Posts

ଗଣେଶ ସ୍ପୋଟିଙ୍ଗ କ୍ଲବ ପକ୍ଷରୁ ୧୨ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ l...

Image
ଯାଜପୁର /ସୁକିନ୍ଦା - ଆଜି ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ପିମ୍ପୁଡିଆ ଗ୍ରାମପଞ୍ଚାୟତ ର ନୂଆଡିହ ଠାରେ ୧୨ତମ ଗଣେଶ ସ୍ପୋଟିଂ କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୮ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚ୍ ରେ ଗଣେଶ ସ୍ପୋଟିଂ ନୂଆଡିହ ଓ ସ୍ପୋର୍ଡସ୍ କ୍ଲବ ଦାମୋଦରପୁର ମଧ୍ୟରେ ଖେଳିଯାଇଥିଲା। ପ୍ରଥମେ ଟସ୍ ଜିତି ଦାମୋଦର ପୁର ବ୍ୟାଟିଙ୍ଗ୍ କରିଥିଲା। ୧୫ଓଭର ବିଶିଷ୍ଟ ମ୍ୟାଚ୍ ରେ ୭ ୱିକେଟ ହରେଇ ୧୬୫ ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ ନେଇ ନୂଆଡିହ ୮ ଓଭରରେ ଅଲ୍ ଆଉଟ୍ ହୋଇ ୪୯ ରନ୍ କରି ପରାଜୟ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପିମ୍ପୁଡିଆ ଗ୍ରାମପଞ୍ଚାୟତ ର ସରପଞ୍ଚ ମନୋରମା ନାୟକ ଓ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକ, ଚନ୍ଦ୍ରମଣି ବାରିକ ଅତିଥି ଭାବରେ ଯୋଗଦେଇ ଉଭୟ ଦୁଇ ଦଳକୁ ପୁରସ୍କୃତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ବିଶ୍ବନାଥ ନାୟକ, କୁଳମଣି ନାୟକ, ପବିତ୍ର ବେହେରା, ପ୍ରଶନ୍ନ ନାୟକ, ସଞ୍ଜୟ ନାୟକ, ରାଜିବ ନାୟକ, ପପୁନି ଦାସ୍, ସାନ୍ତନୁ ନାୟକ ପ୍ରମୁଖ ଆୟୋଜନ କରିଥିଲେ।

ଆଧୁନିକତା ଚଳଣିକୁ ନେଇ କେମିତି ଚାଲିଛନ୍ତି ଯୁବପିଢ଼ି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ହଜି ଯାଉଛି ଓଡିଶା ର ଲୋକକଳା ଓ ପରମ୍ପରା l ପଶ୍ଚାତ୍ ସଭ୍ୟତା କୁ ଅନୁସରଣ କରୁଛନ୍ତି ଆଜିର ଯୁବ ପଡ଼ି l ଆଉ ଗାଁ ରେ ଶୁଭୁନାହିଁ ଖୋଳ କୀର୍ତ୍ତନ, ଭାଗବତ, ଭଜନ, ଶଗଡିଆ ର ବୋଲି କି କେନ୍ଦରା ର ଶବ୍ଦ ଓ ବିଲୁଆ ର ହୋ କେ ହୋ l ଆଧୁନିକ ସମାଜରେ ପରିବର୍ତ୍ତନ ଆସିଛି ସେଥିପାଇଁ ଛୋଟ ପିଲାଙ୍କୁ ରୁଚି ହେଉନାହିଁ ପୋଡ଼ପିଠା, ଛତୁଆ, ମୁଢ଼ି଼, ଚୁଡ଼ା ଏବେ ସେମାନେ ଚାହୁଁଛନ୍ତି ଚ୍ୟାଉମିନି, ପିଜା ଏମିତି ଅନେକ ବିଦେଶୀ ଖାଦ୍ୟ ଯେଉଁଥିରେ ପାଟି କୁ ସ୍ୱାଦ ହେଲେ ଶରୀର ପ୍ରତି କ୍ଷତି l ଟଙ୍କା ଖର୍ଚ୍ଚ କରି ଆଜିର ଅଭିଭାବକ ମାନେ ରୋଗ କିଣୁଥିବା ପରିଲକ୍ଷିତ ହେଉଛି l ଏହି ବିଦେଶୀ ସଭ୍ୟତା ଆମକୁ ଏକ ସଂକ୍ରାମକ ରୋଗ ସଦୃଶ ଏମିତି ବ୍ୟାପି ଯାଇଛି ଯାହାଦ୍ବାରା ଶିକ୍ଷା, ସ୍ୟାସ୍ଥ୍ୟ, ପରିବେଶ, ଜଳ, ବାୟୁ, ଖାଦ୍ୟପେୟ ସବୁଥିରେ ବିଦେଶୀ ବାସନା l ଆଜି ଯୁଗରେ ଜନସାଧାରଣ ଭାବନାର ବିକାଶ ବଦଳରେ ବିନାଶ କାୟା ବିସ୍ତାର କରିବାରେ ଲାଗିଛି l ଯେପରି କି ପ୍ୟାକେଟ୍ ଖାଦ୍ୟ (junk food) ଆମେ ବ୍ୟବହାର କରିବା ଦ୍ୱାରା ରୋଗ ନିଶ୍ଚୟ ହେବ ବୋଲି ଆମେ ଜାଣି ମଧ୍ଯ ବହୁତ ମାତ୍ରାରେ ବ୍ୟବହାର କରିଛନ୍ତି l ଏମିତି ଜାଣିଶୁଣି ଆମେ ଆମର ସଭ୍ୟତା କୁ ଆଡ଼େଇ ଦେଇ ଆଧୁନିକ ସଭ୍ୟତା କୁ ଅନୁସରଣ କରୁଛନ୍ତି ଓ ନିଜର ଜୀବନକୁ ଧ୍ବଂସ ମୁଖକୁ ଆମନ୍ତ୍ରଣ କରୁଛନ୍ତି l ଏହି ଅବସରରେ ଆମେ ଜନସାଧାରଣ ବିଶେଷ କରି ଯୁବପିଢି ଙ୍କୁ ଏ ସମ୍ପର୍କରେ କିଛି ସୂଚନା ଦେଉଅଛୁ...

ଅନାଥ ଚାରି ଶିଶୁ ଙ୍କୁ ସହାୟକ ହେଲେ ବିଧାୟକ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
ଯାଜପୁର (ବ୍ୟୁରୋ) - ଭାଗବାନ ଯେତେବେଳେ ଦୁଃଖ ଦେବେ ସେତେବେଳେ ସେ ବଡ଼ ସାନ ର ବିଚାରକୁ ନିଅନ୍ତି ନାହିଁ l ବାପା ମା ଙ୍କୁ ଏକା ଦିନେ ହରାଇ ଦୁନିଆ କୁ ଭଲକରି ଜାଣିନଥିବା ନିଷ୍ପାପ ଶିଶୁ ମାନଙ୍କର ଭବିଷ୍ୟତ ପାଇଁ ପ୍ରଥମ ବ୍ଳକ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି, କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ l ଏହି ଖବର ଜଣାପଡ଼ିବା ପରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ନିଜେ ଦାନଗଦି ବ୍ଲକ  ଶାଳୀ ଜଙ୍ଗା ଗ୍ରାମପଞ୍ଚାୟତ ର ଢିଙ୍କିଶାଳ ଗ୍ରାମର ଦୁଃଖୀରାମ ମାରାଣ୍ଡି ଓ ସ୍ତ୍ରୀ ଗତ ଡିସେମ୍ବର ମାସ ୩୦ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ l ସେମାନଙ୍କ ଚାରୋଟି ଶିଶୁ ଙ୍କ ଥଇଥାନ କରିବା ଲାଗି ବିଧାୟକ ସହୋଯାଗ କରିଛନ୍ତି l Rita vision News 

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ l

Image
ଯାଜପୁର /ଦାନଗଦି - ଆଜି ପୂର୍ବାହ୍ନ ରେ ଦାନଗଦି ବ୍ଲକ ଅନ୍ତର୍ଗତ ରାଛିପୁର୍ ଗ୍ରାମ ର ଯୁଝପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ର ଉଦଘାଟନ ଉଛବ ଅନୁଷ୍ଠିତ ହୋଇ ଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ରବୀନ୍ଦ୍ର କୁମାର ବିଶ୍ଵାଳ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପଦ୍ମନାଭ ମଲ୍ଲ ମୁଖ୍ୟବକ୍ତା ଭାବେ ଫକିର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ନିହାର ରଞ୍ଜନ ଜେନା ଅନ୍ୟତମ ଅତିଥି ଭାବେ ରଛିପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ କବିତା ସାହୁ ପୁରାତନ ଛାତ୍ର ସଂସଦ ଉପ ସଭାପତି ଦୁର୍ଯ୍ୟୋଧନ ରାଉତ ଯୋଗ ଦେଇ ଏହି ସୁବର୍ଣ୍ଣ ଜୟନ୍ତୀ ମାଧ୍ୟମ ରେ ଏହି ବିଦ୍ୟାଳୟ ରୁ ଅଧ୍ୟୟନ କରିଥିବା ଛାତ୍ର ଓ ଏହି ବିଦ୍ୟାଳୟ ରେ ଶିକ୍ଷାଦାନ କରିଥିବା ଶିକ୍ଷକ ମାନ ଙ୍କୁ ଗୋଟିଏ ସ୍ଥାନ ରେ ଦେଖିବାର ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତି ରଙ୍କ ନାଥ ବିଶ୍ଵାଳ ଓ ପୂର୍ବତନ ସମ୍ପାଦକ ଦୀନବନ୍ଧୁ ବିଶ୍ଵାଳ ସୁଦର୍ଶନ ରାଉତ ପୂର୍ବତନ ପ୍ରଧାନ ଶିକ୍ଷକ ଅରୁଣ କୁମାର ପାଲ ପୂର୍ବତନ ଶିକ୍ଷକ ଗିରିଧାରୀ ବାରିକ୍ ରାମ ଚନ୍ଦ୍ର ଜେନା କାର୍ଯ୍ୟଳୟ ସହାୟକ ଦଶରଥ ପ୍ରଧାନ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତା ଏପ୍ରିଲ ମାସରେ ଉଦଯାପନ ଉଚ୍ଛବ...

କଳିଙ୍ଗନଗର ଗୁଳିକାଣ୍ଡ, ୧୪ ତମ ସହିଦ୍ ଦିବସ ପାଳିତ. ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ l

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ୨୦୦୬ ମସିହାରେ ଟାଟା କାରଖାନା ପ୍ରତିଷ୍ଠିତ ହେବାପାଇଁ ସ୍ଥାନୀୟ ଆଦିବାସୀଙ୍କ ଙ୍କ ହକ୍ କୁ ଜୋର୍ ଜବରଦସ୍ତ କରି ସରକାର ଛଡ଼ାଇ ନେଇଛନ୍ତି ତା ସହିତ ଅକାରଣରେ ଯାଇଥିଲା ୧୪ ଆଦିବାସୀଙ୍କ ଜୀବନ l ଟାଟାଷ୍ଟିଲ କଳିଙ୍ଗନଗର କାରଖାନା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଏବଂ ଆଦିବାସୀ ମାନଙ୍କର ଅଧିକାର ଆଇନ କୁ ଫୁ କରି ଥିଲେ ସରକାର l ନିଜର ଅଧିକାର ପାଇଁ ଲଢ଼େଇ କରିବାକୁ ଆଗେଇ ଆସିଥିବା ଲୋକ ସରକାରଙ୍କ ଦ୍ୱାରା ପୋଲିସ୍ ପ୍ରଶାସନ ର ଗୁଳି ରେ ଶିକାର ହୋଇଥିଲେ ଏବଂ ଏହାପରେ ଏହି ଗୁଳିକାଣ୍ଡ ଘଟଣା ସାରା ଦେଶରେ ଚର୍ଚ୍ଚା ହୋଇଥିଲା l ଯେନତେନ ପ୍ରକାରେ କମ୍ପାନୀର ସ୍ୱାର୍ଥ ରକ୍ଷା କରିବା ପାଇଁ ସରକାର ମଣିଷ ମରିବାକୁ ବି ପଛାଇନଥିଲେ l ଏହି ଘଟଣା ପରେ ସରକାର ଆଦିବାସୀଙ୍କୁ ଭୁଆଁ ବୁଲେଇବା ପାଇଁ ଯୋଜନା ପ୍ରସ୍ତୁତ କରିଲେ l କମିଶନଙ୍କ ଦ୍ୱାରା ଦୀର୍ଘ ବର୍ଷ ଧରି ଏହାର ତଦନ୍ତ କରିବା ଶେଷରେ ୧୨ ବର୍ଷ ପରେ ରିପୋର୍ଟ ପ୍ରଦାନ କରିଥିଲେ ନିଜର ଅଧିକାର ପାଇଁ ଲଢ଼େଇ କରିଥିବା ଆଦିବାସୀ ହିଁ ଏଥିପାଇଁ ଦାୟୀ l ବିଚିତ୍ର ଥିଲା ଏହି ତଦନ୍ତ ପ୍ରକ୍ରିୟା, ତାହା ସହିତ ମୃତ ଆଦିବାସୀଙ୍କ ହାତ ପାପୁଲି ମଧ୍ୟ କାଟି ଦିଆଯାଇଥିଲା l ସେହି କଟା ପାପୁଲି ଏବେ ମଧ୍ୟ ସୁରକ୍ଷିତ ରଖିଛି ଜନମଞ୍ଚ l ଏହାର ଡି ଏନ୍ ଏ ପରୀକ୍ଷା ଏବେବି ହୋଇ ନ ...

ପୋଲିସ୍ ଓ ଯାତ୍ରା କଳାକାର ଙ୍କ ଦ୍ଵାରା ସଡ଼କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା କୁନ୍ଦୁରା ପୋଲିସ୍ ର ଏକ ଭିନ୍ନ ଧରଣର ପ୍ରୟାସ ଦେଖିବାକୁ ମିଳିଛି l କୁନ୍ଦୁରା ପୋଲିସ୍ ଦ୍ଵାରା ନୂତନ ଟ୍ରାଫିକ୍ ନିୟମକୁ ନେଇ ଏକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି, ଏକ ସଚେତନତା ରାଲି ଆୟୋଜିତ କରାଯାଇ ଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏବଂ ସେହିଠାରେ ପରିବେଷଣ ହେଉଥିବା ବାଘାଯତୀନ ଲୋକନାଟ୍ଯ ଯାତ୍ରା ଅନୁଷ୍ଠାନ ର କଳାକାରମାନେ ଏହି ଅବସରରେ ଉପସ୍ଥିତ ରହି ସହଯୋଗ କରିଥିଲେ l ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟ ପ୍ରକାଶ ନାୟକ ଙ୍କ ନେତୃତ୍ବରେ ଏହି ସଚେତନତା ଅଭିଯାନ ଆରମ୍ଭ ହୋଇଛି l ଜନସାଧାରଣ ଙ୍କୁ ପୁଲ ଓ ଚକଲେଟ୍ ଦେଇ ଯାତ୍ରା କଳାକାରମାନେ, ପୋଲିସ୍ ପ୍ରଶାସନ ପକ୍ଷରୁ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ସ୍ଥାନୀୟ ଜନସାଧାରଣ ପ୍ରସଂଶା କରିଛନ୍ତି l Rita vision News 

ରାଜ୍ଯ ରେ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ସୀମା ଟପିଲା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
ଭୁବନେଶ୍ବର (ବ୍ୟୁରୋ) - ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗୁଣ୍ଡାଗିରି, ରାହାଜାନୀ, ଅଶ୍ଳୀଳ ବ୍ୟବହାର, ବଳାତ୍କାର l ସରକାରଙ୍କ 5T କୁ ନେଇ ସାଧାରଣରେ ଆଲୋଚନା ହେଉଛି, ସରକାର ଯେଉଁ 5T ଓ ମୋ ସରକାର ନିୟମ କରିଛନ୍ତି, ରାଜ୍ୟର ଲୋକମାନଙ୍କ ପାଖରେ ଏହି 5T ର କଣ କାର୍ଯ୍ୟ କାହିକିଁ ସରକାର ଏହାକୁ ଲାଗୁ କରିଛନ୍ତି ତାହା ଅଗୋଚର l କାଲି ଆଇନ୍ ଓ ହାଇକୋର୍ଟ ଙ୍କ ନିୟମ କୁ ଖୁଲମଖୁଲା ଉଲ୍ଲଙ୍ଘନ କରି ବେଆଇନ୍ ପାର୍କିଂ ଫି ଆଦାୟ କରୁଥିବା ଭୁବନେଶ୍ବର ରସୁଲଗଡ଼ ରେ ଥିବା ନାମି ମଲ୍ ଏସପ୍ଲାନେଡ଼ ର ମହିଳା ସାମ୍ବାଦିକ ସ୍ଵାତି ଜେନା ଙ୍କୁ ଯେଭଳି ଭାବରେ ମାଡ ମାରିବା, ଦୁର୍ବ୍ୟବହାର କରିବା ଘଟିଗଲା ତାହା ସାରା ଦେଶରେ ଚର୍ଚ୍ଚା ଚାଲିଛି l ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ରାଜ୍ୟରେ ଥିବା ସ୍ମାର୍ଟ ସିଟି ରାଜଧାନୀରେ ଘରୋଇ ଡାକ୍ତରଖାନା ଓ ଘରୋଇ ସପିଂ ମଲ ସବୁ ସରକାରୀ କାର୍ଯ୍ୟାଳୟ ଓ ପୋଲିସ୍ ପ୍ରଶାସନ କୁ କିଣିକି ରଖିଛନ୍ତି l ଯାହାଦ୍ୱାରା ସେମାନେ ଆଇନ୍ ର ଉର୍ଦ୍ଧ ରେ ରହି ଏହି ସବୁ ଘୃଣ୍ୟ କାମ କରିବା ସହିତ ଆଇନ୍ କୁ ହାତକୁ ନେବାକୁ ପଛାଉ ନାହାଁନ୍ତି l ଯଦି ଓଡିଶା ସରକାର 5T ର ନାରା ଦେଇଛନ୍ତି ଏହାର ସୁଫଳ ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରନ୍ତୁ l ନଚେତ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଆଉ କି ଆଇନ୍ ଅଛି ତାହା ଆଣନ୍ତୁ, ଯାହାଦ୍ବାରା ରାଜ୍ଯ ର ଜନସାଧାରଣ ଠିକ୍ ନ୍ୟାୟ ପାଇପାରିବେ l ଗଣତାନ୍ତ୍ରିକ ରାଷ୍ଟ୍...