Posts

ଛାତ୍ରୀଙ୍କ ଉପରେ ମାଡ଼ିଗଲା ହାଇୱା ଜଣେ ମୃତ ଜଣେ ଗୁରୁତର l

Image
ଯାଜପୁର /ଦାନଗଦୀ ତା ୩୧/୦୧ :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ର ବୁଦ୍ଧରାଜ ବିଦ୍ୟାପୀଠ ସମ୍ମୁଖରେ ଦୁଇ ସ୍କୁଲ ଛାତ୍ରୀ ଙ୍କ ଉପରେ ହାଇୱା ଗାଡି ମାଡ଼ିଯିବାରୁ ଛାତ୍ରୀ ଙ୍କ ସାଇକେଲ ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଥିଲା l ଫଳରେ ଦୁଇ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି l ତୁରନ୍ତ ସ୍ଥାନୀୟ ଲୋକେ ଦୁଇ ଛାତ୍ରୀ ଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ l ଦୁଇ ଗୁରୁତର ଛାତ୍ରୀ ୯ ମ. ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଧୂଳିଗଡ଼ ଗ୍ରାମପଞ୍ଚାୟତର ହୋଇଥିବା ଜଣାପଡିଛି l ଗୋପାଳପୁର ଗ୍ରାମର ଅମିତାଵ ବେହେରା ଙ୍କ ଝିଅ- ଅର୍ଚ୍ଚିତା ବେହେରା  ଓ ସଞୟ ବାରିକ ଙ୍କ ଝିଅ ଶ୍ରୀୟା ବାରିକ l ଅର୍ଚ୍ଚିତା ଗୁରୁତର ହେବାରୁ ଦାନଗଦୀ ଡାକ୍ତର ତୁରନ୍ତ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିଲେ l ଖବର ମୁତାବକ ଗୁରୁତର ଅର୍ଚ୍ଚିତା ଙ୍କ ଅପରାହ୍ଣ ରେ ମୃତ୍ୟୁ ଘଟିଛି l ଦୁଇ ଛାତ୍ରୀ ସାଙ୍ଗହୋଇ ସକାଳ ୯ ଟା ସମୟରେ ସ୍କୁଲ ଯାଉଥିବା ବେଳେ ଡୁବୁରୀ ଆଡୁ ଆସୁଥିବା ଏକ ହାଇୱା OD04 J 4641 ଧକ୍କା ଦେଇଥିଲା l ଉତ୍ୟକ୍ତ ଲୋକେ ଗାଡିରେ ନିଆଁ ଲଗାଇ ଦେଇଥିଲେ ଓ ଲୋକେ ରାସ୍ତାରୋକ କରିଥିଲେ l ଦାନଗଦୀ ଦମକଳ ବାହିନୀ ଓ ଦାନଗଦୀ ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହିତ ଗାଡିଟିକୁ ଫାଣ୍ଡିରେ ଅଟକ ରଖି ତଦନ୍ତ ଆ...

ୱାକୋ ଇଣ୍ଡିଆ ଅନ୍ତର୍ଜାତୀୟ କିକ୍ ବକ୍ସିଂ ଚାମ୍ପିଅନସିପ୍ ରେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ଭାଗ ନେବ l

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଦିଲ୍ଲୀ ର କେ.ଡି. ଯାଦବ ଇଣ୍ଡୋର୍ ଷ୍ଟାଡିୟମ ର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଫେବୃୟରୀ ୧ ରୁ ୫ ପର୍ଯ୍ୟନ୍ତ ଚତୁର୍ଥ ୱାକୋ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଅନୁଷ୍ଠିତ ହେବ।  ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବା ପାଇଁ ଢେଙ୍କାନାଳ ଡାଇମଣ୍ଡ  କିକ୍ ବକ୍ସିଂ ଆସୋସିଏସନ୍ ର ବାଳକ ବିଭାଗରେ ସୁସିଲ କୁମାର ରାଉତ (-୫୭) କେଜି, ଚନ୍ଦନ ସାହୁ (-୬୩) କେଜି, ଯୋଗେଶ୍ଵର ସାହୁ (-୭୪) କେଜି, ସୁଧିନ୍ଦ୍ର ନାଥ ପଟ୍ଟନାୟକ (-୮୪)କେଜି , ବାଳିକା ବିଭାଗରେ ସ୍ମୁତି ଭୋଇ (-୫୦)କେଜି, ମାନସୀ ସାହୁ(-୫୦)କେଜି,  ରୋସନି ବେଗମ୍ (-୬୦)କେଜି ଏବଂ ମିହିର କୁମାର ସାହୁ ଟିମ୍ କୋଚ୍ ଭାବରେ ଭାଗ ନେବେ। ଏହି ଚାମ୍ପିଅନସିପ୍ ପାଇଁ ଦଳରେ ଖେଳାଳୀ ମାନେ କଠିନ ଅଭ୍ୟାସ କରିଛନ୍ତି , ତେଣୁ ପ୍ରତି ଥର ପରି ଏଥର ମଧ୍ଯ ଖେଳାଳୀ ମାନେ ଭଲ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା l ଏହି ଖେଳାଳୀ ମାନେ ଗୁରୁବାର ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଅବସରରେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ଶଶିକାନ୍ତ ଗଡନାୟକ , ଉପ ସଭାପତି ସନ୍ତୋଷ କୁମାର ପରିଡ଼ା, ସମ୍ପାଦିକା କୀର୍ତ୍ତି ରାଣୀ ସାହୁ ,  ଯୁଗ୍ମ ସମ୍ପାଦକ ବାପି ସାମଲ , କୋଷାଧ୍ୟକ୍ଷ ଅରବିନ୍ଦ ବେହେରା , ସମସ୍ତ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ...

ରାଜପଥରେ ବେଆଇନ ପାର୍କିଂ ସମସ୍ୟାରେ ଆସିବ ସୁଧାର।

Image
ଭୁବନେଶ୍ଵର (ବ୍ୟୁରୋ ରିପୋର୍ଟ) :- ରାଜ୍ଯ  ସରକାର ଙ୍କ ବଡ଼ ନିଷ୍ପତ୍ତି ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ୨୩ ଟ୍ରକ୍ ଟର୍ମିନାଲ। ଉତ୍କର୍ଷ ଓଡ଼ିଶା-କନକ୍ଲେଭ୍ ୨୦୨୫ରେ ନ୍ୟାସନାଲ ହାଇଓ୍ୱେ ଲଜିଷ୍ଟିକ୍ସ ମ୍ୟାନେଜମେଣ୍ଟ ଲିମିଟେଡ ସଂସ୍ଥା ସହ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଏ ସଂକ୍ରାନ୍ତରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି।   ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ରାଜପଥ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଟ୍ରକ୍ ଟର୍ମିନାଲ ସ୍ଥାପନା ହେବ l