Posts

Showing posts from March, 2022

ଭାରତକୁ ସର୍ବଶ୍ରେଷ୍ଠ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଖିବାକୁ ଚାହିଁବା -ରାଜ୍ୟପାଳ

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :-୨୬ ମାର୍ଚ୍ଚ-ଆମର ସଂସ୍କୁତିରେ ପ୍ରକୃତି ଓ ପରିବେଶକୁ ପୂଜା କରାଯାଏ । ପ୍ରକୃତି ଆମକୁ ବହୁତ କିଛି ଦେଇଛି । ତେଣୁ ଦେଶର ଆଗାମୀ ପୀଢି ଆମର ପ୍ରକୃତିକୁ ବୁଝିବାର ଆବଶ୍ୟକତା ରହିଛି । ଭାରତକୁ ସର୍ବଶ୍ରେଷ୍ଠ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଖିବାକୁ ଚାହିଁବା ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଶନିବାର ଦିନ ହୋଟେଲେ ତାଜ୍ ବିଭାନ୍ତରେ ଅର୍ଗସ ନ୍ୟୁଜ ପକ୍ଷରୁ ଆୟୋଜିତ ଚଲୋ ଦେଖେଁ ଅପନା ଦେଶ ଟୁରିଜିମ୍ କନକ୍ଲେଭର ଉଦଯାପନ ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ, ପର୍ଯ୍ୟଟନ କ୍ଷେତ୍ରରେ ଏବେ ଦେଶ ବିକାଶ ଆଡକୁ ଗତି କରୁଛି ।ପ୍ରଧାନମନ୍ତ୍ରୀ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଦେଶର ରାଜସ୍ୱ କ୍ଷେତ୍ରରେ ପର୍ଯ୍ୟଟନ ବିଭାଗର ବିଶେଷ ଗୁରୁତ୍ୱ ରହିଛି । ମନ୍ଦିର ମାଳିନୀ ଓଡିଶାରେ ମଧ୍ୟ ବହୁ ପର୍ଯ୍ୟଟନ କ୍ଷେତ୍ର ରହିଛି । ମହାପ୍ରଭୁ ଜଗନ୍ନାଥଙ୍କ ଆସ୍ଥାସ୍ଥଳୀ ରହିଛି । ପର୍ଯ୍ୟଟକ ମାନଙ୍କର ଚେତନାକୁ ଜାଗ୍ରତ କରିଥିବା ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ରହିଛି । ପର୍ଯ୍ୟଟନ ଗୁଡିକର ବିକାଶ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ସହ ଆମର ଐତିହ ପରମ୍ପରା ଉପରେ ଲୋକେ ଅଧିକ ଅବଗତ ହୋଇ ପାରିବେ । ସେଥିପାଇଁ ପର୍ଯ୍ୟଟନ ଶିଳ୍ପର ବିକାଶ ଆବଶ୍ୟକତା ରହିଛି ବୋଲି ରାଜ୍ୟ ପାଳ କହିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି ଆ

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଶିଶୁ ବିକାଶ ଓ ସୁରକ୍ଷା ଯୋଜନା ବିଫଳ!

Image
  ବ୍ୟୁରୋ ରିପୋର୍ଟ :- ସରକାର ସମାଜର କଲ୍ୟାଣ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି l ଏହା ଭିତରେ ଅଛି ଶିଶୁ ସୁରକ୍ଷା ଓ ସମୃଦ୍ଧି କ୍ଷେତ୍ରରେ ଯୋଜନା I ଏହି ଯୋଜନାକୁ ତ୍ୱରାନ୍ୱିତ କରିବାକୁ ସରକାରୀ ସ୍ତରରେ କିଛି ଏନ୍.ଜୀ.ଓ .( non-governmental organization ) କୁ ଦାୟିତ୍ଵ ଦିଆଯାଇଛି l  ପ୍ରକୃତରେ ଏହା କିପରି କାର୍ଯ୍ୟକାରୀ ହେଉଛି ତାହା ସର୍ବସାଧାରଣ ରେ ଜଳ ଜଳ ଦେଖାଯାଉଛି I ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ପ୍ରାୟ ୬୦% ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଛି! ଆଖିରେ ନ ଦେଖିଲେ ବିଶ୍ବାସ ହେବନି I ତେଣୁ ଯେଉଁ NGO ମାନେ ଏହି ଅଞ୍ଚଳରେ ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ଏହା କେତେଦୂର ସଫଳତା ହାସଲ କରିଛି ତାହା ଆମେ ଆପଣମାନଙ୍କୁ ଆମ ପାଖାରେ ଥିବା କିଛି ତଥ୍ଯ ପ୍ରଦାନ କରୁଛୁ ତାପରେ ବିଚାର ଆପଣମାନଙ୍କର l ଦାନଗଦି ବ୍ଲକ ଠାରୁ ସୁକିନ୍ଦା ବ୍ଲକ ମଧ୍ୟରେ ପ୍ରତିଦିନ କିଛି ନା କିଛି ନଜରରେ ଆସେ ଏହିସବୁ ଚିତ୍ର... ସାଧାରଣ ଲୋକଙ୍କ ଅଭିଯୋଗ, ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବା ରେ ବିଫଳ ହୋଇଛନ୍ତି ସଂପୃକ୍ତ NGO ମାନେ!  ତା ୨୧/୩/୨୦୨୨ ରେ ଯଖପୁରା ପଂଚାୟତ କାର୍ଯ୍ୟାଳୟ ଠାରେ ଚାଇଲଡ ଲାଇନ ଯାଜପୁର ଓ ଶିଶୁ ଅଧିକାର ସୁରକ୍ଷା ମଞ୍ଚ ମିଳିତ ସହଯୋଗ ଏକ କର୍ମଶାଳା ଆୟୋଜନ ହୋଇଥିଲା l ଏହି କର୍ମଶାଳା ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପରାମର୍ଶ ଦାତା ତ

ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଦୁଇ ଜଣ ଗିରଫ I

Image
ଅନୁଗୁଳ(ବ୍ୟୁରୋ ରିପୋର୍ଟ ):- କ୍ରାଇମ ବ୍ରାଞ୍ଚ ର ଏସ୍ଟିଏଫ ଟିମ ଅତର୍କିତ୍ତ ଚଢ଼ାଉ କରି ଚୋରାରେ ଚାଲାଣ ହେଉଥିବା ୧୬୫ କିଲୋ ଗଞ୍ଜେଇ ଜବତ କରିଛନ୍ତି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଅନୁଗୁଳ ଜିଲ୍ଲା କିଶୋର ନଗର ଥାନା ଅନ୍ତର୍ଗତ ବାଙ୍କ ପଳାସ ଗ୍ରାମ ନିକଟରେ ସୁଶାନ୍ତ କୁମାର ସାହୁ ଓ ଯୁଗଳ ସାହୁ ନାମକ ଦୁଇଜଣ ଅଭୁଯୁକ୍ତ ଏକ ମହିନ୍ଦ୍ରା ଗାଡ଼ିରେ ଚୋରାରେ ୧୬୫ କିଲୋ ଗଞ୍ଜେଇ ନେଉଥିବା ବେଳେ ଏସ୍ଟିଫ ଟିମ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରି ନିଜ କବ୍ଜାକୁ ନେଇଥିଲେ।ଗିରଫ ଦୁଇଜଣଙ୍କ ମଧ୍ୟରୁ ସୁଶାନ୍ତ କୁମାର ସାହୁ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ,କିଶୋର ନଗର ବ୍ରାଞ୍ଚ ରେ କ୍ୟାସିଅର ଭାବେ କାର୍ଯ୍ୟ କରୁଥିବା ଜଣା ପଡ଼ିଛି।ଏମାନଙ୍କ ଠାରୁ ଆହୁରି ମଧ୍ୟ ଗୋଟିଏ ମହିନ୍ଦ୍ରା ଗାଡି ,ଗୋଟିଏ ବାଇକ ଓ ଗୋଟିଏ ବନ୍ଧୁକ ଜବତ ହୋଇଥିବା ଜଣାପଡିଛି।

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି l

Image
  ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ , ଠାରେ ମହାବିଦ୍ୟାଳୟର ସଭାଗୃହ ଠାରେ ପାଳନ କରାଯାଇଛି . ଏ.ଓଡ଼ିଆ ଜାତିର ନିଜସ୍ଵ ଭାଷା ଓଡ଼ିଆ କୁ ଶାସ୍ତ୍ରୀୟ ଭାଷା ଦିବସ ରୂପେ କ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖ ଦିନ ଓଡ଼ିଆ ଭାଷାକୁ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ପ୍ରଦାନ କରିଥିଲେ. ଓଡିଆ ଭାଷା , ଆମ ଗୌରବ ଓ ସ୍ଵାଭିମାନ ର ପ୍ରତୀକ ।  ଓଡ଼ିଆ ଲେଖକ ମଧ୍ୟରେ ଅନ୍ୟତମ ଫକୀର ମୋହନ ସେନାପତି ଙ୍କ ଭାଷାରେ ଦ୍ଭାଷା ହିଁ ଜୀବନ ଶକ୍ତି ଜାତି ମାନଙ୍କର ଯେଉଁ ଜାତି ଭାଷା ହୀନ ସେ ଜାତି ବର୍ବର । ତେଣୁ ଓଡ଼ିଆ ଭାବେ ଆମେ ସମସ୍ତେ ଆମ ଭାଷା ଓଡ଼ିଆ କୁ ନେଇ ଗର୍ବ ଅନୁଭବ କରିବା  ଆଜିର ଏ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ରଞ୍ଜୀତ କୁମାର ପ୍ରଧାନ, ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ଡ଼ ଦେବାଶିଷ ମହାନ୍ତି, ପ୍ରଫେସର ନାରାୟଣ ସାହୁ , ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରି ଥିଲେ ଏବଂ ଓଡ଼ିଆ ଭାଷା କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଥିଲା l 

ସମ୍ମିଳିତ ହିନ୍ଦୁତ୍ବ ସୁରକ୍ଷା ମହାକ୍ରାନ୍ତି ତରଫରୁ "ହିନ୍ଦୁ ମହାକୁମ୍ଭ" ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) :-  ଭୁବନେଶ୍ଵର କେଦାର ଗୌରୀ ମନ୍ଦିର ନିକଟସ୍ଥ ସିଦ୍ଧି ମଣ୍ଡପ ଠାରେ ସମ୍ମିଳିତ ହିନ୍ଦୁତ୍ବ ସୁରକ୍ଷା ମହାକ୍ରାନ୍ତି ତରଫରୁ ଆଗାମୀ ଜୁନ ମାସରେ ହେବାକୁ ଥିବା" ହିନ୍ଦୁ ମହାକୁମ୍ଭ " କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ। ଓଡ଼ିଶାର ୨୫ ରୁ ଊର୍ଦ୍ଧ୍ବ ହିନ୍ଦୁତ୍ବବାଦୀ ସଂଗଠନ ମାନଙ୍କ ମିଳିତ ଉଦ୍ୟମରେ ସଂଗଠିତ " ସମ୍ମିଳିତ ହିନ୍ଦୁତ୍ବ ସୁରକ୍ଷା ମହାକ୍ରାନ୍ତି" ତରଫରୁ ସମସ୍ତ ଜିଲ୍ଲାର ବରେଣ୍ୟ ସାଧୁସନ୍ଥ ଓ ସଂଗଠକ ମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ହିନ୍ଦୁ ଧର୍ମ ପ୍ରତି ସରକାରଙ୍କ ଉଦାସୀନତା , ଅନ୍ୟ ଧର୍ମକୁ ପ୍ରୋତ୍ସାହନ, ହିନ୍ଦୁମାନଙ୍କର ବଢୁଥିବା ସଙ୍କଟକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ହିନ୍ଦୁ ଏକତା, ହିନ୍ଦୁତ୍ବ ସୁରକ୍ଷା,ଗୋ ସୁରକ୍ଷା,ମଠ ମନ୍ଦିର ସଂରକ୍ଷଣ , ଧର୍ମାନ୍ତରୀକରଣ ଉପରେ ଅଙ୍କୁଶ ଏବଂ ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣାର ଆଭିମୁଖ୍ୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।  ଏହି ଆଭିମୁଖ୍ୟକୁ ନେଇ ବରିଷ୍ଠ ସଂଗଠକ ମାନେ ନିଜର ମତାମତ ପ୍ରଦାନ କରିଥିଲେ। ଏ କ୍ଷେତ୍ରରେ ପଦକ୍ଷେପ ସ୍ୱରୂପ ଆସନ୍ତା ଜୁନ ମାସରେ ଭୁବନେଶ୍ଵର ଠାରେ ଏକ "ହିନ୍ଦୁ ମହାକୁମ୍ଭ " ଆୟୋଜନ ହେବ ବୋଲି ବୈଠକ ରେ ନିଷ୍ପତି ନିଆଯାଇଛି। ଏହି କାର୍ଯ୍ୟକ୍ର

ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ଅବ୍ୟବସ୍ଥା ନେଇ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ I

Image
  ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ କୈାଣସି ପ୍ରକାର ସାଧାରଣ ସୁବିଧା ନଥିବାରୁ ଏଠାକୁ ନିର୍ଭର କରୁଥିବା ସମସ୍ତ ଢେଙ୍କାନାଳ ବାସୀ ଏବଂ ପଡୋଶୀ ଜିଲ୍ଲାବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଦେଖିବାକୁ ଗଲେ ଢେଙ୍କାନାଳ ଜିଲ୍ଲା କେନ୍ଦ୍ର ଅକ୍ଷାଂକ୍ରା ଯୋଜନାରେ ସାମିଲ ହୋଇଛି ଏବଂ ଢେଙ୍କାନାଳ ମେଡିକାଲକୁ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଢେଙ୍କାନାଳ ର ଓକିଲ, ପୂର୍ବତନ ସିବିଆଇ ଜଜ , ପୂର୍ବତନ ଚିଫ୍ ଇଞ୍ଜିନିୟର, ସମାଜସେବୀ, ପୂର୍ବତନ ଡାକ୍ତର ଆସି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।  ଦେଖିବାକୁ ଗଲେ ଢେଙ୍କାନାଳ ଡାକ୍ତରଖାନା, ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରାୟ ସମସ୍ତ ଭିତିଭୂମି ଅଛି, ଏବେ ଦେଖିବାକୁ ବାକି ରହିଲା କେଉଁଦିନ ସର୍ବସାଧାରଣ ଙ୍କ ‌ଦାବି ପୂରଣ ହେଉଛି ବୋଲି କହିଛନ୍ତି ଚେୟାର ପ୍ରସନ୍ ଢେଙ୍କାନାଳ ମୁନିସିପାଲିଟି ସୁରେନ୍ଦ୍ର ମିଶ୍ର, ଡ ତୁଷାର କୁମାର ନାୟକ, ସମାଜସେବୀ ରୁଦ୍ର ପ୍ରକାଶ ସରଣ, ପୂର୍ବତନ ଚିଫ ଇଞ୍ଜିନିଅର ଏକେ ଶତପଥୀ, ପୂର୍ବତନ ସିବିଆଇ ଜଜ ବି ସି ରାଉତ ଓ ଓକିଲ ମନୋରଞ୍ଜନ ପଟ୍ଟନାୟକ।

ସାମ୍ବାଦିକମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ସହିତ ଯୋଡିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି I

Image
ଭୁବନେଶ୍ଵର(ବ୍ୟୁରୋ ରିପୋର୍ଟ) :- ଦେଶର ସ୍ଵୀକୃତିପ୍ରାପ୍ତ ତଥା ଅଣ ସ୍ଵୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ଆୟୁଷ୍ମାନ ଯୋଜନା ସହିତ ଯୋଡିବା ପାଇଁ ଜର୍ଣାଲିଷ୍ଟ କାଉନସିଲ୍ ଅଫ୍ ଇଣ୍ଡିଆର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶାଦାବ ଆବଦୀ ଆଜି କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନାକଭିଙ୍କୁ ଏକ ଚିଠି ପ୍ରଦାନ କରିଛନ୍ତି। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନାକଭି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ଵାସନା ଦେଇଛନ୍ତି।   ସଂଗଠନର ସଭାପତି ଅନୁରାଗ ସକ୍ସେନା କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ସେ ଆୟୁଷ୍ମାନ ଯୋଜନା ସହିତ ସାମ୍ବାଦିକମାନଙ୍କୁ ଯୋଡିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଚିଠି ପଠାଇଛନ୍ତି। ଡିଜିଟାଲ୍ ମିଡିଆ ସହିତ ଜଡିତ ମଧ୍ୟମ ଏବଂ ଛୋଟ ଖବରକାଗଜ ଏବଂ ସାମ୍ବାଦିକମାନଙ୍କର ଦରମା ଯଥେଷ୍ଟ ନୁହେଁ ଯେ ସେମାନେ ନିଜ ପରିବାରକୁ ସହଜରେ ପରିଚାଳନା କରିପାରିବେ | ଏପରି ପରିସ୍ଥିତିରେ, ସେ ଏବଂ ତାଙ୍କ ପରିବାର ପାଇଁ ଉପଯୁକ୍ତ ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ | ଯଦିଓ  ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନେ ଚିକିତ୍ସାର ସୁବିଧା ପାଇଛନ୍ତି, କିନ୍ତୁ ଦେଶର ଲକ୍ଷ ଲକ୍ଷ ଅଣ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନେ ଚିକିତ୍ସାରୁ ବଞ୍ଚିତ ହୋଇଛନ୍ତି। ଏହା କଷ୍ଟସାଧ୍ୟ, ସମୟ ଯେତେ କଷ୍ଟ ହେଉନା କାହିଁକି ସେ ନିଜ କର୍ତ୍ତବ୍ୟରୁ ଦୂରେଇ ନାହାନ୍ତି। କରୋନା ସମୟର