ମୋବାଇଲ୍ ଫୋନ୍ ପାଇଁ ଛୁରା ମାଡ, ଅଭିଯୁକ୍ତ କୋର୍ଟଚାଲଣ l
ଯାଜପୁର(ଦାନଗଦୀ)୨୪/୧୨ :- ଟମକା ଥାନା ଅନ୍ତର୍ଗତ ଜନିନ୍ଦାପାଳ ଗ୍ରାମରେ ଛୁରାମାଡ଼ କରିଥିବା ଅଭିଯୁକ୍ତମାନଙ୍କୁ ଟମକା ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି l ସୂଚନା ଅନୁଯାୟୀ ଏକ ମୋବାଇଲ ଫୋନ କୁ ନେଇ ସୁମିତ୍ରା ପୁହାଣ(୨୦) ପିତା ଅଙ୍କୁର ପୁହାଣ ଙ୍କୁ ସେହି ଗ୍ରାମର ଆକାଶମହାରଣା(୧୯)ପି. ପାଗଳ ମହାରଣା, ରିତନପୁହାଣ(୧୯) ପି. କୁମର ପୁହାଣ, ଚନ୍ଦନପୁହାଣ(୨୧) ପି. ନଟ ପୁହାଣ, ନନ୍ଦ ଦେହୁରୀ(ପ୍ରଶାନ୍ତ)(୧୮) ପି.ପଦିଆ ଦେହୁରୀ ମିଳିତ ହୋଇ ସୁମିତ୍ରାଙ୍କୁ ଏକ ଧାରୁଆ ଛୁରୀଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିଲେ l ଏ ନେଇ ପରିବାର ପକ୍ଷରୁ ଟମକା ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ପ୍ରମୋଦିନି ସାହୁଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଥାନା କେସ୍ ନଂ୫/ ୨୪ଦଫା୧୨୬(୨)୨୯୬/୩୫୧(୨)୧୧୫(୨)୧୦୯/୭୪/୧୧୮(୧)୩(୫)ଭାରତୀୟ ନ୍ୟାୟସଂହିତା ଅନୁଯାଇ ସମସ୍ତଙ୍କୁ କୋର୍ଟଚାଲଣ କରାଯାଇଅଛି ଏହି ଅମାନବୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l