ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ, କାର ଓ ବାଇକ ନଷ୍ଟ ୩ ବ୍ୟକ୍ତି ଆହତ l

ଯାଜପୁର :- ଗତ କାଲି ବ୍ୟାସନଗର ଅଧିନସ୍ଥ ଚୋରଦା ଛକ ନିକଟ ବରଦାବ୍ୟାଙ୍କ ସାମ୍ନାରେ ଅଘଟଣ, ବିଦ୍ୟୁତ ବିଭାଗ ପକ୍ଷରୁ ଗଛ କାଟିବା ସମୟରେ ଡାଳ ପଡି କାର ଓ ବାଇକ ଦୁର୍ଘଟଣା, ୩ ବ୍ୟକ୍ତି ଆହତ I ସୂଚନା ମୁତାବକ ଆଜି ଅପରାହ୍ନରେ ବିଦ୍ୟୁତ ବିଭାଗ ପକ୍ଷରୁ ବ୍ୟାସନଗର ସହରର ମୁଖ୍ୟ ରାସ୍ତା କଡରେ ଥିବା ଗଛ ଓ ଡାଳ କାଟି ସଫେଇ ହେଉଥିଲା l ତେବେ ଗଛ କାଟୁଥିବା ସମୟରେ କିଛି ସୂଚନା ନ ଦେଇ ଗଛ କୁ ଅଧା କାଟି କାର୍ଯ୍ୟ ସ୍ଥଳୀରୁ ଚାଲିଯାଇଥିଲେ କର୍ମଚାରୀ I 
ଫଳରେ ସେହି ବାଟ ଦେଇ ଯାଉଥିବା ଗୋଲାଗାଁର ଅରୁଣ ପ୍ରଧାନଙ୍କ କାର ଉପରେ ଗଛ ପଡିବା ସହିତ ଆଉ ଏକ ବାଇକରେ ୩ ବ୍ୟକ୍ତିଙ୍କ ଉପରେ ପଡିଥିଲା। ଯାହାଫଳରେ କାର ଭିତରେ ଥିବା ଦୁଇ ଜଣ ଓ ୩ ଜଣ ବାଇକ ଚାଳକ ଆହତ ହେଇଥିଲେ। ତେବେ ବିଦ୍ୟୁତ ବିଭାଗର ଏପରି ଖାମଖିଆଲି ମନବୃତ୍ତି ଯୋଗୁ ଏଭଳି ଦୁର୍ଘଟଣା ଘଟିଥିଲା l
 ଏନେଇ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହେବା ସହ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ବିଦ୍ୟୁତ ବିଭାଗ ବିରୁଦ୍ଧରେ ନାରାବାଜି କରିବା ସହିତ ଉପଯୁକ୍ତ କ୍ଷତିପୂରଣ ଦାବିକରିଥିଲେ। ତେବେ ସ୍ଥାନୀୟ ଲୋକଙ୍କ ଉତେଜନାକୁ ଦେଖି ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଆହତ ବ୍ୟକ୍ତି ଅରୁଣ ପ୍ରଧାନ, ହାଡ଼ିବନ୍ଧୁ ନାୟକ ଓ ଅରୁଣ ବେହେରାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଥିଲେ। 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !