ଯେଉଁମାନେ ଧନ ସମ୍ପତ୍ତି କୁ ସବୁକିଛି ଭାବନ୍ତି, ସେମାନଙ୍କ ପାଇଁ କିଛି....

                    ବିଶେଷ ଉଲ୍ଲେଖ 
ଧନଦ୍ୱାରା ଖାଦ୍ୟ ମିଳିପାରେ - କିନ୍ତୁ କ୍ଷୁଧା ନୁହେଁ
ଧନଦ୍ୱାରା ଶଯ୍ୟା ମିଳିପାରେ - କିନ୍ତୁ ନିଦ୍ରା ନୁହେଁ ।
ଧନଦ୍ୱାରା ଔଷଧ ମିଳିପାରେ - କିନ୍ତୁ ଆୟୁ ନୁହେଁ ।
ଧନଦ୍ୱାରା ପୁସ୍ତକ ମିଳିପାରେ - କିନ୍ତୁ ବିଦ୍ୟା ନୁହେଁ ।
ଧନଦ୍ବାରା ପ୍ରଚକ୍ଷୁ ମିଳିପାରେ - କିନ୍ତୁ ଚକ୍ଷୁ ନୁହେଁ ।
ଧନଦ୍ୱାରା ଆରାମ ମିଳିପାରେ - କିନ୍ତୁ ରାମ ନୁହେଁ ।
ଧନଦ୍ୱାରା ସମ୍ମାନ ମିଳିପାରେ - କିନ୍ତୁ ଶ୍ରଦ୍ଧା ନୁହେଁ ।
ଧନଦ୍ୱାରା ସଙ୍ଗୀ ମିଳିପାରେ - କିନ୍ତୁ ମିତ୍ର ନୁହେଁ ।
ଧନଦ୍ୱାରା ଶିକ୍ଷକ ମିଳିପାରେ - କିନ୍ତୁ ସଦ୍‌ଗୁରୁ ନୁହେଁ ।
ଧନଦ୍ୱାରା ଆଭୂଷଣ ମିଳିପାରେ – କିନ୍ତୁ ସୌନ୍ଦର୍ଯ୍ୟ ନୁହେଁ ।
ଧନଦ୍ୱାରା ବିଜୁଳୀ ମିଳିପାରେ - କିନ୍ତୁ ଅନ୍ତଃ ପ୍ରକାଶ ନୁହେଁ ।
ଧନଦ୍ୱାରା ଆସକ୍ତି ମିଳିପାରେ - କିନ୍ତୁ ଶକ୍ତି ନୁହେଁ ।
ଧନଦ୍ବାରା କାମିନୀ ମିଳିପାରେ - କିନ୍ତୁ ଧର୍ମପତ୍ନୀ ନୁହେଁ ।
ଧଦ୍ଵାରା ଚିତ୍ର ମିଳିପାରେ - କିନ୍ତୁ ଚରିତ୍ର ନୁହେଁ । 
ଧନଦ୍ୱାରା ସୁଖଭୋଗ ମିଳିପାରେ - କିନ୍ତୁ ଆତ୍ମାଶାନ୍ତି ନୁହେଁ l
ଜୀବନ ଯାପନ ପାଇଁ ଧନର ସାମାନ୍ୟ ଆବଶ୍ୟକତା ଥାଇପାରେ ମାତ୍ର ଏହା ଜୀବନ ପାଇଁ ସବୁକିଛି ନୁହେଁ । ଧନସମ୍ପଦର ଆସୁରୀ ଉପଯୋଗ ସର୍ବଥା ତ୍ୟାଜ୍ୟ । ସଂସାର କଲ୍ୟାଣରେ ଏହାର ଯେତେ ଉପଯୋଗ ହୋଇପାରିବ, ନିଜକୁ ସେତେ ସୁଖ ସନ୍ତୋଷ ମିଳିବ ।
ଧନଦ୍ୱାରା କେହି ଶ୍ରେଷ୍ଠ ବୋଲାଏ ନାହିଁ ନିଜର ସଦ୍‌ଗୁଣ ଏବଂ ଯୋଗ୍ୟତାଦ୍ବାରା ହିଁ ଜଣେ ଶ୍ରେଷ୍ଠ ବୋଲାଏ ଏବଂ ତା’ଦ୍ୱାରା ହିଁ ନିଜର ଭବିଷ୍ୟତ ଗଠନ କରିଥାଏ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !