ଅବସରପ୍ରାପ୍ତ ଏଲିମେଣ୍ଟାରୀ ଶିକ୍ଷକ ସଂଘ ବୈଠକ l


ଯାଜପୁର (ଦାନଗଦୀ) ୫/୧ :- ଦାନଗଦୀ ବ୍ଲକ ଟମକା ପାର୍କ ଠାରେ ଆଜି ମଧ୍ୟାହ୍ନରେ, ଅବସରପ୍ରାପ୍ତ ଏଲିମେଣ୍ଟାରୀ ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଛି । ସଂଘର ସଭାପତି ଅକ୍ଷୟ କୁମାର ରାଉତଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ, ସଂଘର କାର୍ଯ୍ୟକାରୀ ସଭାପତି ଅଲେଖ ପ୍ରସାଦ ଜେନା, ସହ ସଂପାଦକ ମଧୁସୁଦନ କର , ବରିଷ୍ଠ ଶିକ୍ଷକ ଗୋକୁଳ ବିହାରୀ ପୃଷ୍ଟି, ଜିଲ୍ଲା ସଂଘ ସଂପାଦକ ବିବେକାନନ୍ଦ ନାୟକ, ପ୍ରାକ୍ତନ ସହ ଶିକ୍ଷା ଅଧିକାରୀ ହୃଷିକେଶ ବେହେରା, ଧର୍ମଶାଳା ବ୍ଲକ ସଭାପତି ଆଶାତରୁ ନାୟକ , ଦାନଗଦୀ ବ୍ଲକ ସଂପାଦକ ବଳରାମ ଆଏଚ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ 'ପ୍ରାକ୍ତନ ଶିକ୍ଷକ ରବିନାରାୟଣ ନାୟକ, ଦାମୋଦର ପୁହାଣ, ଗୁଣମଣି ସା,
ଅଜୟ କୁମାର ଦତ୍ତ, ମହେନ୍ଦ୍ର କୁମାର ସାମଲ, ରାମଚ଼ନ୍ଦ୍ର ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଦାନଗଦୀ ବ୍ଲକର ଶତାଧିକ ପ୍ରାକ୍ତନ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l