Posts

ଯାଜପୁର ପୌର ପରିଷଦ କୁସୁମା ପରିସରରେ ନିର୍ମିତ ଗୃହ ଗୁଡ଼ିକ ଉପରେ ଜିଲ୍ଲାପାଳଙ୍କ ସ୍ପଷ୍ଟୋକ୍ତି ।

Image
ଯାଜପୁର(୬/୭):- ଯାଜପୁର ଜିଲ୍ଲା ସଦର ମହକୁମାର ଯାଜପୁର ପୌର ପରିଷଦ କୁସୁମା ପରିସରରେ ଥ‌ିବା ଗୃହ ଗୁଡ଼ିକ ଉପରେ ବିଭିନ୍ନ ପ୍ରକାରର ପ୍ରସ୍ନବାଚୀ ସୃଷ୍ଟି ହେବାଦ୍ବାରା ଯାଜପୁର ଜିଲ୍ଲାର ଗାରିମା କ୍ଷୁର୍ଣ୍ଣ ହେଉଛି ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଆଜି ନିଜର ସ୍ପଷ୍ଟୋକ୍ତି ପ୍ରଦାନ କରିଛନ୍ତି। କୁସୁମା ପରିସରରେ ଯେଉଁ ଗୃହ ଗୁଡ଼ିକ କ୍ରୀଡା ବିଭାଗ ପକ୍ଷରୁ ନିର୍ମାଣ ପ୍ରସଙ୍ଗକୁ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି। କୁସୁମା ପରିସରରେ ଯେଉଁ ଗୃହ ଗୁଡ଼ିକ ପାଖାପାଖି ୭/୮ କୋଟି ବ୍ୟୟରେ ନିର୍ମିତ ହୋଇଛି ତାହା ରାଜ୍ୟ ସରକାରଙ୍କ କୌଣସି ବିଭାଗୀୟ ଅର୍ଥରେ ନିର୍ମାଣ କରାଯାଇନାହିଁ । ଏହା ଯାଜପୁର ପୌର ପରିଷଦ ଜାଗାରେ ଆର କେ ଡି Construction Pvt. Ltd, ଏସ ଏମ ମହାନ୍ତି ଗ୍ରୁପ ଏବଂ ଏନ୍ ବି ସି ସି ଇଣ୍ଡିଆ ଲିମିଟେଡେ ଦ୍ଵାରା ସି ଏସ ଆର ପାଣ୍ଠିରେ ନିର୍ମାଣ ହୋଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିବାସହ ଏହାର  ତଦନ୍ତ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଏହା ଜିଲ୍ଲାପ୍ରଶାସନ ଅଧୂନକୁ ଅଣାଯିବ ବୋଲି କହିଛନ୍ତି । ଏଣୁ ଜନସାଧାରଣ, ବୁଦ୍ଧିଜିବୀ ମହଲ ଏଥୁରେ ବିବ୍ରତ ନ ହୋଇ ଧର୍ଯ୍ୟଧର ସହ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଜିଲ୍ଲା  ପ୍ରଶାସନକୁ ସହୋଯାଗ କରିବାକୁ ପରାମର୍ଶ ଦେଇଛନ୍ତି।

ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ବୈଠକ ଏବଂ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ l

Image
ଯାଜପୁର (୬/୭): - ଶିଶୁ ହସିଲେ ଦୁନିଆ ହସେ,ଶିଶୁ ମାନେ ଆଗମୀ କାଲିର ଭବିଷ୍ୟତ ଓ କର୍ଣ୍ଣଧାର। ଶିଶୁ ମାନଙ୍କ ଶିକ୍ଷା ସ୍ବାସ୍ଥ୍ୟ ଓ ଚାରିତ୍ରିକ ଗଠନରେ ଉଦ୍ଭାନ ହେଲେ ସେମାନେ ସମାଜରେ ମଣିଷ ପରି ମଣିଷ ତିଅରି ହୋଇ ରାଷ୍ଟ୍ରର ହିତ ସାଧନରେ  ନିଜକୁ ନିୟୋଜିତ କରିପରିବେ। ସେହିପରି ବାଲ୍ୟ ବିବାହ ସମାଜର ଏକ କଳୁଷିତ ପ୍ରଥା ବା ମାନସିକତା ଅଟେ।ଶିଶୁ ମାନଙ୍କୁ ଏ ସମସ୍ତ ସମସ୍ୟାରୁ ମୁକ୍ତ କରି ସେମନଙ୍କୁ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଚେତନତା କରିବା ସମଜର ପ୍ରତ୍ୟେକ ସ୍ତରୀୟ ନାଗରିକ , ସରକାରୀ କର୍ମଚାରୀ, ସ୍ଵେଚ୍ଛାସେବୀ ସଙ୍ଗଠନ, ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟତ୍ରୀ, ପୋଲିସ କର୍ମଚାରୀ , ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ମହିଳା  ଓ ଶିଶୁ ବିକାଶ କର୍ମଚାରୀ ସମସ୍ତେ ସାମଗ୍ରିକ ଭାବେ ଉଦ୍ୟମ ଜାରି ରଖିଲେ ଯାଜପୁର ଜିଲ୍ଲାରେ ଶୁନ୍ୟ ବାଲ୍ୟ ବିବାହ ବଜାୟ ରଖିବାକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାସ୍କ ଫୋର୍ସ ବୈଠକ ଏବଂ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅଧ୍ଯକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଉପରୋକ୍ତ  ବିଷୟ ପ୍ରକାଶ କରିଛନ୍ତି। ସେହିପରି ଦୃଣମୂଳ ସ୍ତରରେ ଅଙ୍ଗନୱାଡ଼ି କର୍ମୀ,ଅଶା କର୍ମୀ,ଅଙ୍ଗନୱାଡ଼ି ସୁପର ଭାଇଜର, ଶିଶୁ କଲ୍ୟାଣ ପ୍ରକଳ୍ପ ଅଧିକାରୀ,ବି ଡି ଓ, ସ୍ଥାନୀୟ ସ୍ୱାସ୍ଥ

ଗ୍ରାହକଙ୍କ ଠାରୁ କ୍ୟାରି ବ୍ୟାଗ୍ ର ପଇସା ରଖି ହରଡଘଣାରେ ସପିଂ ମଲ l

Image
ବଲାଙ୍ଗୀର(ବ୍ୟୁରୋ ରିପୋର୍ଟ) :- ମହଙ୍ଗା ପଡ଼ିଲା କ୍ୟାରି ବ୍ୟାଗ୍ । ମାତ୍ର ୧୬ ଟଙ୍କାର ବ୍ୟାଗ୍ ପାଇଁ ଏବେ ଦେବାକୁ ହେବ ୩୩ ହଜାର ଟଙ୍କା । ଜିଲ୍ଲା ଖାଉଟି ଅଦାଲତ ବିଶାଲ ମେଗା ମାର୍ଟ ଉପରେ ୩୩ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି। ଜଣେ ଗ୍ରାହକଙ୍କ ଠାରୁ ବ୍ୟାଗ ପାଇଁ ୧୬ ଟଙ୍କା ଆଦାୟ ଅଭିଯୋଗରେ ଏକ ସପିଂ ମଲ ଉପରେ ୩୩ ହଜାର ଟଙ୍କା ଜୋରିମାନା କରାଯାଇଛି ।ମିଳିଥିବା ସୂଚନାନୁସାରେ, ମଲ୍‌ରେ କିଛି ଜିନିଷ କିଣିବା ପରେ ଗ୍ରାହକଙ୍କୁ ବ୍ୟାଗ ପାଇଁ ୧୬ ଟଙ୍କା ଚାର୍ଜ କରିଥିଲା ଏହି ସପିଂ ମଲ୍ । ସୂର୍ଯ୍ୟକାନ୍ତ ବାଗ ନାମକ ଜଣେ ଗ୍ରାହକ ଗତ ସେପ୍ଟେମ୍ବର ମାସରେ ବିଶାଲ ମେଗା ମାର୍ଟକୁ ଡ୍ରେସ କିଣିବାକୁ ଯାଇଥିଲେ । ଡ୍ରେସ କିଣିବା ପରେ କ୍ୟାରି ବ୍ୟାଗ ମାଗଣାରେ ନଦେଇ ସେଥିପାଇଁ ଅତିରିକ୍ତ ୧୬ ଟଙ୍କା ନେଇଥିଲା ବିଶାଲ ମେଗା ମାର୍ଟ । ଏନେଇ ସୂର୍ଯ୍ୟକାନ୍ତ ବାଗ ଓରଫ ସୁଶାନ୍ତ, ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅଦାଲତ ବିଶାଲ ମେଗା ମାର୍ଟକୁ ଦୋଷୀ ସାବ୍ୟସ୍ତ କରି ୩୩ ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦେଶ ଦେଇଛନ୍ତି । ସେପଟେ ବଲାଙ୍ଗିର ବିଶାଲ ମେଗା ମାର୍ଟ କର୍ତ୍ତୃପକ୍ଷ କହିଛନ୍ତି, ଖାଉଟି ଅଦାଲତଙ୍କ ଆଦେଶ ଉପରେ ଉପରିସ୍ଥ ଅଧିକାରୀ ପଦକ୍ଷେପ ନେବେ ।ସୂର୍ଯ୍ୟକାନ୍ତଙ୍କ କହିବାନୁଯାୟୀ, ପେମେଣ୍ଟ କାଉଣ୍ଟରରେ କର୍ମଚାରୀମାନେ ବିନା ବ୍ୟାଗରେ ସେମାନଙ୍କୁ ଜିନିଷ ଦେଇଥିଲେ ଏବଂ ବ୍ୟାଗ୍ ନେ

ପୁରୀରେ ସ୍ଵଚ୍ଛତା ପାଇଁ ଝାଡୁ ଧରିଲେ ମୁଖ୍ୟମନ୍ତ୍ରୀ l

Image
  ପୁରୀ (ବ୍ୟୁରୋ ରିପୋର୍ଟ) :- ସ୍ଵଚ୍ଚ ଭାରତ ସ୍ଵଚ୍ଛତା କୁ ନେଇ ଜନସାଧାରଣଙ୍କୁ ବାର୍ତ୍ତା ପହଞ୍ଚାଇଲେ ମୁଖ୍ୟମନ୍ତ୍ରୀ l ଶରଧାବାଲିରେ ମୁଖ୍ୟମନ୍ତ୍ରୀଙ୍କ ସଫେଇ କାର୍ଯ୍ୟକ୍ରମ । ଆସନ୍ତାକାଲି ରଥଯାତ୍ରା ପୂର୍ବରୁ ଆଜି ସକାଳେ ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶରଥବାଲିରେ ପହଂଚିବା ପରେ ହାତରେ ଝାଡୁ ଧରି ସଫେଇ କାର୍ଯ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ସାମିଲ ହୋଇଛନ୍ତି।ସେହିପରି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ କ୍ରୀଡ଼ା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ସହ ବିଧାୟକମାନେ ମଧ୍ୟ ହାତରେ ଝାଡୁ ଧରି ଶରଧାବାଲିରେ ସଫେଇ କରିଥିଲେ। ଏଥିରେ କିଛି ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି।ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଝାଡ଼ୁ ମାରି ସଫେଇ କରିଛନ୍ତି। ରଥଯାତ୍ରା ପାଇଁ ଶରଧାବାଲିରେ ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି। ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷାଧିକ ଲୋକ ଆସିବେ। ଶ୍ରଦ୍ଧାଳୁ ନିଜେ ସଚେତନ ସହ ପ୍ରଶାସନ ସହ ମିଶି ସ୍ବଚ୍ଛତା ରଖିବା ମୂଳ ଲକ୍ଷ୍ୟ। ରଥଯାତ୍ରାରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇ ମାଉସୀ ଘର ଆସିବେ। ରଥଯାତ

ଆଦିତ୍ୟ ମହାପାତ୍ର ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ l

Image
  ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ ଓଏଏସ୍ ଆଦିତ୍ୟ ମହାପାତ୍ର । ବିରୋଧୀ ଦଳ ନେତା ଭାବେ ନବୀନଙ୍କ ବ୍ୟକ୍ତିଗତ ସଚିବ ହୋଇଛନ୍ତି ବରିଷ୍ଠ ଅଧିକାରୀ ଆଦିତ୍ୟ ମହାପାତ୍ର ।ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ପୂର୍ବରୁ ଭିକେ ପାଣ୍ଡିଆନ୍ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା ବେଳେ ବର୍ତ୍ତମାନ ତାଙ୍କ ଜାଗାରେ ନୂତନ ସଚିବଙ୍କୁ ନିଯୁକ୍ତ କରାଯାଇଛି l

ପୂର୍ବତନ ମନ୍ତ୍ରୀ ତଥା କାକଟପୁର ବିଧାୟକ ଙ୍କ ଦେହାନ୍ତ l

Image
  ଭୁବନେଶ୍ଵର (ବ୍ୟୁରୋ ରିପୋର୍ଟ) :- ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ ଘଟିବା ଖବର ପ୍ରକାଶ ପାଇଛି । ସୁରେନ୍ଦ୍ରନାଥ ନାୟକ କାକଟପୁରର ପୂର୍ବତନ ବିଧାୟକ । ତାଙ୍କର ଭୁବନେଶ୍ୱର ଟଙ୍କପାଣି ସ୍ଥିତ ବାସଭବନରେ ପରଲୋକ ଘଟିଛି । ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିଲେ । କାକଟପୁରରୁ ସେ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ରେ ୧୭ମେ ୧୯୩୭ମସିହା ରେ ଜନ୍ମଗ୍ରହଣ କରିଥିବା ବେଳେ ପ୍ରଥମେ ଅସ୍ତରଙ୍ଗ ବ୍ଲକ ଅଧକ୍ଷ ଏହା ପରେ ବିଭିନ୍ନ ବିଭାଗ ଶିକ୍ଷା, କୃଷି, ରାଜସ୍ୱ , ଅବକାରୀ, ପଞ୍ଚାୟତିରାଜ ଓ ଉପବାଚସ୍ପତି ପଦବୀ ରେ ଥିଲେ । ଏହି ଖବର ଶୁଣି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସଦସ୍ୟ ଶୋକ ପ୍ରକାଶ କରିଛନ୍ତି l

ଗୃହ ଓ ନଗର ଉନ୍ନୟନ ବିଭାଗରେ ଆଉ ୫ ସେବା ଓଡ଼ିଶା ଲୋକସେବା ଅଧିକାର ଆଇନରେ ସାମିଲ ହେବ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ପାଞ୍ଚଗୋଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ୨୦୧୨ରେ ଅନ୍ତର୍ଭୁକ୍ତ କରିବେ। ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର ୨୬ଟି ସେବା ଏହି ଅଧିନିୟମ ଅନ୍ତର୍ଭୁକ୍ତ ହୋଇଛି ।ନୂତନ ଭାବେ ସାମିଲ ହେବାକୁ ଥିବା ଆଉ ୫ଟି ସେବା ହେଉଛି ବିଲ୍ଡିଂ ପ୍ଲାନ୍‌ର ପରିବର୍ତ୍ତନ ଏବଂ ସଂଯୋଗ/ସଂଶୋଧନ ନିମନ୍ତେ ଅନୁମତି (ସମୟ ସୀମା: ୧୫ ଦିନରୁ ୩୦ ଦିନ), ବିଲ୍ଡିଂ ପ୍ଲାନ୍‌ର ପୁନଃବୈଧିକରଣ ନିମନ୍ତେ ଅନୁମତି, ପ୍ଲିନ୍‌ଥ ଅନୁମୋଦନ, ଟ୍ରେଡ୍ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ୍ ଏବଂ ଟ୍ରେଡ୍ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ୍ । ଏହି ସବୁ ସେବାକୁ ଖୁବ୍ ଶୀଘ୍ର ବିଜ୍ଞାପିତ କରାଯାଇ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଗାଇ ଦିଆଯିବ । ଏହି ୫ ଗୋଟି ସେବାକୁ ମିଶାଇ ୩୧ଟି ବିଭାଗର ମୋଟ୍ ୪୨୨ଟି ସେବା ଉକ୍ତ ଅଧିନିୟମ ଅନ୍ତର୍ଭୁକ୍ତ ହେଲା। ରାଜ୍ୟ ସରକାର ଜନସାଧାରଣଙ୍କୁ ଏହି ଅଧିନିୟମ ଅନ୍ତର୍ଭୁକ୍ତ ବିଜ୍ଞାପିତ ସମସ୍ତ ସେବାକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରିବା ନିମନ୍ତେ ପ୍ରତିବଦ୍ଧ ।