Posts

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଆଦିବାସୀ ପରିବାର, ସରକାରୀ ସହାୟତା ପାଇଁ ଦାବୀ l

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ବ୍ଲକ ଓଲଳ ଗ୍ରାମପଞ୍ଚାୟତର ଆଦିବାସୀ ସାହି ର ଘଟଣା l ଏହି ସାହିର ଲମ୍ବୁଆ ମୁଣ୍ଡା ତାର ସ୍ତ୍ରୀ ଓ ୬ ଜଣ ପିଲା ଙ୍କୁ ନେଇ ବାସକରନ୍ତି l କିଛିଦିନ ହେଲା ଲମ୍ବୁଆ ଟାଇଫଏଡ ଜ୍ୱର ଓ ଟିବି ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ କରୋନା ପାଇଁ ଚିକିତ୍ସା ହୋଇନପାରି ଗତ ତାରିଖ ୨.୯.୨୦୨୦ ସନ୍ଧ୍ୟା ସମୟରେ ଆରପରିକୁ ଚାଲିଗଲେ l ସ୍ତ୍ରୀ ମାନସିକ ବିକୃତ ଯୋଗୁ ୬ ଜଣ ଛୋଟ ପିଲା ଙ୍କୁ ପାଳିବା ସମ୍ଭବପର ନୁହେଁ l ତାଙ୍କର ନା ଅଛି ଜମିବାଡ଼ି ନା ଅଛି ରହିବା ପାଇଁ ଘର, ଭଙ୍ଗା କୁଡିଆ ରେ ବିତୁଛି ୭ ପ୍ରାଣୀଙ୍କ ଜୀବନ l ରୋଜଗାର ଶୂନ୍ୟ ପରିବାର, ବଡ଼ ପୁଅ ୧୨ ବର୍ଷର ହୋଇଥିବାବଳେ ଦୁଇ ଜଣ ଛୋଟ ପୁଅ ଓ ତିନିଜଣ ଛୋଟ ଝିଅ ଅଛନ୍ତି l ସାହି ଲୋକଙ୍କ ହାତଟେକାରେ ଚାଲିଛି ପରିବାର l ସ୍ଥାନୀୟ ସରପଞ୍ଚ ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନା ର ସହାୟତା ୨୦୦୦ ଟଙ୍କା ହୋଇଥିବା ବେଳେ ମାତ୍ର ୧୫୦୦ ଟଙ୍କା ଦେଇ କାମ ସାରିଦେଲେ l ଏହି ଗ୍ରାମ ଟି ଦାନଗଦି ବ୍ଲକ ଠାରୁ ମାତ୍ର  କେଇ କିମି ଦୁରରେ ଅବସ୍ଥିତ କିନ୍ତୁ ପ୍ରଶାସନ ର ଦୃଷ୍ଟିକୁ ଆସିନାହିଁ l  ଧୂଳିଗଡ଼ ଗ୍ରାମପଞ୍ଚାୟତର ସାମାଜ ସେବୀ ସଂଗ୍ରାମ ବିଶ୍ଵାଳ ଙ୍କୁ ନେଇ ଆମ ଟିମ ପହଞ୍ଚି ଥିଲା ଉକ୍ତ ଗାଁ ରେ l ଆମେ ଗ୍ରାଉଣ୍ଡ ଜିରୋ ରୁ ଯାହା ଅନୁଭବ କଲୁ ଏହି

ଯାଜପୁର ଜିଲ୍ଲା ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ର ହାତ ବଢାଯାଇଛି ବିଶ୍ୱକର୍ମା ସଂଘ l

Image
, ଯାଜପୁର (ବ୍ୟୁରୋ) :- ଆଜି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମା ଟିଆପଡା ଗ୍ରାମ ରେ ବନ୍ୟା ବିପନ୍ନ ଙ୍କୁ ବିଶ୍ଵକର୍ମା ସଂଗଠନ ଓଡ଼ିଶା ଶାଖା , ରାଜ୍ୟ ସଭାପତି ଗୌତମ ମହାରଣା, ସାଧାରଣ ସମ୍ପାଦକ ହାଡିବନ୍ଧୁ ମହାରଣା, କୋଷାଧ୍ୟକ୍ଷ ବିରଞ୍ଚି ନାରାୟଣ ମହାରଣା, ଭୁବନେଶ୍ୱର ବ୍ଲକ୍ ର ସଭ୍ୟ ବରେନ୍ଦ୍ର ମହାରଣା, ତିରୀମଲ ଜଟଣୀ ବ୍ଲକ୍ ଅଶୋକ ଜେନା, ଯାଜପୁର ଜିଲ୍ଲା ସଭାପତି ହେମନ୍ତ କୁମାର ମହାରଣା, ମତିଆପଡା ବ୍ଲକ୍ ର ମିଟୁ ମଲ୍ଲିକ, ଜଗବନ୍ଧୁ ମଲ୍ଲିକ ଙ୍କ ଉପସ୍ଥିତି ରେ ସଖିଲ ଖାଦ୍ୟ ଯଥା ଚୁଡ଼ା ଚିନି ବିସ୍କୁଟ ବଣ୍ଟନ କରାଗଲା।          ସଂଗଠନ ର ସଭାପତି ଙ୍କ କହିବା ଅନୁସାରେ ଏହିପରି ବିପନ୍ନ ଙ୍କୁ ସହାୟତା କରିବା ପାଇଁ ସଂକଳ୍ପ ବଧ ଅଟେ। ଏହି ସହାୟତା ବଣ୍ଟନ ରେ କଟକ ଜିଲ୍ଲାର ଜଣେ ନାରୀ ସମାଜ କର୍ମୀ ଡଃ: ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସୁତାର ମଧ୍ୟ ଉପସ୍ଥିତ ରହି ବନ୍ୟା ବିପନ୍ନ ଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । Umakanta Mohapatra (Rita vision News) 

କଟକର ଚା'ବିକାଳୀ ପାଇଲେ ପଦ୍ମଶ୍ରୀ ଉପାଧି, ବିଶ୍ୱରେ ପ୍ରଥମ ଥର...

Image
କଟକ (Rita vision News ) :- କଟକ ସହର ରେ ବାସ କରନ୍ତି ଡି ପ୍ରକାଶ ରାଓ, ଏଇ ସହରରେ ତାଙ୍କ ଜନ୍ମ।ବାପା ଥିଲେ ଦ୍ୱିତୀୟ ବିଶ୍ଵଯୁଦ୍ଧ ର ସୈନିକ l ପିଲାଟି ବେଳୁ ଖୁବ୍ ବିଚକ୍ଷଣ ଥିଲେ ପ୍ରକାଶ ରାଓ, ଭଲ ପାଠ ପଢିବା ସହ ଫୁଟବଲ ଖେଳ ରେ ସିଦ୍ଧହସ୍ତ ଥିଲେ ସେ ସ୍ୱପ୍ନ ଥିଲା ଡାକ୍ତର ହେଇ ଲୋକ ଙ୍କ ସେବା କରିବେ, ନଚେତ ତାରକା ଫୁଟବଲ ଖେଳାଳି ହେବେ, ହେଲେ ବିଧିର ବିଧାନ ଥିଲା କିଛି ଅଲଗା,ସେ ହେଇଗଲେ ଚା ବିକାଳୀ l ମାତ୍ର ୫୫ ଟଙ୍କା ଅଭାବ ରୁ ମାଟ୍ରିକ ପରୀକ୍ଷା ରୁ ବଞ୍ଚିତ ହେଇଥିଲେ ସେ, କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆସେ, ସେବେଠୁଁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି l ଲୋକ ଙ୍କୁ ସେବା କରିବାର ଦୃଢ ଇଚ୍ଛାଶକ୍ତି ଆଗରେ ପରିସ୍ଥିତି ଆଉ ଅର୍ଥ ବାଧକ ସାଜି ପାରିନି l ନିଜ ଜୀବନ କାଳ ମଧ୍ୟ ରେ ୨୮୨ ଥର ରକ୍ତ ଦାନ ଓ ୧୬ ଥର ପ୍ଲାଜମା ଦାନ କରିଛନ୍ତି l ନିଜ ସ୍ଵଳ୍ପ ଉପାର୍ଜନ ରୁ ଏକ ଛୋଟିଆ ବିଦ୍ୟାଳୟ କରିଛନ୍ତି ଯେଉଁଠି ସେ ୨୦୦ ଗରିବ ବସ୍ତି ପିଲା ଙ୍କୁ ଶିକ୍ଷା ଦାନ କରିବା ସହ ଏକ ଓଳି ଖାଇବାକୁ ଦେଉଛନ୍ତି l ପଦ୍ମଶ୍ରୀ ଡି ପ୍ରକାଶ ରାଓ ସହରରେ କାହାର ରକ୍ତ ଦରକାର ପଡ଼ିଲେ ଖୋଜା ପଡେ ରାଓ ବାବୁ ଙ୍କୁ, ଦୁଃଖୀ ଅସହାୟ ଙ୍କୁ ସେ ଦେବଦୂତ ପରି ସାହାଯ୍ୟ କରନ୍ତି l ସେ ମୃତ୍ୟୁ ପୂର୍ବରୁ ନିଜ ଶରୀରକୁ କଟକ ଏ. ସି. ବି ମେଡିକାଲ କୁ ଦାନ କରି ଦେଇଛନ୍ତି, ଏହା ହିଁ ତାଙ୍କ ଶେଷ ଇଚ୍ଛା l ନ

ପୋଲିସ ମହାନିର୍ଦ୍ଦେଶକ ଙ୍କ ମାଲକାନଗିରି ଜିଲ୍ଲା ଗ୍ରସ୍ତ l

Image
ବ୍ୟୁରୋ ରିପୋର୍ଟ (Rita vision News) : ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି, ଏହି ଅବସରରେ ସେ ଦୁଇ ଜିଲ୍ଲାରେ ନକ୍ସଲ ବିରୋଧି ଅପରେସନ, ଗଂଜା ବିରୋଧି ପଦକ୍ଷେପ ଏବଂ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି l ସେ ମଧ୍ୟ କରୋନା ଯୋଦ୍ଧାଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ, ଡିଜିପିଙ୍କ ଗସ୍ତ ବେଳେ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ବଳର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ l Umakanta Mohapatra

ରାଜ୍ୟରେ ନିର୍ମଣାଧୀନ ଶିଳ୍ପପାର୍କ ଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ ହେବ - ମନ୍ତ୍ରୀ

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :– ରାଜ୍ୟର ନିର୍ମାଣାଧିନ ଶିଳ୍ପ ପାର୍କଗୁଡ଼ିକ ଖୁବ୍‌ ଶୀଘ୍ର ସଂପୂର୍ଣ୍ଣ ହେବ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଆଜି ଶିଳ୍ପ ବିଭାଗରେ ୫‘ଟି’ ଓ ‘ମୋ ସରକାର’ର କାର୍ଯ୍ୟକାରିତା ସମୀକ୍ଷାବେଳେ ସେ ଏହା ପ୍ରକାଶ କରିଛନ୍ତି । ଏହି ବିଶ୍ୱସ୍ତରୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ପ୍ଲାଷ୍ଟିକ୍‌ ପାର୍କ, ପାରାଦ୍ୱୀପ, ଆଲୁମିନିୟମ୍‌ ପାର୍କ, ଅନୁଗୋଳ, ସାମୁଦି୍ରକ ଖାଦ୍ୟ ପାର୍କ, ଡେରାସ୍‌ ଏବଂ ଇଲୋକ୍‌ଟ୍ରୋନିକ୍ସ ପାର୍କ, ଭୁବନେଶ୍ୱର ଅନ୍ତର୍ଭୁକ୍ତ । ଏହି ଅତ୍ୟାଧୁନିକ ପ୍ରକଳ୍ପ ଗୁଡ଼ିକର ଆକର୍ଷଣୀୟ ଅବସ୍ଥିତି ଓ ସୁଲଭ ଜମି ମୂଲ୍ୟ ଯୋଗୁଁ ବହୁ ନିବେଶକାରୀଙ୍କୁ ଆକୃଷ୍ଟ କରି ପାରିଛି ବୋଲି ଏହି ସମୀକ୍ଷାବେଳେ ଜଣାପଡ଼ିଛି । ଏଥି ସହିତ ଶିଳ୍ପ ମନ୍ତ୍ରୀ କଳିଙ୍ଗନଗରଠାରେ ଇସ୍ପାତ୍‌ କ୍ଲଷ୍ଟର ଓ ଜାତୀୟ ନିବେଶ ଏବଂ ପ୍ରସ୍ତୁତକାରୀ ଜୋନ୍‌ ଓ ପାରାଦ୍ୱୀ ପଠାରେ ପେଟ୍ରୋଲିୟମ୍‌ କେମିକାଲ୍‌ ଏବଂ ପେଟ୍ରୋକେମିକାଲ୍ସ ପୁଞ୍ଜିନିବେଶ ଅଞ୍ଚଳ ସଂ ପର୍କରେ ମଧ୍ୟ ସମୀକ୍ଷା କରିଥିଲେ । କୋଭିଡ୍‌ ମହାମାରୀ ସମୟରେ ଇଡ୍‌କୋ ଏହିସବୁ ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରି ପାରିଥିବାରୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ ଅନ୍ୟାନ୍ୟ ନିର୍ମାଣାଧିନ କାର୍ଯ୍ୟକୁ ତୁରନ୍ତ ସାରିବାକୁ ସରକାରୀ ସହଯୋଗରେ କୌଣସି ଅସୁବିଧା ରହିବ ନାହିଁ ବୋଲି କହି

ଇଣ୍ଡିଆନ୍ ରେଡ଼କ୍ରସ ସୋସାଇଟି ତରଫରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ l

Image
କଟକ (ବ୍ୟୁରୋ ରିପୋର୍ଟ) - କରୋନା ଭଳି ମହାମରୀ ସମୟରେ ଇଣ୍ଡିଆନ୍ ରେଡ଼କ୍ରସ ସୋସାଇଟି ତରଫରୁ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କଟକ - ଭୁବନେଶ୍ବର କମିଶନର ନେଟ୍ ପୋଲିସ୍ ର ସହୋଯାଗ ରେ କଟକ ର ସନ୍ ସାଇନ୍ ଗ୍ରାଉଣ୍ଡ ଏହି ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ଏହି ଶିବିର ରେ କଟକ ର ଫିରିଙ୍ଗି ବଜାର୍ ଓ ବାଖରାବାଦ ପୂଜା କମିଟି ସଦସ୍ଯ, ମହାବୀର ୟୁଥ୍ ଆସୋସିଏସନ ଏବଂ ହିନ୍ଦୁ ସେନା ର ସହଯୋଗ ରେ ୧୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ଏହି ମହତ୍ କାର୍ଯ୍ୟ ପାଇଁ କଟକ - ଭୁବନେଶ୍ବର କମିଶନର ନେଟ୍ ପୋଲିସ୍ ପକ୍ଷରୁ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଜଣାଇଛନ୍ତି l

ଆୟୁର୍ବେଦିକ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଦିନବନ୍ଧୁ ମହାରଣା ଙ୍କ କୃତିତ୍ୱ l

Image
ବ୍ୟୁରୋ ରିପୋର୍ଟ (Rita vision News) କଟକ ଓଏମପି ଛକ ମାର୍କେଟ କଂପ୍ଲେସ ରେ ଦୀର୍ଘ ଚାରି ଦଶନ୍ଧି ଧରି ନିସ୍ୱାର୍ଥପର ଭାବେ ରୋଗୀ ଦେଖୁଛନ୍ତି ଆୟୁସୁ ଡାକ୍ତର ଦୀନବନ୍ଧୁ ମହାରଣା,ନିଜ ଜୀବନ କୁ ସେ ରୋଗୀ ମାନଙ୍କ ସେବାରେ ଉତ୍ସାର୍ଗ କରିଦେଇଛନ୍ତି।ସବୁ ପ୍ରକାର ରୋଗ କୁ ସେ ଆୟୁର୍ବେଦିକ ଔଷଧ ମାଧ୍ୟମ ରେ ଶହେପ୍ରତିଶତ ନିରୋଗ କରିଦେଉଛନ୍ତି,ସେଥି ପାଇଁ ସେ ବହୁବାର ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି।ତାଙ୍କ ମତରେ ଏଲୋପାତି ଔଷଧ ଦେହ ପାଇଁ ହିତକର ନୁହେଁ, ତାହା ରୋଗ ଭଲ କରୁଥିଲେ ମଧ୍ୟ ବହୁ ପାର୍ସପ୍ରତିକ୍ରିୟା ଦେଖାଇ ଥାଏ।ଯେକୌଣସି ପ୍ରକାର ରୋଗ ପାଇଁ ସିଦ୍ଧ ଆୟୁର୍ବେଦିକ ଔଷଧଅଛି ବୋଲି ତାଙ୍କ ମତ।ନିଜର ୨୩ ଏକର ଜମିରେ ସେ ହରବାଲ ବଗିଚା କରିଛନ୍ତି ଯୋଉଠୁ ସେ ବହୁ ଉପକାରୀ ଜରିବୁଟି ସଂଗ୍ରହ କରନ୍ତି, ସେଥିପାଇଁ ତାଙ୍କୁ ରାଜ୍ୟ ସରକାର 'ପ୍ରକୃତିବନ୍ଧୁ'ଓ 'ପରିବେଶ ସମ୍ମାନ' ଭଳି ପୁରସ୍କାର ଦେଇଛନ୍ତି।ଓଡିଶା ରେ ସେ ଡି. ଲିଟ ଡିଗ୍ରୀ ଧାରୀ ପ୍ରଥମ ଡାକ୍ତର,ସେ ୭୦ ଖଣ୍ଡ ଆୟୁର୍ବେଦ ଜନିତ ସ୍ୱାସ୍ଥ୍ୟ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପତ୍ନୀ ଓ ଦୁଇ ଦୁଇ ପୁତ୍ର ମଧ୍ୟ ଆୟୁଷ ଡାକ୍ତର ଅଟନ୍ତି।ଏତେ ଖ୍ୟାତି ଅର୍ଜନ କଲା ପରେ ମଧ୍ୟ ଦୀନବନ୍ଧୁ ଙ୍କ ମନରେ କେହି କେବେ ଅହଂ ଦେଖିପାରି ନାହାଁନ୍ତି,ସବୁ ରୋଗୀ ଙ୍କୁ ସେ ବନ୍ଧୁ ପରି ବ୍ୟବହାର କରନ୍ତି।ସେଥିପାଇ