‘ଉଦୟବଟ’ ତରଫରୁ ୭୦ତମ ଶିଶୁ ଦିବସ ପାଳିତ ଓ ‘ଅଶୋକ ଦାସ ସ୍ମାରକୀ’ ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଶୁଭାରମ୍ଭ l


ଯାଜପୁର ୧୫/୧୧(ବ୍ୟୁରୋ ରିପୋର୍ଟ ) : - ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ତରଫରୁ ୭୦ତମ ଶିଶୁ ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଗତ କାଲି ଗୁରୁବାର ପାଳିତ ହୋଇଯାଇଛି । କ୍ରୋମନଗରୀ ବ୍ୟାସନଗରର ବସ୍ତି ଅଂଚଳର ପିଲାମାନଙ୍କ ମଧ୍ୟରେ ଖୁସିର ପରିପ୍ରକାଶ ଏବଂ ପ୍ରତିଭାର ଅନ୍ୱେଷଣ ପାଇଁ ‘ଉଦୟବଟ’ ଦୀର୍ଘ ବର୍ଷ ଧରି ଚେଷ୍ଟା ଜାରୀ ରଖିଛି । ଏହି ପବିତ୍ର ଦିବସ ଅବସରରେ ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା, କୋରାଇର ପୂର୍ବତନ ବିଧାୟକ ତଥା ଓଡ଼ିଶାର ବିଶିଷ୍ଠ ଜନନେତା ‘୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା-୨୦୨୪’ର ଶୁଭାରମ୍ଭ ହୋଇଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀର ଉଭୟ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସବ୍‌-ଜୁନିୟର ଏବଂ ଜୁନିୟର ବିଭାଗ ଅଫ୍‌ଲାଇନ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ଶିଶୁ କବିତା ଆବୃତି, ଶ୍ଳୋକ ପାଠ ଆଦି ପ୍ରତିଯୋଗିତାଗୁଡିକର ଶୁଭାରମ୍ଭ ହୋଇଥିଲା । ଏଥିରେ ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ବଳଭଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାଗୁଡ଼ିକର ଉଦ୍‌ଘାଟନ କରିଥିଲେ । ଅତିଥିମାନେ ୰ ଅଶୋକ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରତିଯୋଗିତାଗୁଡିକରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସୋଲେଇ, ଦାନଗଦି, ବ୍ୟାସନଗର ପବ୍ଲିକ ସ୍କୁଲ, ଏସବିଡ଼ି ଇଂଟରନେସ୍‌ନାଲ, ସେଂଟ ଜାଭିୟର୍ସ ସ୍କୁଲ, ସେଂଟମେରୀ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମଧୂସୁଦନନଗର, କ୍ରୋମନଗର ବିଦ୍ୟାମନ୍ଦିର, ଫେରୋକ୍ରୋମ ପ୍ଲାଂଟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମୁଣ୍ଡମାଳ, ସାପଗଡ଼ିଆ ସ୍କୁଲ, ମାନଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ପ୍ରଭୃତି ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ଉଦ୍‌ଘାଟକ ଶ୍ରୀଯୁକ୍ତ ଦାସ ଜିଲ୍ଲାର ଭୂମିପୂତ୍ର ୰ ଶ୍ରୀଯୁକ୍ତ ଦାସଙ୍କ ସମ୍ମାନାର୍ଥେ ‘ଉଦୟବଟ’ ଦୀର୍ଘ ୧୫ ବର୍ଷ ହେଲା ବିଭିନ୍ନ ପ୍ରତିଯୋଗିତା କରିଆସିଥିବା ବେଳେ ଚଳିତ ବର୍ଷ ଏହି ଧାରାକୁ ଜାରୀ ରଖିଥିବାରୁ ସେ ଏହାର ଭୂୟସୀ ପ୍ରଶଂସା କରିଥିଲେ । ଶିଶୁମାନଙ୍କୁ ସର୍ବଦା ଖୁସି ରଖିଲେ ଓ ଉପଯୁକ୍ତ ଯତ୍ନ ନେଲେ ସେମାନେ ସମାଜ ପାଇଁ ଆଗାମୀ ଭବିଷ୍ୟତ ପାଲଟିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶିଶୁମାନେ ସ୍ୱପ୍ନ ଦେଖିବା ସହ ସେଥିରେ ସଫଳ ହେଲେ ସମାଜ ସମୃଦ୍ଧ ହେବ ବୋଲି କହିଥିଲେ । ୰ ଦାସଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ‘ଉଦୟବଟ’ ପୂର୍ବ ବର୍ଷମାନଙ୍କ ପରି ତା’ର କାର୍ଯ୍ୟକ୍ରମ ଶିଶୁ ଦିବସରେ ଆରମ୍ଭ କରିଥିବାରୁ ସେ ସାଧୂବାଦ ଜଣାଇଥିଲେ । କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସେମାନେ ପାଠ ପଠା ସହ ବିଭିନ୍ନ ଦିଗରେ ରୁଚି ରଖିବା ସହିତ ଖେଳ କସରତ, ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇ ନିଜର ଶାରୀରିକ ଓ ବୌଦ୍ଧିକ ବିକାଶରେ ଚେଷ୍ଟିତ ହେବାକୁ ପରାମର୍ଶ ଦେଇଥିଲେ । ଏଥିରେ ବକ୍ତା ଭାବେ ‘ଇନ୍ଦିରା ଗାନ୍ଧୀ ମହାବିଦ୍ୟାଳୟ’ର ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ବିଭିନ୍ନ ଉଦାହରଣ ଜରିଆରେ ଅବିଭାବକ/ଅବିଭାବିକାମାନଙ୍କର ଶିଶୁମାନଙ୍କ ପ୍ରତି ଥିବା ଦାୟିତ୍ୱବୋଧକୁ ସୂଚାଇଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ନିଜର ଅଙ୍ଗୀକାରବଦ୍ଧତା ଓ ସଂଯମତା ରକ୍ଷା କରିବାରେ କେବେ ବି ଅବହେଳା ନ କରିବାକୁ ସେ ପରାମର୍ଶ ଦେଇଥିଲେ । ବିଦ୍ୟୁତପ୍ରଭା ରାୟ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଓ ସାମ୍ବାଦିକ ଉମାକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ହରପ୍ରିୟା କର ପ୍ରତିଯୋଗିତାଗୁଡିକର ସଂଯୋଜନା କରିଥିଲେ । ପ୍ରତିଯୋଗିତାଗୁଡିକରେ ବିଚାରକ ଭାବେ ପ୍ରତିଯୋଗିତା ମୁଖ୍ୟ ବରିଷ୍ଠ ଶିକ୍ଷୟତ୍ରୀ ହରପ୍ରିୟା କର, ଶିକ୍ଷକ ଦୀପକ ରଂଜନ ପାଣିଗ୍ରାହୀ, ସାମ୍ବାଦିକ ଉମାକାନ୍ତ ମହାପାତ୍ର, ‘ଉଦୟବଟ’ର କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ, ଶ୍ରମିକ ନେତା ଅରୁଣ କୁମାର ଦାସ ପ୍ରମୁଖ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ । କାର୍ଯ୍ୟକ୍ରମ ସୁପରିଚାଳନାରେ ଅଭିମନ୍ୟୁ ବିଶ୍ୱାଳ, ପ୍ରିତିପାଲ ସିଂହ, ଚନ୍ଦ୍ରମଣି ବାରିକ, ଗୁଡି ସୂତାର, ଦୀପୁ ମହାରଣା ଦୁଷ୍ମନ୍ତ ମଲ୍ଲିକ, ସୁମିତ୍ରା ମିଶ୍ର, ପ୍ରଫୁଲ୍ଲ ବାରିକ, କଳିଙ୍ଗ କେଶରୀ ରାଉତ, ହରଦୟାଲ ସିଂହ, ସୁଜାତା ଜେନା, ଚକ୍ରଧର ମଲ୍ଲିକ, ଭାରତ ଭୂଷଣ ରାଉ. ଟିଂକ ମହାରଣା, କାଂଚନ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ସାନ୍ତନ୍ୟୁ ମଲ୍ଲିକ, ଅକ୍ଷୟ କୁମାର ଜେନା, ହରୀଶ ଚନ୍ଦ୍ର ଜେନା, ରମା ସାମଲ, ନରହରି ବେହେରା, ନିରାକାର ନାୟକ, ସସ୍ମିତା ମଲ୍ଲିକ, ଆରତୀ ବାରିକ, ଲକ୍ଷ୍ମୀ ମହାରଣା ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଅତିଥିମାନେ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ ।ଏଥିସହ ଏଠାରେ ୭୦ତମ ଶିଶୁ ଦିବସ ପାଳିତ ହୋଇଥିଲା । ସ୍ୱାଧିନ ଭାରତର ୧ମ ପ୍ରଧାନମନ୍ତ୍ରୀ ଚାଚା ନେହୁର କିପରି ଶିଶୁମାନଙ୍କୁ ଭଲ ପାଉଥିଲେ ଓ ଏହି ଦିବସର ତାତ୍ପର୍ଯ୍ୟତା ସଂର୍ପକରେ ଏଠାରେ ଆଲୋଚନା କରାଯିବା ସହ ଶିଶୁମାନଙ୍କର ସମୟୋଚିତ ଯତ୍ନ ନେବାକୁ ମତପ୍ରକାଶ ପାଇଥିଲା । ଶେଷରେ ଶିକ୍ଷୟତ୍ରୀ ହରପ୍ରିୟା କର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ‘ଭଜନ ସନ୍ଧ୍ୟା’ ଅନୁଷ୍ଠିତ ହୋଇଥିଲା । 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l