ଜାଭିଅର ହାଇସ୍କୁଲ ପିଙ୍ଗୁଆ ଠାରେ ଶିଶୁଦିବସ ଉପଲକ୍ଷେ ରଙ୍ଗୋଲି ପ୍ରତିଯୋଗିତା l

ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ପିଙ୍ଗୁଆ st. ଜାଭିଅର ହାଇସ୍କୁଲ ରେ ପାଳିତ ହୋଇଯାଇଛି ଶିଶୁଦିବସ ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସାହୁ ଙ୍କ ତତ୍ତ୍ଵାବଧାନରେ ମୁଖ୍ୟଅତିଥି ଭାବେ ସ୍କୁଲ଼ ର ଏସଏମସି ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ ଯୋଗଦେଇ ଶିଶୁମାନଙ୍କ ଦ୍ଵାରା ତିଆରି ରଙ୍ଗୋଲି କୁ ମନଭରି ଉପଭୋଗ କରିଥିଲେ l ଏହି କର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷୟତ୍ରୀ ପ୍ରଣତି ପରିଡା ଓ ଚିନ୍ମୟୀ ପ୍ରଧାନ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଏଥିରେ ଷ୍ଟାଣ୍ଡାର୍ଡ 6 ର ବୈଭାଭି ଭଞ୍ଜ ପ୍ରଥମ ସ୍ଥାନ ହାସଲ କରିଛନ୍ତି, ଦ୍ବିତୀୟ ସ୍ଥାନ ରେ ଷ୍ଟାଣ୍ଡାର୍ଡ଼ 1 ର ଲକ୍ଷ୍ମୀପ୍ରିୟା ସାମନ୍ତ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ବିଷ୍ଣୁପ୍ରିୟା ସାହୁ l RITA vision News