Posts

ଦୁଇ ଦିନ ପରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ୨୦୨୫, ପ୍ରଶାସନ ସଜାଗ l

Image
  ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) :- ଆଉ ଦୁଇ ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ୨୦୨୫ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହା ସହ ସୁରକ୍ଷା ବ୍ୟବସ୍ଥାରେ କୌଣସି ପରିସ୍ଥିତିରେ ମଧ୍ୟ ତ୍ରୁଟି ବିଚ୍ୟୁତି ନ ହେବ ସେଥି ପ୍ରତି ସ୍ୱତନ୍ତ୍ର ନଜର ରଖିବାକୁ ଡିଜିପି ନିର୍ଦେଶ ଦେଇଛନ୍ତି।  ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ଏବଂ ପରିଚାଳନା ନିମନ୍ତେ ଆଜି ଡିଜିପି ନିଜେ ବିଭିନ୍ନ ସ୍ଥାନକୁ ଯାଇ ସୁରକ୍ଷା ବ୍ୟବସ୍ଥା ର ସମୀକ୍ଷା କରିଛନ୍ତି। ଜନତା ମଇଦାନର ଉତ୍ସବ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା, ପ୍ରବାସୀ ଭାରତୀୟଙ୍କ ରହଣି ସ୍ଥାନ, ଟ୍ରାଫିକ ପରିଚାଳନା, ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଉପଯୁକ୍ତ ଯୋଜନା ଓ କୌଶଳ ଆଦି ସଂକ୍ରାନ୍ତରେ ତନ୍ନ ତନ୍ନ କରି ସମୀକ୍ଷା କରିଛନ୍ତି। ଅତି ବିଶିଷ୍ଟ ନାଗରିକଙ୍କ ସୁରକ୍ଷା ବ୍ୟବସ୍ଥା, ପୋଲିସ ...

ସନାତନ ସଂସ୍କୃତି ମହୋତ୍ସବ ରେ ସମ୍ମାନିତ ହେଲେ ସାମ୍ବାଦିକ l

Image
ଯାଜପୁର :- ଯାଜପୁର ଟାଉନ ମିଶନ ଶକ୍ତି ଭବନ ସଭା ଗୃହରେ ବିର୍ସା ବାହିନୀ ଫାଉଣ୍ଡେସନ ତରଫରୁ ଆୟୋଜିତ ସନାତନ ସଂସ୍କୃତି ମହୋତ୍ସବ ପାଳନ ଅବସରରେ ବରିଷ୍ଠ ସାମ୍ବାଦିକ ତଥା ସର୍କାର ସମ୍ବାଦ ପତ୍ର ର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ପ୍ରଣବ ବିଶ୍ଵାଳ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ବିର୍ସା ବାହିନୀ ଫାଉଣ୍ଡେସନ ର ରାଷ୍ଟ୍ରୀୟ ଅଧ୍ୟକ୍ଷା ପ୍ରିୟା ମୁଣ୍ଡା ଓ ନିର୍ଦ୍ଦେଶକ ବିଜୟ ମୁଣ୍ଡା ରାଜ୍ୟ ସଭାପତି ରୂପେଶ ମହାନ୍ତି,  ଆବାହକ ସଞ୍ଜତ ମହାନ୍ତି, ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଡ: ଜ୍ଞାନରଞ୍ଜନ ପତି ଓ ବିଜେପି ଯୁବ ନେତା ସଂଗ୍ରାମ ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।

ଅବସରପ୍ରାପ୍ତ ଏଲିମେଣ୍ଟାରୀ ଶିକ୍ଷକ ସଂଘ ବୈଠକ l

Image
ଯାଜପୁର (ଦାନଗଦୀ) ୫/୧ :- ଦାନଗଦୀ ବ୍ଲକ ଟମକା ପାର୍କ ଠାରେ ଆଜି ମଧ୍ୟାହ୍ନରେ, ଅବସରପ୍ରାପ୍ତ ଏଲିମେଣ୍ଟାରୀ ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଛି । ସଂଘର ସଭାପତି ଅକ୍ଷୟ କୁମାର ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ, ସଂଘର କାର୍ଯ୍ୟକାରୀ ସଭାପତି ଅଲେଖ ପ୍ରସାଦ ଜେନା, ସହ ସଂପାଦକ ମଧୁସୁଦନ କର , ବରିଷ୍ଠ ଶିକ୍ଷକ ଗୋକୁଳ ବିହାରୀ ପୃଷ୍ଟି, ଜିଲ୍ଲା ସଂଘ ସଂପାଦକ ବିବେକାନନ୍ଦ ନାୟକ, ପ୍ରାକ୍ତନ ସହ ଶିକ୍ଷା ଅଧିକାରୀ ହୃଷିକେଶ ବେହେରା, ଧର୍ମଶାଳା ବ୍ଲକ ସଭାପତି ଆଶାତରୁ ନାୟକ , ଦାନଗଦୀ ବ୍ଲକ ସଂପାଦକ ବଳରାମ ଆଏଚ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ 'ପ୍ରାକ୍ତନ ଶିକ୍ଷକ ରବିନାରାୟଣ ନାୟକ, ଦାମୋଦର ପୁହାଣ, ଗୁଣମଣି ସା, ଅଜୟ କୁମାର ଦତ୍ତ, ମହେନ୍ଦ୍ର କୁମାର ସାମଲ, ରାମଚ଼ନ୍ଦ୍ର ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଦାନଗଦୀ ବ୍ଲକର ଶତାଧିକ ପ୍ରାକ୍ତନ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ l

ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉଦ୍‌ଯାପନ ସମାରୋହ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ)୦୫/୦୧ :- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆ ଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପନ ଅବସରରେ ପାଣି ପଞ୍ଚାୟତ ଗୁଡିକର ନିୟମ ଅନୁଯାୟୀ ନିର୍ବାଚନ ଓ କାଗଜ ପତ୍ର ଅଡିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପାଣି ପଞ୍ଚାୟତ ଗୁଡିକୁ ସଶକ୍ତ କରି ଏଗୁଡିକୁ କୃଷି ବିପଣନ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳସେଚନ ଏବଂ କୃଷି ବୈଜ୍ଞାନିକଙ୍କ ଗବେଷଣା ସହିତ ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆଜି ଆମେ ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ପାରୁଛୁ ଏବଂ ବିଦେଶକୁ ମଧ୍ୟ ରପ୍ତାନୀ କରିପାରୁଛୁ । ଏଥିପାଇଁ ଚାଷୀର ଜମିକୁ ଜଳଯୋଗାଣ ଅତ୍ୟନ୍ତ ଆବଶ୍ୟକ । ତେଣୁ, ଜଳସେଚନର ସମସ୍ତ ପ୍ରକଳ୍ପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟର କୃଷକମାନଙ୍କ ଜମିକୁ ପାଣି ଯୋଗାଇଦେବା ପାଇଁ ନୂଆ ଫିଲ୍ଡ ଚ୍ୟାନେଲ ନିର୍ମାଣ ସହିତ ପୁରୁଣା ଚ୍ୟାନେଲ ଗୁଡିକୁ କଂକ୍ରିଟ୍ ଚ୍ୟାନେଲରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ୮୦ ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୨୪୦୦ କିଲୋମିଟର ନୂତନ କଂକ୍ରିଟ୍ କରନାଳୀ ନିର୍ମାଣ କରାଯିବ । ଏହା ସହିତ ୬୨ହ...