ମା' ତାରିଣୀ ମହିଳା କୀର୍ତ୍ତନ ମଣ୍ଡଳୀ ର କାର୍ତ୍ତିକ ବ୍ରତ ପାଳନ l

ଯାଜପୁର (ଦାନଗଦୀ) :- ଦାନଗଦୀ ବ୍ଲକ ଅନ୍ତର୍ଗତ ଚିତ୍ରି ପଞ୍ଚାୟତର ଟୋଲକାନୀ ଗ୍ରାମର ନୂଆସାହି ରେ ଓଡ଼ିଆ ପରମ୍ପରା ଅନୁଯାୟୀ ମା' ତାରିଣୀ ମହିଳା କୀର୍ତ୍ତନ ମଣ୍ଡଳୀ ଦ୍ଵାରା ମହା ଆଡମ୍ବର ସହକାରେ ପାଳନ କରାଯାଉଛି ମହା କାର୍ତ୍ତିକ ବ୍ରତ I ଗ୍ରାମର ମହିଳା ଓ ପୁରୁଷ ମାନଙ୍କ ଦ୍ଵାରା ଅଁଳା ନବମୀ ଠାରୁ ଆରମ୍ଭ କରି କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ହବିଷ୍ଯାଳୀ ମାନଙ୍କ ଦ୍ୱାରା ପାଳନ କରାଯାଇଥିଲା ଏହି ଉତ୍ସବ l ହରିନାମ ରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ l ଗ୍ରାମର ଶନିଦେବ ଙ୍କ ମନ୍ଦିର ରେ ଭଗବାନ ଙ୍କୁ ଆରଧନା କରି ଏହି ମହା ପୁଣ୍ଯ ବ୍ରତ ପାଳନ କରିବା ସହିତ କୀର୍ତ୍ତନ ମଣ୍ଡଳୀ ଦ୍ଵାରା ଗ୍ରାମ ପରିକ୍ରମା କରିଥିଲେ l ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଗ୍ରାମରେ ଆମିଷ ନିଷେଧ କରାଯାଇଥିଲା l ଓଡ଼ିଶା ର ଓଡ଼ିଆ ସଂସ୍କୃତି କୁ ସାରା ଅଞ୍ଚଳରେ ପ୍ରଚାର ଓ ପ୍ରସାର କରି ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ବିକାଶ କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ଗ୍ରାମର ମା' ତାରିଣୀ ମହିଳା କୀର୍ତ୍ତନ ମଣ୍ଡଳୀ ର ସମସ୍ତ ସଦସ୍ଯ ସୁଚାରୁରୂପେ ପରିଚାଳନା କରିଥିଲେ l