ଡିସେମ୍ବର ୯ ରୁ ୧୩ ତାରିଖ ତୃତୀୟ ବାର୍ଷିକ କଳିଙ୍ଗନଗର ମହୋତ୍ସବ, ଦିବ୍ୟାଙ୍ଗ ମାନଙ୍କୁ ସମର୍ପିତ l

ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଦାନଗଦି ବ୍ଲକ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲିବାହାଳୀ ଗ୍ରାମର ମା 'ମହାପାଟ ପଡ଼ିଆ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ମାସ ୯ ତାରିଖ ରୁ ୧୩ ତାରିଖ ଦୀର୍ଘ ୫ ଧରି ବଡ଼ ଧରଣର ଆୟୋଜନ ରେ ଚାଲିବ କଳିଙ୍ଗନଗର ମହୋତ୍ସବ l ଚଳିତ ବର୍ଷ ମହୋତ୍ସବ ଟି ଏକ ସ୍ଵତନ୍ତ୍ର ଓ ନିଆରା ଢଙ୍ଗରେ ପରିଚାଳନା ପାଇଁ କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି l ବିଶେଷ କରି ଦିବ୍ୟାଙ୍ଗ ମାନଙ୍କ ପାଇଁ ଏହି ମହୋତ୍ସବ ଟି ଉତ୍ସର୍ଗ କରାଯାଇଛି ଏଥି ସହିତ ପାଞ୍ଚ ଦିନ ଧରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ସ୍ଥାନୀୟ ଶିଳ୍ପ କାରଖାନା ପକ୍ଷରୁ ପ୍ରଦର୍ଶନୀ ମଣ୍ଡପ, ବାଲୁକା କଳା ପ୍ରଦର୍ଶନ, ଫୁଡ୍ ଷ୍ଟଲ୍, ମୀନା ବଜାର ସାଙ୍ଗକୁ ଏମ୍ ଏସ୍ ଏମ୍ ଇ ବିଭାଗର ଷ୍ଟାର୍ଟ ଅପ୍ ଷ୍ଟଲ୍, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଭା ଚୟନ, ହସ୍ତତନ୍ତ ଷ୍ଟଲ୍ ଏଥର ର ମୁଖ୍ୟ ଆକର୍ଷଣ ରହିବ l ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ନାମୀଦାମୀ କଳାକାର ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ l ପୂର୍ବ ବର୍ଷ ଭଳି ଚଳିତ ବର୍ଷ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ଏହି ମହୋତ୍ସବ କୁ ସ୍ଥାନୀୟ ବୁଦ୍ଧିଜୀବି ଓ ଯୁବଗୋଷ୍ଠୀ ମାନେ ସହୋଯାଗ ନିମନ୍ତେ କଳିଙ୍ଗନଗର ମହୋତ୍ସବ କମିଟି ପକ୍ଷରୁ ଅନୁରୋଧ କରାଯାଇଛି l RITA vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !