ପୋଲିସ କବଜାରେ ୧୦୦ କୋଟି ମାଗିଥିବା ବିଦ୍ୟାଳୟ କବ୍ଜା କାରୀ l

ସୁନ୍ଦରଗଡ଼(ବ୍ୟୁରୋ ରିପୋର୍ଟ) :- ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ବଡ଼ଜଲ ବିଦ୍ୟାଳୟ କୁ କବ୍ଜା କରି ଆତଙ୍କରାଜ ଚଳାଇଥିବା ବ୍ୟକ୍ତି ଧନୀ ମୁଣ୍ଡା ଧରାପଡିଲା , ତୀର ଓ ବାଟୁଳି ଧରି ବିଦ୍ୟାଳୟ ରେ ଚଳାଇଥିଲା ଆତଙ୍କରାଜ । ଦୀର୍ଘ ପାଞ୍ଚ ଦିନ ଧରି ପୋଲିସ ବିଫଳତା ପରେ ଡିଭିଏଫ ଟିମ ଚତୁରତାର ସହ ବିଦ୍ୟାଳୟ ତୃତୀୟ ମହଲାରୁ କାବୁ କରିଛି ଧନୀ ମୁଣ୍ଡା କୁ । ତୀର, ବାଟୁଳି, ଅନ୍ୟାନ୍ୟ ସାମଗ୍ରୀ ଜବତ କରି ମହଲପଦା ଥାନାକୁ ତାଙ୍କୁ ନିଆଯାଇଛି। ପାଞ୍ଚ ଦିନ ହେଲା ହେଲା ବିଦ୍ୟାଳୟକୁ କବ୍ଜା କରି ରଖିଥିଲା ଏହି ବ୍ୟକ୍ତି ଜଣଙ୍କ । ବିଦ୍ୟାଳୟ ଛାତ ଉପରେ ରହି ଧନୁ ତୀର ଓ ବାଟୁଳି ଧରି ଆତଙ୍କରାଜ ଚଳାଇଥିଲା । ବିଦ୍ୟାଳୟ ର ମଧ୍ୟାହ୍ନଭୋଜନ ଚାଉଳ ନେଇ ଛାତ ଉପରେ ରୋଷେଇ କରି ଖାଉଥିଲା । ତାଙ୍କ ଆତଙ୍କରାଜରେ ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ । ବିଦ୍ୟାଳୟ ର ପ୍ରଧାନଶିକ୍ଷକଙ୍କୁ ବାଟୁଳି ଦ୍ବାରା ଆକ୍ରମଣ କରିବା ପରେ ପ୍ରଧାନଶିକ୍ଷକ ଥାନାରେ ଜଣାଇ ଥିଲେ l ତାଙ୍କୁ କାବୁ କରିବାକୁ ଯାଇଥିବା ମହୁଲପଦା ଥାନା ଆଇଆଇସି ସୁରେଶ ପ୍ରଧାନଙ୍କୁ ସେ ତୀର ମାରି ଦେଇଥିଲେ। ବିଦ୍ୟାଳୟ ଛାତ ଉପରେ ଥିବା ଧନୀ ମୁଣ୍ଡାକୁ କାବୁ କରିବାକୁ ବଣାଇ ଏସ୍‌ଡିପିଓଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ଫୋର୍ସ ଓ ନିକଟସ୍ଥ ୩ଟି ଥାନାର ଆଇଆଇସି ଉଦ୍ୟମ ଚଳାଇଥିଲେ । ସନ୍ଧାନୀ କୁକୁରକୁ ଓ ଡ୍ରୋନ ମଧ୍ୟ ଏହି ଅପରେସନରେ ସାମିଲ କରାଯାଇଥିଲା । ଶେଷରେ କାବୁ ହୋଇଛି ଧନୀ । ସେ ୮ ପୃଷ୍ଠା କାଗଜ ଲେଖାରେ ଏକ ଶହ କୋଟି ଟଙ୍କା ଦାବି କରିଥିଲା l ଘଟଣାଟି ଯେତିକି କୌତୁହଳପୂର୍ଣ୍ଣ ସେତିକି ମର୍ମସ୍ପର୍ଶୀ ଥିଲା l କହିକି ଓ କେଉଁ ଉଦ୍ଦେଶ୍ଯ ରଖି ସେ ଏହିଭଳି କାଣ୍ଡ ଘଟାଇଥିଲା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !