ଉପାନ୍ତ ଅଞ୍ଚଳରେ ଦୁଇ ଜଣ ଶିକ୍ଷକ ଙ୍କ କୃତିତ୍ୱ, ଦେଖନ୍ତୁ ଏହି ରିପୋର୍ଟ...

କୋରାପୁଟ (ବ୍ୟୁରୋ) - କୋରାପୁଟ ଭଳି ଏକ ଅନୁନ୍ନତ ଜିଲ୍ଲା ଅନ୍ତର୍ଗତ ପଣସପୁଟ କ୍ଳଷ୍ଟର ର ମହାଦେଇପୁଟ ଉନ୍ନୀତ ବିଦ୍ୟାଳୟ ଅବସ୍ଥିତ l ଏହି ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ  କୃତିତ୍ୱ ଅର୍ଜନ କରିଥିବା ଦେଖିବାକୁ ମିଳିଛି l ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ର ବିସ୍ତାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଶିକ୍ଷକ ହରେକୃଷ୍ଣ ମହାରଣା ଓ ଯୋଗେଶ ଖରା l ଏହି ଶିକ୍ଷକ ଦୁଇଜଣ ବିଜ୍ଞାନ ପ୍ରଶିକ୍ଷଣ ଜନ୍ତ୍ରପାତି ଓ ବିଭିନ୍ନ ଉପକରଣ ମାନ ତିଆରି କରି ବିଦ୍ୟାଳୟରେ ତାହାକୁ ଛାତ୍ରଛାତ୍ରୀ ମାନଙ୍କର ପ୍ରଶିକ୍ଷଣ ନିମନ୍ତେ ଅତି ଯତ୍ନର ସହିତ ସାଇତି ରଖିଛନ୍ତି l ଏହି ପରି ପରଙ୍ଗମତା କୁ ସାରା ଅଞ୍ଚଳରେ ଜନସାଧାରଣ ଭୁରୁ ପ୍ରସଂଶା କରିଛନ୍ତି l ବିଦ୍ୟାଳୟର ଏହି ଦୁଇ ଶିକ୍ଷକ ଙ୍କୁ ସରକାରୀ ସ୍ତରରେ ସମ୍ମାନୀତ କରାଯାଇ ପାରିଲେ ସେମାନଙ୍କ ର ମନୋବଳ ସୁଦୃଢ଼ ହେବା ସହ ସେମାନେ ନିଜର ବିଜ୍ଞାନ କଳାକୁ ଆଗକୁ ବଢ଼ାଇ ନେବାର ସକ୍ଷମ ହୁଅନ୍ତେ l ଏହି ଦୁଇଜଣ ଶିକ୍ଷକ ଙ୍କ ବିଜ୍ଞାନ ପ୍ରତି ଆଗ୍ରହ ଯେ କେହିବି ଆଖିରେ ନ ଦେଖି ବିଶ୍ବାସ କରି ପାରିବ ନାହିଁ l ଏହି ଦୁଇଜଣ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ଏହି ପ୍ରୟାସ ଆରମ୍ଭ କରି ଆଜି କୋରାପୁଟ ଅଞ୍ଚଳରେ ଧନ୍ୟବାଦ ର ପାତ୍ର ହୋଇପାରିଛନ୍ତି l RITA vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !