ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟିତ l

ଯାଜପୁର (କଳିଙ୍ଗନଗର) ୧୨/୧୧ :-  ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଦାନଗଦୀ ବ୍ଲକ ଚାନ୍ଦିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଚାନ୍ଦିଆ ଗ୍ରାମରେ ଏକ ନୂତନ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହା ଆଖପାଖ ପରିବାରର ପାଖାପାଖି ୫୦ ଜଣ ପିଲାଙ୍କୁ ପ୍ରାରମ୍ଭିକ ଶୈଶବ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସାମଗ୍ରିକ ଶିଶୁ ବିକାଶ ସେବା ପ୍ରଦାନ କରିବ।

ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ)ର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତି ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର ୱାର୍କର୍ସ ୟୁନିୟନ (ଟିଏସକେଡବ୍ଲୁୟୁ)ର ସଭାପତି ରବୀନ୍ଦ୍ର କୁମାର ଜାମୁଦା, ଦାନଗଦୀର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ନନ୍ଦିନୀପ୍ରଭା ଲେଙ୍କା, ଚାନ୍ଦିଆ ପଞ୍ଚାୟତର ସରପଞ୍ଚ ପାଣ୍ଡୁ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଟାଟା ଷ୍ଟିଲ ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦଙ୍କ ସମେତ ଅନ୍ୟ ଟିଏସକେ, ଟିଏସଏଫ ଓ ଟିଏସକେଡବ୍ଲୁୟୁ ଅଧିକାରୀ, ସ୍ଥାନୀୟ କମ୍ୟୁନିଟି ସଦସ୍ୟ, ଅଙ୍ଗନୱାଡି କର୍ମୀ ଓ ଶିଶୁମାନେ ଉପସ୍ଥିତ ଥିଲେ।

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହାୟତାରେ ନିର୍ମିତ ଏହି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଭବିଷ୍ୟତରେ ସ୍ଥାନୀୟ ଅଞ୍ଚଳର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ସ୍ଥାନୀୟ ଅଞ୍ଚଳର ଛୋଟ ପିଲାଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କଳିଙ୍ଗନଗର ଅଞ୍ଚଳରେ ପ୍ରାରମ୍ଭିକ ଶିଶୁଯତ୍ନ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ସ୍ଥାୟୀ ଓ ପ୍ରଭାବଶାଳୀ ପଦକ୍ଷେପ ମାଧ୍ୟମରେ ସାମାଜିକ ବିକାଶ ଏବଂ ଭବିଷ୍ୟତ ପିଢ଼ିକୁ ସଶକ୍ତ କରିବା ଦିଗରେ ଟାଟା ଷ୍ଟିଲ୍ ର ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l