ଷ୍ଟେଟ୍ ବ୍ୟାଙ୍କ୍ ର ଦାନଗଦୀ ବଜାରରେ ଥିବା ଗ୍ରାହକ ସେବା କେନ୍ଦ୍ର ପୁରସ୍କୃତ l

ଯାଜପୁର (ଦାନଗଦୀ) :-ଭାରତୀୟ ଷ୍ଟେଟବ୍ଯାଙ୍କ ର ମୌସୁମୀ ଅଭିଯାନ କାର୍ଯ୍ୟକ୍ରମ ରେ ଦାନଗଦୀ ବଜାରରେ ଥିବା ଗ୍ରାହକ ସେବା କେନ୍ଦ୍ର ପୁରସ୍କୃତ l ଭାରତ ସରକାରଙ୍କ ବିତ୍ତିୟ ପରିଯୋଜନା କାର୍ଯ୍ୟକ୍ରମ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଭୂମିକା ଉଚ୍ଚତର l ରାଜ୍ୟରେ ସର୍ବାଧିକ ଗ୍ରାହକ ସେବା କେନ୍ଦ୍ର ଖୋଲି ଲୋକମାନଙ୍କ ର ନିକଟବର୍ତ୍ତୀ ହୋଇ ପାରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ l ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ 'ଆଜାଦିକ୍ ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ମାଧ୍ୟମରେ ଗତ ଅଗଷ୍ଟ ଏକ ତାରିଖ ରୁ ସେପ୍ଟେମ୍ବର ପନ୍ଦର ତାରିଖ ପର୍ଯ୍ୟନ୍ତ ମୌସୁମୀ ଅଭିଯାନ ଆରମ୍ଭ କରି ସର୍ବାଧିକ ସୁରକ୍ଷା ବୀମା, ଅଟଳ ପେନସନ ଯୋଜନା କରିବା ଲାଗି ଆହ୍ୱlନ ପରିପ୍ରେକ୍ଷୀରେ ଦାନଗଦି ଷ୍ଟେଟ ବ୍ୟାଙ୍କ ଡୁବୁରୀ ପ୍ରୋଜେକ୍ଟ ଶାଖା ଅଧୀନରେ ଥିବା ଗ୍ରାହକ ସେବା କେନ୍ଦ୍ରର ର ପରିଚାଳକ ପ୍ରମୋଦ କୁମାର ପୋଥାଳ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଛି l ଏ ନେଇ ଭୁବନେଶ୍ବର ରେଲ ଅଡିଟୋରିୟମ ଠାରେ ଅନୁଷ୍ଠିତ ଏକ ସମାରୋହରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ ସିଜିଏମ 
ଚନ୍ଦ୍ର ଶେଖର ଶର୍ମା ଓ ଡିଜିଏମ ମନମୋହନ ସ୍ୱାଇଁ ଦାନଗଦୀ ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ପ୍ରମୋଦ କୁମାର ପୋଥାଳ ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିବା ସହିତ ସଫଳତା ପାଇଁ ସାମିଲ ହୋଇଥିବା ସମସ୍ତ ଗ୍ରାହକ ସେବା କେନ୍ଦ୍ରର ଅଧିକାରୀ ମାନଙ୍କୁ ଧନ୍ୟ ବାଦ ଦେଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ଵର ଲୋକାଲ ହେଡ ଅଫିସ ଏବଂ ସମସ୍ତ ବିଜିନେସ୍ କରେସ୍ ଅପ ନେସନ୍ସ ର ଅଧିକାରୀ ମାନେ ଉପସ୍ଥିତ ଥିଲେ l


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !