ସୁକିନ୍ଦା ସାହିତ୍ୟ ସମାଜ ପ୍ରତିଷ୍ଠାତାଙ୍କ ଦ୍ଵିତୀୟ ବାର୍ଷିକ ଶ୍ରାଦ୍ଧେlତ୍ସବ ପାଳିତ ହୋଇଯାଇଛି l

ଯାଜପୁର (ସୁକିନ୍ଦା ): - ସୁକିନ୍ଦା ସାହିତ୍ୟ ସମାଜର ପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ସ୍ବର୍ଗତଃ କବି ଦୁର୍ଯ୍ୟୋଧନ ନାୟକଙ୍କ ଦ୍ଵିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଗତ 2ତାରିଖ (ଅଁଳା ନବମୀ ତିଥି)ରେ ସୁକିନ୍ଦା ଭାରତୀୟ ବିଦ୍ୟା ନିକେତନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦା ରାଜା ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉପଲକ୍ଷେ ଅନୁଷ୍ଠିତ ସ୍ମୃତିଚାରଣ ସଭାକୁ ଉଦଘାଟନ କରି ସୁକିନ୍ଦା ସାହିତ୍ୟ ସମାଜ ଗଠନରେ ସ୍ବର୍ଗତଃ ନାୟକଙ୍କ ଅବଦାନ ସମ୍ପର୍କରେ ଅବତାରଣା କରିଥିଲେ l ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ସୁକିନ୍ଦାରେ ସାହିତ୍ୟିକ ବାତାବରଣ ସୃଷ୍ଟିରେ ସ୍ବର୍ଗତଃ ନାୟକଙ୍କ ଭୂମିକା ବର୍ଣ୍ଣନାକରି ସେ ଜଣେ ବ୍ୟକ୍ତି ନଥିଲେ ଏକ ଅନୁଷ୍ଠାନ ଥିଲେ ବୋଲି କହିଥିଲେ l ନିର୍ମଳ ଚନ୍ଦ୍ର ରାଉତ, ଗୋଲକ ଚନ୍ଦ୍ର ପଲାଇ, ସୁରେନ୍ଦ୍ର କୁମାର ଦାଶ, ଲବଙ୍ଗଲତା ପରିଡା, ଅଲେଖ ପ୍ରସାଦ ପାଗଡ଼, ନାରାୟଣ ଶତପଥି, ଅଜୟ ଖୁଣ୍ଟିଆ, ପବିତ୍ର ମୋହନ ସାହୁ, ପ୍ରଦୀପ ଓଝା,ଶ୍ରୀନିବାସ ରାଉତ,ପ୍ରମୋଦ କୁମାର ସାହୁ ପ୍ରମୁଖ ସ୍ବର୍ଗତଃ ନାୟକଙ୍କ ସ୍ମୃତିଚାରଣ କରିଥିଲେ l ସାହିତ୍ୟ ସମାଜ ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ସମ୍ପାଦକ ହିମାଂଶୁ ଶେଖର ଦ୍ବିବେଦୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ଅତିଥିବୃନ୍ଦ ଓ ଉପସ୍ଥିତ ସାହିତ୍ୟିକ ମାନେ ସ୍ବର୍ଗତଃ ନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପଗୁଚ୍ଛ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ଭାରତୀୟ ବିଦ୍ୟା ନିକେତନର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l ଏହି ଅବସରରେ କବୟିତ୍ରୀ ଲବଙ୍ଗଲତା ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ ବରିଷ୍ଠ ଓ କନିଷ୍ଠ କବି
ସ୍ୱରଚିତ କବିତା ପାଠ କରିଥିଲେ l ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
( ସୁକିନ୍ଦା ରୁ ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !