ନୀଳାଚଳ ଇସ୍ପାତ ପକ୍ଷରୁ ଶିଶୁ ଦିବସ ପାଳିତ l
ଯାଜପୁର (କଳିଙ୍ଗନଗର) :- ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍), ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ସହଯୋଗରେ ଦାନଗଦୀ ବ୍ଲକ ଶାଳିଜଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଢେଙ୍କିଶାଳ ଗ୍ରାମର ଅଙ୍ଗନବାଡ଼ି ଓ ଟିଏସ୍ଏଫ୍ ଆଦିବାସୀ ଭାଷା ଶ୍ରେଣୀର ୪୫ ଜଣ ପିଲାଙ୍କୁ ନେଇ ଶିଶୁ ଦିବସ ପାଳନ କରିଛି । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର ମଜାଦାର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ କର୍ମଚାରୀମାନେ ପିଲାମାନକୁ ଅଧ୍ୟୟନ ସାମଗ୍ରୀ ଓ ଜଳଖିଆ ଆଦି ବଣ୍ଟନ କରିଥିଲେ । ଏହା ବ୍ୟତୀତ ପିଲାମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହୀ କରିବା ପାଇଁ ପ୍ରେରଣା ଯୋଗାଇଥିଲେ ।
ଏଥି ସହିତ ବୁଧବାର ଶାଳିଜଙ୍ଗା ଗ୍ରାମରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍) ପକ୍ଷରୁ ସ୍ଥାନୀୟ ମହିଳାଙ୍କ ପାଇଁ ‘ଘରୋଇ ଓ ଅଗ୍ନି ନିରାପତ୍ତା ଶୀର୍ଷକ ଉପରେ ଏକ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଘରୋଇ ଦୁର୍ଘଟଣା ରୋକିବା ଏବଂ ଜରୁରୀକାଳୀନ ପରିସ୍ଥିତିର ପ୍ରଭାବଶାଳୀ ମୁକାବିଲା ପାଇଁ ସ୍ଥାନୀୟ ମହିଳାମାନଙ୍କୁ ତାଲିମ ପ୍ରଦାନ କରି ସଶକ୍ତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ୫୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ଆଇଏନ୍ଏଲ କର୍ମଚାରୀମାନେ ଘରୋଇ ନିରାପତ୍ତା ଉପରେ ବିଭିନ୍ନ ସୂଚନା ଦେବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.