ଝାଡେଶ୍ୱର ଜୁନିୟର କଲେଜରେ ବିଶ୍ଵ ଏଡ଼ସ୍ ଦିବସ ପାଳନ l
ଯାଜପୁର (ଦାନଗଦୀ) ତା.୦୧/୧୨ : - ଦନଗଦୀ ବ୍ଲକ ଟୋଲକାନୀସ୍ଥିତ ଝାଡେଶ୍ୱର ଜୁନିୟର କଲେଜରେ ବିଶ୍ଵ ଏଡ଼ସ୍ ଦିବସ ରବିବାର ଦିନ ପାଳିତ ହେଇଯାଇଛି। ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ସଚିବାଳୟର ସହରୀ ବିକାଶ ବିଭାଗର ନିର୍ଦ୍ଦେଶକ ତଥା ସ୍ବାସ୍ଥ୍ୟ ବିଭାଗର ପ୍ରାକ୍ତନ ଯୁଗ୍ମସଚିବ ପ୍ରେମାନନ୍ଦ ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଡିଗ୍ରୀ କଲେଜର ଅଧ୍ୟକ୍ଷ ବିଜୟ କୁମାର ସାହୁ, ଟମକା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌତମ ଚରଣ ଜେନା, ଅଧ୍ୟାପକ ରଞ୍ଜନ କୁମାର ଖଣ୍ଡା, ଅଧ୍ୟାପିଆ ସିଲନ ପ୍ରଭା ନାୟକ, ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ଏଚ. ଆଇ. ଭି. ସଂକ୍ରମଣ ଜନିତ ଏଡ଼ସର ଭୟାବହତା ଉପରେ ଚିନ୍ତା ପ୍ରକଟ କରି ଏହାର ଦୂରୀକରଣ ନିମନ୍ତେ ସଚେତନତା କୁ ଗୁରୁତ୍ଵ ଦେବାକୁ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀ ଆତ୍ମ ସଂଯମତା ରକ୍ଷା ସୃଷ୍ଟି କରିବାର ପ୍ରମୁଖ ଭୂମିକା ଗ୍ରହଣ କରେ, ଏହି ରୋଗକୁ ଅନେକାଂଶରେ ପ୍ରଶମିତ କରାଯାଇ ପାରିବ ବୋଲି ଆସ୍ତା ପ୍ରକଟ କରିଥିଲେ। ଏହି ମହାମାରୀକୁ ମୂଳୋତ୍ପାଟନ କରିବା ପାଇଁ ସମସ୍ତ ଛାତ୍ରଛାତ୍ରୀ ଶପଥ ପାଠ କରିଥିଲେ। ପ୍ରାରମ୍ଭରେ ଛାତ୍ରୀ ଜିନାରାଣୀ ରଣା ଓ ଶୁଭଶ୍ରୀ ବେହେରା ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ। ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଗୋବର୍ଦ୍ଧନ ସାହୁ ସ୍ବାଗତ ଭାଷଣ , ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଏହି କଲେଜର ପୁରାତନ ଛାତ୍ର ପ୍ରେମାନନ୍ଦ ପୃଷ୍ଟି ଓ ଗୌତମ ଚରଣ ଜେନାଙ୍କୁ ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡା ଉତ୍ତରୀୟ ଓ ଫୁଲତୁଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ଏଡ଼ସ ସଚେତନତା ସମ୍ପର୍କିତ କବିତା ପାଠକରି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥିରେ କର୍ମଚାରୀ ସୁକାନ୍ତ କୁମାର ସାହୁ, ନାରାୟଣ ସାହୁ, ସୁଶାନ୍ତ କୁମାର ପଣ୍ଡା, ବ୍ରିଜେଶ ବେହେରା ପ୍ରମୁଖ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କମାନେ ସହଯୋଗ କରିଥିଲେ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.