କଳିଙ୍ଗନଗର ମହୋତ୍ସବ ର ଉଦଘାଟନ ଉତ୍ସବରେ ଖୁସିରେ ବିଭୋର ହେଲେ ଦିବ୍ୟାଙ୍ଗ l

ଯାଜପୁର /ଦାନଗଦି - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ରେ ଉଦଘାଟିତ ହୋଇଯାଇଛି କଳିଙ୍ଗନଗର ମହୋତ୍ସବ l ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏହି କର୍ଯ୍ୟକ୍ରମ ନଭେମ୍ବର ମାସ ୯ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ l ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଯାଜପୁର ଶ୍ରୀଯୁକ୍ତ ମିହିର ପ୍ରସାଦ ମହାନ୍ତି, ଅଧ୍ୟକ୍ଷ ଜିଲ୍ଲାପରିଷଦ ଯାଜପୁର ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ମହାନ୍ତି, ମାନନୀୟl ବିଧାୟିକା ବରୀ ଶ୍ରୀମତୀ ସୁନନ୍ଦା ଦାସ୍, ମାନ୍ୟବର ବିଧାୟକ କୋରେଇ ଶ୍ରୀଯୁକ୍ତ ଅଶୋକ ବଳ, ମାନ୍ୟବର ବିଧାୟକ ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ, ମାନ୍ୟବର ବିଧାୟକ ସୁକିନ୍ଦା ଇ. ପ୍ରିତିରଞ୍ଜନ ଘଡାଇ, ମାନ୍ୟବର ବିଧାୟକ ଯାଜପୁର ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ବିଧାୟକ ବଡ଼ଚଣା ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ, ମାନନୀୟl ବିଜେଡି ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଯୋଗଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ l ଏହି ଅବସରରେ କଲେଜ୍ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ମହୋତ୍ସବ  ଶୀର୍ଷକ ସଙ୍ଗୀତ ପରିବେଷଣ କରିଥିଲେ l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ ଓ ବୃକ୍ଷରୋପଣ ଜଳଦାନ କରାଯାଇଛି l ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା l ଏହି ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା କହିଛନ୍ତି 
ମହୋତ୍ସବ ଖାଲି ମନୋରଞ୍ଜନ ପାଇଁ ନୂହେଁ, ଏହା ଜନସାଧାରଣଙ୍କୁ କିଛି ସୁବାର୍ତ୍ତା ମଧ୍ଯ ପ୍ରଦାନ କରିଥାଏ ଯାହାକି ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ କିପରି ଭାବରେ ମଣିଷ ନିଜକୁ ନିସହାୟ ମନେ ନ କରି ସ୍ୱାବଲମ୍ବୀ ହୋଇପାରିବ ଏହିଠାରୁ ଦେଖି ଶିକ୍ଷା ମିଳିଥାଏ l ଏହି ଅବସରରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ସୁନାମଧନ୍ୟ ଦିବ୍ୟାଙ୍ଗ ପ୍ରତିଭା ମାନଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !