଭାର ଅଧିକାରୀ ତାଙ୍କୁ ସଂସଦର ଗଜଦ୍ୱାରରେ ସ୍ୱାଗତ କରିବେ ।ସମ୍ବିଧାନର ଧାରା ୧୮ ଅନୁସାରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ପରେ ସଂସଦର ମିଳିତ ଅଧିବେଶନ କୁ ରାଷ୍ଟ୍ରପତି ସମ୍ବୋଧିତ କରିବାର ନିୟମ ରହିଛି। ଦୁଇ ଦିନ ହେବ ଲୋକସଭାର ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ ହୋଇସାରିଥିବାବେଳେ ଆଜିଠୁ ଆରମ୍ଭ ହେବ ରାଜ୍ୟସଭାର ଗୃହକାର୍ଯ୍ୟ। ସେପଟେ ଜୁଲାଇ ୨ ଏବଂ ୩ ତାରିଖରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ।ରାଷ୍ଟ୍ରପତି ନିଜ ଅଭିଭାଷଣରେ ମୋଦୀ ସରକାରଙ୍କ ୧୦ ବର୍ଷର କାର୍ଯ୍ୟକାଳର ଉପଲବ୍ଧି ବାବଦରେ ଉଲ୍ଲେଖ କରିପାରନ୍ତି । ଅନ୍ୟପଟେ ବିରୋଧୀ ନିଟ-ୟୁଜିରେ କଥିତ ଅନିୟମିତତା, ୟୁଜିସି-ନେଟ ପରୀକ୍ଷା ରଦ୍ଦ, ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ପଶ୍ଚିମବଙ୍ଗରେ ଟ୍ରେନ ଦୁର୍ଘଟଣା, ଦେଶରେ ମହଙ୍ଗା ମାଡ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !