Posts

ଭାଷା ସାହିତ୍ୟର ମହାନ୍ ସ୍ରଷ୍ଟାମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନକୁ ଆମେ ଗୁରୁତ୍ୱ ଦେଉଛୁ : - ମୁଖ୍ୟମନ୍ତ୍ରୀ

Image
ଭୁବନେଶ୍ୱର ତା ୦୨/୦୨ (ବ୍ୟୁରୋ ରିପୋର୍ଟ) :- ଓଡ଼ିଶା ଏବଂ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ, ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ ବୋଲି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।  ଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପବିତ୍ର ଶ୍ରୀ ପଞ୍ଚମୀ ଓ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧକୁ ନୂତନ ଭାବେ ପ୍ରକାଶ କରିବା, ଭକ୍ତକବିଙ୍କ ପ୍ରତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ଜନମାନସରେ ଆଦୃତ କରିବା ପାଇଁ ଲେଖା ହୋଇଥିଲା ‘ବର୍ଣ୍ଣବୋଧ’। ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ, ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ...

ଝାଡେଶ୍ୱର ମହାବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ l

Image
ଯାଜପୁର /ଦାନଗଦୀ :- ଦାନଗଦୀ ବ୍ଲକ ର ଏକମାତ୍ର ମହାବିଦ୍ୟାଳୟ ଝାଡେଶ୍ବର ମହାବିଦ୍ୟାଳୟର ବାର୍ଷିକୋତ୍ସବ ୨୦୨୪-୨୫ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଓ ବୟନଶିଳ୍ପ(ଓଡିଶା) ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର କୁଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଦୀନବନ୍ଧୁ ପୃଷ୍ଟି, ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଶାନ୍ତ ରାୟ, ଦାନଗଦୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀ, ଯୁବ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ୍ ରାଜ ଯୋଗ ଦେଇଥିଲେ l ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ +୨ ଅଧ୍ୟକ୍ଷ ପ୍ରଫେସର ଡ. ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ, ଅଧ୍ୟାପକ ଡ. କ୍ଷିରୋଦ ଚନ୍ଦ୍ର ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ l ମହାବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରିଥିଲେ l ମନ୍ତ୍ରୀ ଡ. ବଳ ସାମନ୍ତ ଏହାକୁ କ୍ରମାନ୍ୱୟରେ ସମାପନ କରିବାକୁ ପ୍ରତିଶ୍ରୁତି ମଧ୍ଯ ଦେଇଥିଲେ l ଏହି ଅ...

ମା' ଖଣ୍ଡୁରାଇ ପୁରାତନ ଛାତ୍ର ସଂଘ ପକ୍ଷରୁ ବନ୍ଧୁମିଳନ l

Image
ଯାଜପୁର (ଦାନଗଦୀ) :- ଝାଡେଶ୍ବର ଉଚ୍ଚ ବିଦ୍ୟାଳୟ ର ୧୯୭୫-୭୯ ବ୍ୟାଚ୍ ମାଟ୍ରିକ ର ମା' ଖଣ୍ଡୁରାଇ ପୁରାତନ ଛାତ୍ର ସଂଘ ର ଏକ ବନ୍ଧୁମିଳନ ଟମକା ଠାରେ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଯୁଗଳ କିଶୋର ହୋତା, ଶ୍ରୀଯୁକ୍ତ ଅଜୟ କୁମାର ଦତ୍ତ, ବିନୋଦ ବିହାରୀ ରଣା, ରବିନ୍ଦ୍ର ବାରିକ, ବିଦ୍ୟାଧର ରାଉତ ଙ୍କ ଆବହନ ରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ଯକ୍ରମ ରେ ୫୦ ଜଣ ବନ୍ଧୁ ଓ ବନ୍ଧୁ ପତ୍ନୀ ଏକତ୍ର ହୋଇ ଭାବ ବିନିମୟ ସହିତ ଆଲୋଚନା କରିଥିଲେ l ଏହି ସଂଘ ମାଧ୍ୟମରେ ଏହି ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ବିକାଶ କିପରି ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା l ସମସ୍ତ ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ପାଇଁ ସଂକଳ୍ପ ନିଆଯାଇଥିଲା l ଏହି ଅବସରରେ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ନାୟକ, ଶ୍ୟାମସୁନ୍ଦର ସାହୁ,ଭାସ୍କର ଚନ୍ଦ୍ର ସାହୁ, ଜୟନ୍ତୀ ସାହୁ, ପବିତ୍ର ମହାପାତ୍ର, ଗଙ୍ଗା ପଣ୍ଡା, ଶରତ ଜେନା, ଅଶୋକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l ଏକାତ୍ରିତ ହୋଇ ଭାଇଚାରା ବଜାଇ ରଖିବାକୁ ସମସ୍ତ ଏକ ମନରେ ସଂକଳ୍ପ ନେଇ ଥିଲେ l ସର୍ବ ଶେଷରେ ଜଗବନ୍ଧୁ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କଳାହାଣ୍ଡି ଏସପି ଏବଂ ତାଙ୍କ ଟିମକୁ ପ୍ରଶଂସା କରିଛନ୍ତି l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ମାନେ ହେଲେ, ଝାଡଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ,ହୁସେନ୍ ଖାନ୍, ଜୈସମ ଖାନ୍, ସାମିମ୍ ଅନସାରୀ,ବାସୁଦେବ ଗୋପେ, ପିଣ୍ଟୁ@ ଆଲିମ୍,ଅନୁଜ କୁମାର। ଗତ ୩୦ ତାରିଖରେ ଧର୍ମଗଡ଼ ଠାରେ ଥିବା ଏକ ଦେଶୀ ମଦ ଭାଟିରେ ଏହି ଡକାୟତ ସଂଘଟିତ ହୋଇଥିଲା। ବିଳମ୍ବିତ ରାତିରେ ପ୍ରାୟ ୮ ଜଣ ଡକାୟତ ମାରଣାସ୍ତ୍ର ଧରି ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଭାଟିରେ ପଶିଥିଲେ। ସେଠାରେ ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଧମକ ଦେଇ ଟଙ୍କା ଲୁଟି ନେଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଥିଲା। ଡକାୟତି କରିବା ପରେ ଅଭିଯୁକ୍ତମାନେ JH10AP4817 ନମ୍ବର ବିଶିଷ୍ଟ ବୋଲେରୋ ଯୋଗେ ଘଟ...

ଟାଟା ଷ୍ଟିଲ ଏବଂ ଟାଟା ଅଧିକୃତ ନୀଳାଚଳ ଇସ୍ପାତ ନିଗମ ରେ ଘଟିଥିବା ଘଟଣା ସମ୍ପର୍କରେ କମ୍ପାନୀର ସ୍ପଷ୍ଟିକରଣ ଉପରେ ପ୍ରେସ୍ ବିଜ୍ଞପ୍ତି l

Image
କଳିଙ୍ଗନଗର,ତା୦୧/୦୨ :- ଓଡ଼ିଶାବାସୀଙ୍କ ସହ ଟାଟା ଷ୍ଟିଲର ୧୦୦ ବର୍ଷରୁ ଅଧିକ ବର୍ଷର ସମ୍ପର୍କ ରହିଛି । ଏହାର ସଫଳତା ଏବଂ ଭବିଷ୍ୟତର ଅଭିବୃଦ୍ଧି ଆକାଂକ୍ଷା, ସ୍ଥାନୀୟ ଲୋକମାନଙ୍କ ସମର୍ଥନ ପାଇଁ ମିଳିପାରିଛି । ଗତ ୧୦ ବର୍ଷ ମଧ୍ୟରେ ଆମେ ଓଡ଼ିଶାରେ ପ୍ରାୟ ୧,୦୦,୦୦୦ କୋଟି ଟଙ୍କା ବିନିଯୋଗ କରିଛୁ । ଯେଉଁଠାରେ କି ଆମର ଖଣି କାର୍ଯ୍ୟ ଏବଂ ଗ୍ରୀନଫିଲ୍ଡ କଳିଙ୍ଗନଗର କାରଖାନା ସହିତ ଅଧିଗ୍ରହଣ ମାଧ୍ୟମରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଏବଂ ଭୂଷଣ ଷ୍ଟିଲ୍ ଆଦି ତିନୋଟି ଉତ୍ପାଦନ କାରଖାନା ଅଛି। ଘଟଣା କ୍ରମରେ ଜାନୁଆରୀ ୨୮ ରେ ଯେତେବେଳେ କିଛି ବ୍ୟକ୍ତି ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍) କାରଖାନା ଯାହାକି ଟାଟା ଷ୍ଟିଲର ସହାୟକ ସଂସ୍ଥା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ସେତେବେଳେ ଆମେ ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଥିଲୁ । ଆମ ସୁରକ୍ଷା କର୍ମୀଙ୍କ ଦଳ ଏଥିରେ ହସ୍ତକ୍ଷେପ କରିଥିଲେ। ଯାହାଫଳରେ ଧସ୍ତାଧସ୍ତି ହୋଇଥିଲା ଏବଂ କିଛି ଲୋକ ଏଥିରେ ଆହତ ହୋଇଥିଲେ । ଆମର କୌଣସି ସୁରକ୍ଷାକର୍ମୀ କାହାକୁ ଛୁରାମାଡ଼ କରିଥିବା ଘଟଣାର ଯେଉଁ ଗୁଜବ ପ୍ରକାଶ ପାଉଛି ତାହାକୁ ଆମେ ଦୃଢ଼ ଭାବେ ଖଣ୍ଡନ କରୁଛୁ । ଏହା ସମ୍ପୂର୍ଣ୍ଣ ମିଥ୍ୟା ରିପୋର୍ଟ । ଟାଟା ଷ୍ଟିଲ ସର୍ବଦା ସମସ୍ତ ସରକାରୀ ନିୟମ ଏବଂ ନିର୍ଦ୍ଦେଶାବଳୀ କୁ ପାଳନ କରିଆସିଛି ।

ଛାତ୍ରୀଙ୍କ ଉପରେ ମାଡ଼ିଗଲା ହାଇୱା ଜଣେ ମୃତ ଜଣେ ଗୁରୁତର l

Image
ଯାଜପୁର /ଦାନଗଦୀ ତା ୩୧/୦୧ :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ର ବୁଦ୍ଧରାଜ ବିଦ୍ୟାପୀଠ ସମ୍ମୁଖରେ ଦୁଇ ସ୍କୁଲ ଛାତ୍ରୀ ଙ୍କ ଉପରେ ହାଇୱା ଗାଡି ମାଡ଼ିଯିବାରୁ ଛାତ୍ରୀ ଙ୍କ ସାଇକେଲ ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଥିଲା l ଫଳରେ ଦୁଇ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି l ତୁରନ୍ତ ସ୍ଥାନୀୟ ଲୋକେ ଦୁଇ ଛାତ୍ରୀ ଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ l ଦୁଇ ଗୁରୁତର ଛାତ୍ରୀ ୯ ମ. ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଧୂଳିଗଡ଼ ଗ୍ରାମପଞ୍ଚାୟତର ହୋଇଥିବା ଜଣାପଡିଛି l ଗୋପାଳପୁର ଗ୍ରାମର ଅମିତାଵ ବେହେରା ଙ୍କ ଝିଅ- ଅର୍ଚ୍ଚିତା ବେହେରା  ଓ ସଞୟ ବାରିକ ଙ୍କ ଝିଅ ଶ୍ରୀୟା ବାରିକ l ଅର୍ଚ୍ଚିତା ଗୁରୁତର ହେବାରୁ ଦାନଗଦୀ ଡାକ୍ତର ତୁରନ୍ତ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିଲେ l ଖବର ମୁତାବକ ଗୁରୁତର ଅର୍ଚ୍ଚିତା ଙ୍କ ଅପରାହ୍ଣ ରେ ମୃତ୍ୟୁ ଘଟିଛି l ଦୁଇ ଛାତ୍ରୀ ସାଙ୍ଗହୋଇ ସକାଳ ୯ ଟା ସମୟରେ ସ୍କୁଲ ଯାଉଥିବା ବେଳେ ଡୁବୁରୀ ଆଡୁ ଆସୁଥିବା ଏକ ହାଇୱା OD04 J 4641 ଧକ୍କା ଦେଇଥିଲା l ଉତ୍ୟକ୍ତ ଲୋକେ ଗାଡିରେ ନିଆଁ ଲଗାଇ ଦେଇଥିଲେ ଓ ଲୋକେ ରାସ୍ତାରୋକ କରିଥିଲେ l ଦାନଗଦୀ ଦମକଳ ବାହିନୀ ଓ ଦାନଗଦୀ ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହିତ ଗାଡିଟିକୁ ଫାଣ୍ଡିରେ ଅଟକ ରଖି ତଦନ୍ତ ଆ...

ୱାକୋ ଇଣ୍ଡିଆ ଅନ୍ତର୍ଜାତୀୟ କିକ୍ ବକ୍ସିଂ ଚାମ୍ପିଅନସିପ୍ ରେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ଭାଗ ନେବ l

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଦିଲ୍ଲୀ ର କେ.ଡି. ଯାଦବ ଇଣ୍ଡୋର୍ ଷ୍ଟାଡିୟମ ର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଫେବୃୟରୀ ୧ ରୁ ୫ ପର୍ଯ୍ୟନ୍ତ ଚତୁର୍ଥ ୱାକୋ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଅନୁଷ୍ଠିତ ହେବ।  ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବା ପାଇଁ ଢେଙ୍କାନାଳ ଡାଇମଣ୍ଡ  କିକ୍ ବକ୍ସିଂ ଆସୋସିଏସନ୍ ର ବାଳକ ବିଭାଗରେ ସୁସିଲ କୁମାର ରାଉତ (-୫୭) କେଜି, ଚନ୍ଦନ ସାହୁ (-୬୩) କେଜି, ଯୋଗେଶ୍ଵର ସାହୁ (-୭୪) କେଜି, ସୁଧିନ୍ଦ୍ର ନାଥ ପଟ୍ଟନାୟକ (-୮୪)କେଜି , ବାଳିକା ବିଭାଗରେ ସ୍ମୁତି ଭୋଇ (-୫୦)କେଜି, ମାନସୀ ସାହୁ(-୫୦)କେଜି,  ରୋସନି ବେଗମ୍ (-୬୦)କେଜି ଏବଂ ମିହିର କୁମାର ସାହୁ ଟିମ୍ କୋଚ୍ ଭାବରେ ଭାଗ ନେବେ। ଏହି ଚାମ୍ପିଅନସିପ୍ ପାଇଁ ଦଳରେ ଖେଳାଳୀ ମାନେ କଠିନ ଅଭ୍ୟାସ କରିଛନ୍ତି , ତେଣୁ ପ୍ରତି ଥର ପରି ଏଥର ମଧ୍ଯ ଖେଳାଳୀ ମାନେ ଭଲ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା l ଏହି ଖେଳାଳୀ ମାନେ ଗୁରୁବାର ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଅବସରରେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ଶଶିକାନ୍ତ ଗଡନାୟକ , ଉପ ସଭାପତି ସନ୍ତୋଷ କୁମାର ପରିଡ଼ା, ସମ୍ପାଦିକା କୀର୍ତ୍ତି ରାଣୀ ସାହୁ ,  ଯୁଗ୍ମ ସମ୍ପାଦକ ବାପି ସାମଲ , କୋଷାଧ୍ୟକ୍ଷ ଅରବିନ୍ଦ ବେହେରା , ସମସ୍ତ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ...