କଟକର ଚା'ବିକାଳୀ ପାଇଲେ ପଦ୍ମଶ୍ରୀ ଉପାଧି, ବିଶ୍ୱରେ ପ୍ରଥମ ଥର...

କଟକ (Rita vision News ) :- କଟକ ସହର ରେ ବାସ କରନ୍ତି ଡି ପ୍ରକାଶ ରାଓ, ଏଇ ସହରରେ ତାଙ୍କ ଜନ୍ମ।ବାପା ଥିଲେ ଦ୍ୱିତୀୟ ବିଶ୍ଵଯୁଦ୍ଧ ର ସୈନିକ l ପିଲାଟି ବେଳୁ ଖୁବ୍ ବିଚକ୍ଷଣ ଥିଲେ ପ୍ରକାଶ ରାଓ, ଭଲ ପାଠ ପଢିବା ସହ ଫୁଟବଲ ଖେଳ ରେ ସିଦ୍ଧହସ୍ତ ଥିଲେ ସେ ସ୍ୱପ୍ନ ଥିଲା ଡାକ୍ତର ହେଇ ଲୋକ ଙ୍କ ସେବା କରିବେ, ନଚେତ ତାରକା ଫୁଟବଲ ଖେଳାଳି ହେବେ, ହେଲେ ବିଧିର ବିଧାନ ଥିଲା କିଛି ଅଲଗା,ସେ ହେଇଗଲେ ଚା ବିକାଳୀ l ମାତ୍ର ୫୫ ଟଙ୍କା ଅଭାବ ରୁ ମାଟ୍ରିକ ପରୀକ୍ଷା ରୁ ବଞ୍ଚିତ ହେଇଥିଲେ ସେ, କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆସେ, ସେବେଠୁଁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି l ଲୋକ ଙ୍କୁ ସେବା କରିବାର ଦୃଢ ଇଚ୍ଛାଶକ୍ତି ଆଗରେ ପରିସ୍ଥିତି ଆଉ ଅର୍ଥ ବାଧକ ସାଜି ପାରିନି l ନିଜ ଜୀବନ କାଳ ମଧ୍ୟ ରେ ୨୮୨ ଥର ରକ୍ତ ଦାନ ଓ ୧୬ ଥର ପ୍ଲାଜମା ଦାନ କରିଛନ୍ତି l ନିଜ ସ୍ଵଳ୍ପ ଉପାର୍ଜନ ରୁ ଏକ ଛୋଟିଆ ବିଦ୍ୟାଳୟ କରିଛନ୍ତି ଯେଉଁଠି ସେ ୨୦୦ ଗରିବ ବସ୍ତି ପିଲା ଙ୍କୁ ଶିକ୍ଷା ଦାନ କରିବା ସହ ଏକ ଓଳି ଖାଇବାକୁ ଦେଉଛନ୍ତି l


ପଦ୍ମଶ୍ରୀ ଡି ପ୍ରକାଶ ରାଓ
ସହରରେ କାହାର ରକ୍ତ ଦରକାର ପଡ଼ିଲେ ଖୋଜା ପଡେ ରାଓ ବାବୁ ଙ୍କୁ, ଦୁଃଖୀ ଅସହାୟ ଙ୍କୁ ସେ ଦେବଦୂତ ପରି ସାହାଯ୍ୟ କରନ୍ତି l ସେ ମୃତ୍ୟୁ ପୂର୍ବରୁ ନିଜ ଶରୀରକୁ କଟକ ଏ. ସି. ବି ମେଡିକାଲ କୁ ଦାନ କରି ଦେଇଛନ୍ତି, ଏହା ହିଁ ତାଙ୍କ ଶେଷ ଇଚ୍ଛା l ନିଜ ଜୀବନଯାକ ସାଧନ ଓ ନିଷ୍ଠା ପାଇଁ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ରେ ସମ୍ମାନିତ କରିଛନ୍ତି। ସେ ହେଉଛନ୍ତି ପୃଥିବୀର ପ୍ରଥମ ପଦ୍ମଶ୍ରୀ ଚା ଵାଲା।ମୋଦି ଜି ଯେବେ ଓଡିଶା ଗସ୍ତ ରେ ଆସିଥିଲେ ସେ ପ୍ରଥମେ ଡି ପ୍ରକାଶ ରାଓ ଙ୍କୁ ଭେଟି ତାଙ୍କ ପ୍ରଶଂସା କରିଥିଲେ l ବାସ୍ତବିକ ଏଭଳି ବିରଳ ବ୍ୟକ୍ତିତ୍ୱ କଟକ ସହର ପାଇଁ ଗୌରବ ଆଣିଦେଇଛନ୍ତି l (ରିପୋର୍ଟ – ବୁବୁନ୍ ପଣ୍ଡା)

Share this:-

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !