ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବନମହୋତ୍ସବ ପାଳନ l

 ଯାଜପୁର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବନମହୋତ୍ସବ ଅବସରରେ 
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଚାରା ରୋପଣ ସହିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l
ଏହି ପରିବେଶ ସୁରକ୍ଷା ଓ ସନ୍ତୁଳନକାରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଚାରା ରୋପଣ କରିବା ସହ ଆଲୋଚନା 
ରେ ଜିଲ୍ଲା ଦୌରାଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଡ. ଜୀବନ ଜ୍ୟୋତି ରଥ, ପରିବାର ଅଦାଲତ ଜଜ୍ ମୁଣ୍ଡିଚା
ସାମନ୍ତସିଂହାର,ଅତିରିକ୍ତ ଦୌରାଜଜ୍ ଶ୍ରୀ ସୁନୀଲ କୁମାର ଦାସ, ପେସାଲ ଜଜ୍ ପୋକ୍ସ କୋର୍ଟ ଶ୍ରୀ ଅଭିଜିତ ପଲାଇ, ମୁଖ୍ୟ
ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ସର୍ବେଶ୍ୱର ଦାସ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସତ୍ୟପ୍ରକାଶ ରାୟ ଚୌଧୁରୀ, ଏଲ୍ ଆର ଏବଂ ଏଲ୍ ଟି ଭି ଶ୍ରୀମତୀ ଲୋପାମୁଦ୍ରା ବେହେରା, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ମନସ୍ଵନୀ ରଥ, ରେଜିଷ୍ଟ୍ରାର ସିଭିଲ୍ ଜଜକୋର୍ଟ ଶ୍ରୀ ମାନସ ରଞ୍ଜନ ସାମନ୍ତରାୟ,ଏସ୍.ଡି.ଜି.ଏମ୍ ଶ୍ରୀମତୀ ଇପସିତା ନନ୍ଦ,ଦେୱାନୀ ବିଚାରପତି ଶ୍ରୀ ପାରସ ପାଢୀ ,ଜେ.ଏମ୍.ଏଫ୍.ସି ଶ୍ରୀ ସୁନାରାମ ମାଝି ପ୍ରମୁଖ ଉପସ୍ଥିତ ଥିଲେ l
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦକ ଶ୍ରୀମତୀ ଜ୍ୟୋତର୍ମୟୀ ଦାସ ଙ୍କ ପ୍ରତ୍ୟେକ୍ଷ
ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଓ ସଂପୃକ୍ତ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏଥରେ ପୂର୍ଣ୍ଣ ସହଯୋଗ କରିଥିବାବେଳେ ବିଦ୍ୟାଳୟ ସ୍ତରୀୟ ଲିଗାଲ୍ କ୍ଲବ୍ ସଦସ୍ୟ, ପାନେଲ୍‌ ଲୟର ପାରାଲିଗାଲ ଭାଲେଣ୍ଟିୟର ମାନେ ଉପସ୍ଥିତ ଥିଲେ Iକାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ଓ ବାଳିକା ଉଚ୍ଚ ବିଦ୍ୟାଳୟ ର କର୍ମଚାରୀ ଏବଂ ଶିକ୍ଷା କର୍ମଚାରୀ ମାନେ ସହଯୋଗ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !