ସାମ୍ବାଦିକଙ୍କୁ ନିର୍ମମ ହତ୍ୟା ଘଟଣା କୁ ନେଇ ବିଭିନ୍ନ ସାମ୍ବାଦିକ ସଂଘର ତୀବ୍ର ପ୍ରତିକ୍ରିୟା I
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) ୦୪/୦୧ :- ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାର ଙ୍କୁ ଅପହରଣ ପରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା କୁ ନେଇ ସାମ୍ବାଦିକ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି I ବିଜାପୁର ଅଞ୍ଚଳରେ କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ କାମ ଚାଲିଥିବାବେଳେ ସାମ୍ବାଦିକ ମୁକେଶ ଛତିଶଗଡ ପୂର୍ତ୍ତ ବିଭାଗ ଦ୍ବାରା ଅତ୍ୟନ୍ତ ନିମ୍ନମାନର ରାସ୍ତା କାମ ହୋଇଥିବା ନେଇ ଖବର ପ୍ରସାରଣ କରିଥିଲେ I ଖବର ପ୍ରସାରଣ ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀ କମିଟି ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ I ତଦନ୍ତ ସମୟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ନିମ୍ନ ମାନର ଥିବା ଟିମ୍ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା I ତେବେ ଗତ ୧ ତାରିଖ ରୁ ସାମ୍ବାଦିକ ମୁକେଶ ଚନ୍ଦ୍ରକାର ନିଖୋଜ ଥିବାବେଳେ ଗତକାଲି ଜଣେ ଠିକାଦାର ଙ୍କ ଘରେ ପୋଲିସ ଚଢାଇ କରି ତଦନ୍ତ କରୁଥିବା ବେଳେ ତାଙ୍କ ସେପ୍ଟିକ ଲ୍ୟାଟିନରୁ ମୁକେଶଙ୍କ ଶବ ମିଳିଥିଲା I ମୁକେଶଙ୍କ ଶବ ମିଳିବା ପରେ ସମଗ୍ର ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି I ଜଣେ ନିର୍ଭିକ ସାହସୀ ସାମ୍ବାଦିକ ଙ୍କ ଅକାଳରେ ମୃତ୍ୟୁକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି I ସାମ୍ବାଦିକଙ୍କୁ ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିଥିବା ବେଳେ ରାଜ୍ୟର ସାମ୍ବାଦିକ ସଂଘ ଏହାକୁ ଦୃଢ ନିନ୍ଦା କରିବା ସହ ଏଥିରେ ଯେଉଁ ମାନେ ସଂଶ୍ଳିଷ୍ଟ ସେମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ବିଧାନ କରିବାକୁ ସଂଘ ଦାବି କରିଛି I ଭାରତ ବର୍ଷରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମର ପ୍ରତିଷ୍ଠାକୁ ରକ୍ଷା କରିବା ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପରେ ବିଭିନ୍ନ ସ୍ଥାନରେ ହେଉଥିବା ଆକ୍ରମଣ, ଏବଂ ଏଭଳି ହତ୍ୟା ଘଟଣା କୁ ରୋକିବା ପାଇଁ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରନ୍ତୁ ବୋଲି ରାଜ୍ୟର ସାମ୍ବାଦିକ ସଂଘ ଦାବି କରିଛନ୍ତି I
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.