କେ. ବି. ଏନ. ଗ୍ରୁପ ର ପାଞ୍ଚ ସଦସ୍ୟଙ୍କୁ ରିମାଣ୍ଡ ରେ ନେଲା ପୋଲିସ I

ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ ):- କଥାରେ ଅଛି ଅତିରୁ ଇତି, ଏହି ମର୍ମରେ ବୁଝିବାକୁ ହେଲେ ଆଇନ କାନୁନ କୁ ଖାତିର ନକରି କେବଳ ବେପରୁଆ ମନୋଭାବ ରେ ମାତି କିଛି ଦିନ ପୂର୍ବେ କେତେକ ଯୁବକ ବିଲମ୍ବିତ ରାତ୍ରିରେ ଆଗ୍ନେୟାସ୍ତ୍ର ଓ ବିଭିନ୍ନ ମାରଣାସ୍ତ୍ର ରେ ସଜ୍ଜିତ ହୋଇ ରାଜଧାନୀ ଭୁବନେଶ୍ୱର ର ରାଜରାସ୍ତାରେ ଉଦ୍ଧଣ୍ଡ ନୃତ୍ୟ କରି ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରି ଥିଲେ l ଏହିସବୁ ଘଟଣା କୁ ପୋଲିସ କିନ୍ତୁ ହଜମ କରିପାରିଲା ନାହିଁ l ଚାଲିଲା ଜୋରଦାର ଚଢ଼ାଉ l ପୋଲିସ ଦ୍ୱାରା ଗିରଫ ହୋଇନଥବା କେବିଏନ୍  ଗ୍ରୁପ୍ନ ର ନରେନ୍ଦ୍ର କୁମାର ସାହୁ ,ରାହୁଲ ଜେନା ,ସନାତନ ବେହେରା ,ରାଜେଶ ବେହେରା ,ଓ ସୁମନ ପରିଡା ନାମକ ପାଞ୍ଚ ଜଣ ଯୁବକଙ୍କୁ ନାୟପଲ୍ଲୀ ପୋଲିସ ଆଜି ଦୁଇ ଦିନିଆ ରିମାଣ୍ଡ ରେ ନେଇଛି। ପୋକିଛ ପକ୍ଷରୁ ମାନ୍ୟବର ଅଦାଲତ ଙ୍କୁ ସାତ ଦିନ ରିମାଣ୍ଡ ପାଇଁ ଅନୁମତି ମଗା ଯାଇଥିବା ବେଳେ ଅଦାଲତ ଦୁଇଦିନ ପାଇଁ ଅନୁମତି ଦେଇଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !