ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l

ଯାଜପୁର (ଦାନଗଦି):- ଦାନଗଦି ବ୍ଲକ ର ଦାନଗଦି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଦନ ମୋହନ ଓଝା ଙ୍କ ଚାକିରୀ କାର୍ଯ୍ୟ ର ଅନ୍ତ ଘଟିଛି ଏହି ପରିପ୍ରେକ୍ଷୀରେ ଦାନଗଦି ପ୍ରାଥମିକ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ରାଜ୍ଯ ଶିକ୍ଷକ ସଂଘ, ଜିଲ୍ଲା ଶିକ୍ଷକ ସଂଘ ଓ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଶ୍ରୀଯୁକ୍ତ ଓଝା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଶ୍ରୀଯୁକ୍ତ ମଦନ ମୋହନ ଓଝା ଜଣେ ମିଷ୍ଟଭାଷୀ, ମେଳାପୀ ଓ ସ୍ନେହୀ ଶିକ୍ଷକ ଥିଲେ l ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଛାତ୍ରଛାତ୍ରୀ ଙ୍କୁ ଭଲ ମଣିଷ ହେବା ପାଇଁ ଦିଗ୍ଦର୍ଶନ ଦେଇଛନ୍ତି l ସେ ପ୍ରଥମେ ବନଦୁର୍ଗା ମଇ. ସ୍କୁଲ କଇଥା ରେ ଶିକ୍ଷାଦାନ କରିବା ପରେ ଶେଷରେ ୨୦୧୭ ମସିହାରୁ ୨୦୨୧ ପଯ୍ୟନ୍ତ ଦାନଗଦି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦାଇତ୍ଵ ତୁଲାଉ ଥିଲେ l ଜାନୁଆରୀ ତାରିଖ ୩୧/୦୧/୨୦୨୧ ମସିହା ରେ ତାଙ୍କର ଚାକିରି ଜୀବନ ଶେଷ ହୋଇଛି l ଏହି ସମ୍ବର୍ଦ୍ଧନା ସଭାକୁ ପ୍ରଦୀପ ଉଜ୍ଜଳନ କରି ଉଦ୍ଘାଟନ କରିଥିଲେ ଶ୍ରୀଯୁକ୍ତ ଅମୀୟ କୁମାର ରାଉତ (ପୂର୍ବତନ BRC ଦାନଗଦି ବ୍ଲକ), ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମିଶ୍ର (ଅବସର ପ୍ରାପ୍ତ BRC) ସଭାପତିତ୍ଵ କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ବଳରାମ ଆଇଚ, ସଭା ପରିଚାଳନା କରିଥିଲେ ଦାନଗଦି ପ୍ରାଥମିକ ବିଦ୍ୟାଳୟ ର ସହ ଶିକ୍ଷୟତ୍ରୀ ଶ୍ରୀମତୀ ଚିନ୍ମୟୀ ପଣ୍ଡା, ଶ୍ରୀମତୀ ଅନୁପମା ମିଶ୍ର ଏବଂ ଶ୍ରୀମତୀ ସୁନିତା ଜାମୁଦା ଏହି ଅବସରରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀଯୁକ୍ତ ଓଝା ଙ୍କୁ ମାନପତ୍ର , ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l
A retirement celebration has been held. 
Jajpur (Danagadi): - The work of Mr. Madan Mohan Ojha, Headmaster of Danagadi Primary School in Danagadi block has come to an end. Mr. Madan Mohan Ojha was a kind, friendly and affectionate teacher. During his tenure, he directed many students to become good people. After teaching at the school, he was the headmaster of Danagadi Primary School from 2014 to 2021. His career ended on January 31, 2021. The inaugural function was inaugurated by Mr. Amiya Kumar Raut. Danagadi Block), Mr. Sudhanshu Shekhar Mishra (Retired BRC) presided over the meeting. , Was honored with a bouquet of flowers

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !