ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଠାରେ "ଜିଜ୍ଞାସା କର୍ମଶାଳା" l
ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) :- ୩୧ତମ ଜିଜ୍ଞାସା କର୍ମଶାଳା
ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଚଳିତ ବର୍ଷ ଡ଼ିସେମ୍ବର ମାସ ୨୫ ତାରିଖ ରୁ ଡ଼ିସେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଢେଙ୍କାନାଳ ପରିସର ରେ "ଜିଜ୍ଞାସା କର୍ମଶାଳା" ବହୁତ ଆଡମ୍ବର ସହକାରେ ପାଳନ ହେବାକୁ ଯାଉଛି l 
ଉକ୍ତ ସମାରୋହ ରେ ଅନୁଷ୍ଠାନ ର ପୁରାତନ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ ରେ ଅଧ୍ୟୟନରତ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦାନ କରି ଏହାକୁ ଅତ୍ୟନ୍ତ ମନୋରମ ପରିବେଶ ରେ ସଫଳ ରୂପାୟନ ନିମନ୍ତେ ପ୍ରସ୍ତୁତ ଅଛନ୍ତି lଏହି କର୍ମଶାଳା ରେ ଜଣା ଅଜଣା କାର୍ଯ୍ୟକ୍ରମ,ବୃକ୍ଷରୋପଣ ,ପାଠଚକ୍ର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି l
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.