ଭିଜିଲାନ୍ସ ଜାଲରେ ଫସିଗଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଏସ୍‌ଆଇ l

 ଯାଜପୁର/ବିଞ୍ଝାରପୁର :- ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସ. ଆଇ କେଶବ ଚନ୍ଦ୍ର ଦାସ । । ପୋଷ୍ଟମଟର୍ମ ରିପୋର୍ଟରେ ହେରଫେର ପାଇଁ ଶ୍ରୀ ଦାସ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଆଜି ଅପରାହ୍ନରେ ମାଡ଼ି ବସିଛନ୍ତି । ଶ୍ରୀ ଦାସ ବିଞ୍ଝାରପୁରସ୍ଥିତ ସରକାରୀ କ୍ୱାଟରେ ଲାଞ୍ଚ ନେଉଥିବା ସୂଚନା ରହିଛି ।ସୂଚନା ଅନୁସାରେ ଗତ ମାସ ୨୦ ତାରିଖରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କାଳୀନ ସହାୟତା ପାଇବା ପାଇଁ ତାଙ୍କର ପୁଅ ବ୍ୟବଚ୍ଛେଦ ରିପୋର୍ଟ ଆଣିବାକୁ ଥାନାକୁ ଯାଇଥିଲେ । ତେବେ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଶ୍ରୀ ଦାଶ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଏନେଇ ଖବର ଦେଇଥିଲେ । ପରେ ଭିଜିଲାନ୍ସ ଏହାର ଜାଲ ବିଛାଇଥିଲା । ଯୋଜନା ଅନୁସାରେ ଆଜି ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଡେପୁଟି ସୁପରିଟେଣ୍ଡ ସୁଶୀଲ ଏକ୍କାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରୁ ଏସ୍‌ଆଇ କେଶବ ଚନ୍ଦ୍ର ଦାସଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଛି । ଅନ୍ୟପଟେ କଟକ ଜଗତପୁରର ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଚାଲିଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !