'' ଉଦୟବଟ '' ପକ୍ଷରୁ ୭୨ ତମ ବନ ମହୋତ୍ସବ ପାଳିତ l

ଯାଜପୁର( ବ୍ୟାସନଗର ): - ବୃକ୍ଷ ହିଁ ଜୀବନ, ଦାରୁ ବ୍ରହ୍ମ, ପ୍ରକୃତି ମାତାର ଶ୍ରେଷ୍ଠତମ ସୃଷ୍ଟି । କରୋନା ସମୟରେ ବୃକ୍ଷର ଉପକାରିତାକୁ ଆମ୍ଭେ ଅନୁଭବ କରିଛେ । ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ବୃଦ୍ଧି ପାଇଁ ବୃକ୍ଷର ଭୂମିକା ଅପରିହାର୍ଯ୍ୟ । କରୋନାର କରାଳ ଦାଉରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ରୋଗ ପ୍ରତିରୋଧକ ଶକ୍ତି ହିଁ ପରୋକ୍ଷରେ ବୃକ୍ଷରୁ ମିଳିଥାଏ । ବୃକ୍ଷ ଏକାଧାରାରେ ସମଗ୍ର ଜୀବଜଗତକୁ ଖାଦ୍ୟ ଯୋଗାଇବାରେ, ଫଳ ପୁଷ୍ପ ପ୍ରଦାନ କରିବାରେ, ବାସ ସ୍ଥାନ ଯୋଗାଡରେ, ନିର୍ମାଣ କାର୍ଯ୍ୟରେ, ଅମ୍ଳଜାନ ଯୋଗାଇବାରେ, ଔଷଧ ତିଆରିରେ, ଗୋପାଳନ ପାଇଁ, ମୂଲ୍ୟବାନ କାଠ ଉତ୍ପାଦନ କରି ଅର୍ଥ ଉପାର୍ଜ୍ଜନରେ, ତାପମାତ୍ରାକୁ ସୁନିୟନ୍ତ୍ରିତ କରିବାରେ, ବାଟୋଇଙ୍କୁ ଛାୟା ଓ ଆଶ୍ରୟ ପ୍ରଦାନ କରିବାରେ ସର୍ବୋପରି ପରିବେଶ ସନ୍ତୁଳନରେ ଆଦି ଭଳି ବିବିଧ କାର୍ଯ୍ୟରେ ବୃକ୍ଷ ସହାୟକ ହୋଇ ଚାଲିଛି ।ଏହି ଅବସରରେ'' ଉଦୟବଟ'' ପକ୍ଷରୁ ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଙ୍କ ତତ୍ତ୍ଵାବଧାନରେ ଏବଂ '' ''ଉଦୟବଟ'' ର ଯାଜପୁର ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ପାତ୍ର ଙ୍କ ସହଯୋଗରେ ବ୍ୟାସନଗର ପୌରପରିଷଦ ର ମୁଣ୍ଡମାଳ ହନୁମାନ ବାଟିକା ଠାରେ ୪୦ ରୁ ଉର୍ଦ୍ଧ ଔଷଧିୟ ଓ ଫଳ ବୃକ୍ଷ ରୋପଣ କରାଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ବ୍ୟାସନଗର ପୈାର ପରିଷଦର ପ୍ରଶାସକ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇ ପ୍ରଥମେ ପ୍ରଭୁ ମହାବୀରଙ୍କ ନିକଟରେ ନଡିଆ ବାଡେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ, ବୃକ୍ଷରୋପଣ ଠାରୁ ଏବେ ଆଉ କିଛି ଭଲ କାମ ନାହିଁ । କାର୍ଯ୍ୟକ୍ରମର ସମ୍ମାନୀତ ଅତିଥି ତଥା ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ଚାରା ଗଛ ଗୁଡିକର ପୂଜାର୍ଚ୍ଚନା କରିବା ପରେ ଏହି ହନୁମାନ ବାଟିକା ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ଯାଜପୁର ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସବିତା ରାଉତ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ସଂପାଦକ ଚନ୍ଦ୍ରମଣି ସାମଲ, ଅବସରପ୍ରାପ୍ତ ଷ୍ଟାଫ୍ ନର୍ସ ଉର୍ମିଳା ନାୟକ ପ୍ରମୁଖ ଯୋଗ ଦେଇ ଚାରାରୋପଣ କରିଥିଲେ । ସରକାରଙ୍କ କୋଭିଡ୍ ନିୟମାନୁସାରେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ କରିଥିଲେ'' ଉଦୟବଟ '' ର ସମ୍ପାଦକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ରାଉତ l ଆଗକୁ ପରିବେଶ କୁ ସନ୍ତୁଳନ ରକ୍ଷା ଉପରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଶ୍ରୀଯୁକ୍ତ ରାଉତ୍ ମତବ୍ୟକ୍ତ କରିଛନ୍ତି l
Udayabat celebrates its 72nd forest festival. 

Jajpur (Byasnagar): - Trees are the best creation of life, wood spirit, nature mother. We felt the benefits of the tree during the corona. The role of trees is essential to increase the amount of oxygen in the atmosphere. The immune system is indirectly found in trees to protect against coronary heart disease. Trees simultaneously provide food to the entire animal world, provide fruit and flowers, add shelter, build, supply oxygen, make medicines, raise livestock, produce valuable timber, earn money, regulate temperatures, and so on. The tree is being assisted in various activities. The fruit trees have been planted l Santosh Kumar Mishra, Additional District Magistrate of Kalinganagar and Administrator of Byasnagar Pyaar Parishad, was the chief guest on the occasion. "There is nothing better than planting trees now," Mr Mishra said. Shuvendu Kumar Jena, executive guest of the program and executive officer of Byasnagar Payar Parishad, planted trees in the Hanuman Batika area after paying homage to the saplings. Former Mayor of Byasnagar Pyaar Parishad and Jajpur District Biju Mahila Janata Dal president Sabita Raut, Byasnagar Senior Citizens Forum editor Chandramani Samal, retired staff nurse Urmila Nayak were the chief guests. Mr. Dusmanta Kumar Raut, Editor of Udayabat, conducted the program in accordance with the government's Covid regulations. He further added that the tree planting program will continue to maintain the balance of the environment.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !