Posts

କଳିଙ୍ଗନଗର ଶିଳ୍ପାଞ୍ଚଳରେ ସୁଧୁରୁନି ଶ୍ରମିକଙ୍କ ସମସ୍ୟା, ଦୁଇଦୁଇଟା କାରଖାନା ରେ ଶ୍ରମିକ ଧାରଣା l

Image
କଳିଙ୍ଗନଗର :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଅନେକ କଳକାରଖାନା କାର୍ଯ୍ୟକ୍ଷମ।ଶିଳ୍ପର ବିକାଶ ହେଲେ ସମାଜର ବିକାଶ ହେବା।ଲୋକମାନଙ୍କର ସାଧାରଣ ଜୀବନ ରେ ପରିବର୍ତନ ହେବ।ଏହି ଆଶା ନେଇ କଳିଙ୍ଗନଗର ରେ କଳକାରଖାନା ଗଢି ଉଠିଥିଲା।ମାତ୍ର ଏଠାରେ ବିକାଶ ଏବେ ବିନାଶ ସାଜିଛି।ପ୍ରତିଦିନ କଳିଙ୍ଗନଗରରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳୁଛି।ଅନେକ ସମୟରେ ବିଭିନ୍ନ କଳକାରଖାନା ସାମ୍ନାରେ ଶ୍ରମିକ ଆନ୍ଦୋଳନ ଦେଖିବାକୁ ମିଳୁଛି।ସେମିତି ଏକ ଶ୍ରମିକ ଅଶାନ୍ତି ମୈଥାନ ଇସ୍ପାତ ଓ ନୋଭାକ(ଇମାମି) ସିମେଣ୍ଟ କାରଖାନା ରେ ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି ଶ୍ରମିକ ମାନଙ୍କର ବିଭିନ୍ନ ଅସୁବିଧା ତଥା ଦାବି କୁ ନେଇ କଳିଙ୍ଗନଗର ଶିଳ୍ପାଞ୍ଚଳ ର ଯଖପୁରା ଥାନା ନିକଟସ୍ଥ ଦୁଇ ଦୁଇଟି କାରଖାନାରେ ଦେଖିବାକୁ ମିଳିଛି।ଇମାମି ସିମେଣ୍ଟ କାରଖାନା ରେ କଳିଙ୍ଗନଗର ମଜଦୂର ଇଉନିୟନ୍ ତରଫରୁ ଶ୍ରମିକ ଆନ୍ଦୋଳନ ଡ଼ାକରା ଦିଆଯାଇଛି।ଠିକା ଶ୍ରମିକ ମାନେ ସେମାନଙ୍କର ବିଭିନ୍ନ ଦାବି ନେଇ କାରଖାନାର ଫାଟକ ବନ୍ଦ କରି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି।ସେହିପରି ନୋଭାକ(ଇମାମୀ) ସିମେଣ୍ଟ କାରଖାନା ର ଶ୍ରମିକ ମାନଙ୍କର ସ୍ଥାନୀୟ ଜମିହରାଙ୍କ ନିଯୁକ୍ତି, ବାର୍ଷିକ ମଜୁରୀ ବୃଦ୍ଧି ଓ ନୋଭାକ ସିମେଣ୍ଟ କାରଖାନା ରେ ଶ୍ରମିକ ସଂଗଠନ ପାଇଁ ଆନ୍ଦୋଳନ ଚାଲୁଥିବା ଦେଖିବାକୁ ମିଳିଥିଲା ବେଳେ ମୈଥା

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ସେବା କାର୍ଯ୍ୟ ।

Image
ପୁରୀ (ବ୍ୟୁରୋ ରିପୋର୍ଟ) :- ସର୍ବ ଭାରତୀୟ ଆଜାଦ୍ ଠେଙ୍ଗା ବାହିନୀ ଓ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ମିଳିତ ସହଯୋଗ ଦ୍ୱାରା ପବିତ୍ର ରଥଯାତ୍ରା ରେ ମହାପ୍ରଭୂ ଶ୍ରୀଜଗନ୍ନାଥ, ପ୍ରଭୂ ବଳଭଦ୍ର ଓ ମା ଦେବୀ ସୁଭଦ୍ରା ଙ୍କ ଦର୍ଶନ ଆଶ୍ରିବାଦ୍ ପ୍ରାପ୍ତ ନିମନ୍ତେ, ଲକ୍ଷ ଲକ୍ଷ ଭକ୍ତ ଙ୍କ ସହଯୋଗରେ ରଥଯାତ୍ରା ସମ୍ପନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସମସ୍ତ ସଭ୍ୟ ମାନଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗରେ ଖାଦ୍ୟ-ପେୟ ଓ ଜଳୀୟ ପାନ ର ବ୍ୟବସ୍ଥା ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଯାଇଛି। ସ୍ବେଛାସେବୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ସହିତ ଏହି କାର୍ଯ୍ୟକ୍ରମ ରେ ରାସ୍ତା ଘାଟ ପରିଷ୍କାର, ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ବଣ୍ଟନ, ସୂଚନା ପ୍ରଦାନ ଆଦି ସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏଠାରେ ସୂଚନା ଥାଉକି ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ- ଏକ ଅଗ୍ରଣୀ ଆନ୍ତର୍ଜାତୀୟ ମାନକ ସଂଗଠନ ଟ୍ରଷ୍ଟ ଆକ୍ଟ ଅନୁଯାୟୀ ପଞ୍ଜୀକୃତ ହୋଇଛି, ଯାହା ମାନବିକ ଅଧିକାର କୁ ଉଲଘଂନ ବିରୋଧରେ ସ୍ୱର ଉତତୋଳନ ସହିତ ବିଭିନ୍ନ ପ୍ରକାର ସାମାଜିକ ଓ ଜଣ କଲ୍ୟାଣ କାର୍ଯ୍ୟରେ ଜଡ଼ିତ ରହି ସାମାଜ କଲ୍ୟାଣ କାର୍ଯ୍ୟକ୍ରମ କରିଥାଏ । କେବଳ ଓଡ଼ିଶା ରାଜ୍ୟ ର ନୁହେଁ, ବରଂ ଭାରତ ବର୍ଷ ଏବଂ ବିଦେଶର ହଜାର ହଜାର ସଦସ୍ୟ ଙ୍କୁ ନେଇ ଆ

ଟାଟା ପାୱାର ମନମୁଖୀ କାର୍ଯ୍ୟ ପାଇଁ ନିରିହ ଗୋ ମାତା ର ଜୀବନ ଗଲା !

Image
କଳିଙ୍ଗନଗର : - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମପଞ୍ଚାୟତ ରେ ଥିବା ଷ୍ଟେସନ ସାହି ରେ ମୁକୁଳା ପଡିଥିବା ବିଦ୍ୟୁତ ଷ୍ଟାନ୍ସଫର୍ମର ରେ ଥିବା ଆର୍ଥଂରେ ପଏଣ୍ଟ ରେ ଲାଗି ଗୋଟିଏ ଗାଇ ମୁତ୍ଯୁ ବରଣ କରିଛି। ଯାହାକି ଉକ୍ତ ଗ୍ରାମର ଅଭିଶେକ ସାମଲଙ୍କ ର ବୋଲି ଜଣାପଡିଛି। ଉକ୍ତ ଷ୍ଟାନ୍ସଫର୍ମର ଗତ ଏକ ମାସ ହେବ ଏହି ପରି ଆର୍ଥଂରେ କରେଣ୍ଟ ଆସୁଛି ବୋଲି ଅଭିଯୋଗ କରୁଥିଲେ ମଧ୍ଯ ଟାଟା ପାୱାର ରେ କାର୍ଯ୍ୟ କରୁଥିବା କର୍ମଚାରୀ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ଯାହା ଫଳରେ ଆଜି ନିରିହ ଗୋ ମାତାର ଜୀବନ ଯାଇଥିବା ଆଲୋଚନା ହେଉଛି। ସଂପୃକ୍ତ ଗୋ ମାତାର ମୁତ୍ଯୁ ବରଣ ପରେ ସ୍ଥାନୀୟ ଭିଏସ,ଏଲଆଇ ଆସି ଗାଇଟି ମୁତ୍ଯୁ ହୋଇଥିବା ସହ ତଦନ୍ତ କରିଥିବା ସହିତ ଗାଇଟି ର ପୋଷ୍ଟବଟମ କରିଥିବା ଦେଖିବାକୁ ମିଲିଛି। ମାତ୍ର ଦୁଃଖ ର ବିଷୟ ଟାଟା ପାୱାର ର କୌଣସି କର୍ମଚାରୀ ଆସିନଥିବାରୁ କିଛି ସମୟ ସେଠାରେ ଉପସ୍ଥିତ ଲୋକ ହୋହାଲ୍ଲା କରିଥିବା ଦେଖିବାକୁ ମିଲିଛି। ଖବରପାଇ ଯଖପୁରା ଥାନା ପୋଲିସ ରବିନ୍ଦ୍ର କୁମାର ପ୍ରଧାନ ଆସି ଘଟଣା ସ୍ଥଳକୁ ଆସିଥିବା ଦେଖିବାକୁ ମିଲିଛି।ବାରମ୍ବାର ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ ମଧ୍ଯ କେହି ଟାଟା ପାୱାର ର କର୍ମଚାରୀ ଏହା ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି l ଟାଟା ପାୱାର ଗ୍ରାହକଙ୍କୁ ଭଲ ସେବା ପ୍ରଦାନ

ଗ୍ରହରାଜ ଶନି ଦେବ ମନ୍ଦିର ର ରତ୍ନମୁଦ ଉତ୍ସବ ସମାପନ l

Image
ଯାଜପୁର :- ଦାନଗଦି ବ୍ଲକ୍ ଅନ୍ତର୍ଗତ ମାନତୀରା  ପଞ୍ଚାୟତ ର ରାବଣା ଗ୍ରାମରେ ଗଢି ଉଠିଥିବା ଗ୍ରହରାଜ ଶନି ମନ୍ଦିର ର ରତ୍ନମୁଦ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ପ୍ରାୟ ଆଠ ବର୍ଷ ପୂର୍ବରୁ ଗଢା ଯାଉଥିବା ମନ୍ଦିର ର ରାତ୍ନମୁଦ କାର୍ଯ୍ୟ ବଡ଼ ଆଡ଼ମ୍ବରରେ ସମାପନ ହୋଇଛି। ଏହି ରତ୍ନ ମୁଦ ଉତ୍ସବରେ ପ୍ରଥମେ ସାହାଡ଼ା ଗଛ ପୂଜା, କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା, ପରେ ପରେ ସୂର୍ଯ୍ୟ ପୂଜା,ପରେ ଗୋ ପୂଜା ତାପରେ ବିଧି ଅନୁଯାୟୀ ମନ୍ଦିରର ପୂଜା କରାଯାଇଥିଲା।ପୂଜା ହେଉଥିବା ରତ୍ନମୁଦ ଉତ୍ସବରେ ଶତାଧିକ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭକ୍ତମାନେ ମନ୍ଦିର ରତ୍ନ କୁଣ୍ଡରେ ଧାନ,ଚାଉଳ,ଅଷ୍ଟଧାତୁ,ସୁନା,ରୂପା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଦ୍ରବ୍ୟ ପ୍ରଦାନ କରିଥିଲେ। ଶନି ଦେବ ମନ୍ଦିର ରତ୍ନ ମୁଦ ଉତ୍ସବରେ ରାବଣା ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।ଶେଷରେ ଭକ୍ତମାନେ ଓ ଗ୍ରାମବାସୀ ପ୍ରସାଦ ଖାଇ ଘରକୁ ମହା ଆନନ୍ଦରେ ଫେରିଥିଲେ।

ଅଞ୍ଜିରା ଗଡ଼ ଗ୍ରାମରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଳିତ ହୋଇଯାଇଛି l

Image
RITA VISION NEWS By Umakanta Mohapatra ଯାଜପୁର - ସାରା ଦେଶ ବିଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଉଛି l ଏହି ଅବସରରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ଅଞ୍ଜିରା ଗଡ଼ ଗ୍ରାମରେ ପବିତ୍ର ରଥଯାତ୍ରା କୁ ଗ୍ରାମବାସୀଙ୍କ ଦ୍ବାରା ବହୁ ଆଡମ୍ବର ସହକାରେ ପାଳନ କରାଯାଇଥିଲା l ଏହି ଅବସରରେ ମହାପ୍ରଭୁ ଙ୍କ ବିଧି ବ୍ଯବସ୍ଥା ଅନୁଯାୟୀ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ନିକଟରେ ମୁଖ୍ୟ ପୂଜକ ପଣ୍ଡିତ ଗିରୀଶ ପଣ୍ଡା ଓ ମନ୍ଦିର କମିଟିର ମୁଖିଆ ମାନଙ୍କୁ ନେଇ ପ୍ରଥମେ ରଥ କୁ ପବିତ୍ର ମନ୍ତ୍ର ରେ ଶୁଦ୍ଧି କରିବା ଓ ପରେ ଦଧିବାମନ ଜୀଉଙ୍କ ପହଣ୍ଡି ବିଜେ ହୋଇଥିଲା l ମହାପ୍ରଭୁ ଙ୍କ ରଥାରୁଢ଼ କରାଇ ଅଞ୍ଜିରା ଗ୍ରାମର ଆବାଳବୃଦ୍ଧବନିତା ସମସ୍ତେ ଏକସ୍ୱରରେ ଜୟ ଜଗନ୍ନାଥ ଧ୍ୱନି ଦେଇ ରଥ ଟଣା ଆରମ୍ଭ ହୋଇଥିଲା l ଏହି ରଥଯାତ୍ରା ବହୁ ପୁରାତନ କାଳରୁ ଏଠିକାର ରାଜାଙ୍କର ଶାସନ କାଳରୁ ପାଳିତ ହୋଇଆସୁଅଛି l ଭଜନ କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ହୋଇଥିଲା ଅଞ୍ଚଳ l ସନ୍ଧ୍ୟା ୬ ଘଟିକା ସମୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା l ଗ୍ରାମର ମୁରବି ନଟବର ଚକ୍ର, ଶରତ ଚକ୍ର, ବସନ୍ତ ଚକ୍ର, ହେମନ୍ତ ଚକ୍ର, ନାରାୟଣ ଧୀର, ପ୍ରମୋଦ ଧୀର, ଅଲେଖ ଧୀର, ଈଶ୍ୱର ଚକ୍ର, ମଙ୍ଗୁଳି ବେହେରା, ଶରତ ବେହେରା, ଇନ୍ଦ୍ରମଣି ବେହେରା, ସନ୍ତୋଷ ଜେନା, ଚକ୍ରଧର ଭ

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଡୁବୁରି ବାସିନ୍ଦାଙ୍କୁ ନୂତନ ‘କମ୍ୟୁନିଟି ୱେଲନେସ୍ ପାର୍କ’ ଉତ୍ସର୍ଗ l

Image
(ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତୀରଞ୍ଜନ ଘଡାଇଙ୍କ ଦ୍ବାରା ଉଦ୍‌ଘାଟିତ)  ଯାଜପୁର (କଳିଙ୍ଗନଗର) : - ସମ୍ପ୍ରଦାୟର ବିକାଶ ପ୍ରତି ନିଜର ପ୍ରତିବଦ୍ଧତ କୁ ଦୋହରାଇ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍ ଗୁରୁବାର ଦିନ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଡୁବୁରି ବାସିନ୍ଦାଙ୍କୁ ଏକ ନୂତନ ‘କମ୍ୟୁନିଟି ୱେଲନେସ୍ ପାର୍କ’ ଉତ୍ସର୍ଗ କରିଛି । ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡାଇ, ସୁକିନ୍ଦା ବ୍ଲକର ଅଧକ୍ଷ ଦିବ୍ୟରଞ୍ଜନ ବରାଳ, ସୁକିନ୍ଦା ବ୍ଳକର ଉପଧକ୍ଷ୍ୟା ଭଗ୍ୟଲକ୍ଷ୍ମୀ ରାଉତ, ଜୋନ ୩୮ର ଜିଲ୍ଲା ପରିଷଦ ସାଧୁ ଚରଣ ଚିଉ, ଡୁବୁରି ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୂପମା ଦାସ, ଡୁବୁରିର ବିଶିଷ୍ଠ ସମାଜସେବୀ ବିଶ୍ୱଜିତ ଦାସ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ କଳିଙ୍ଗନଗରର ୟୁନିଟ୍ ହେଡ୍ ଆଲେନ୍ ଜୋସେଫ୍ ଏବଂ ସମ୍ପ୍ରଦାୟର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏହର ଉଦ୍‌ଘାଟନ କରିଥିଲେ । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ଵାରା ନିର୍ମିତ ଏହି ପାର୍କରେ ଅକ୍ୟୁପ୍ରେସର ଚାଲିବା ଟ୍ରାକ୍‌, ଖୋଲା ଜିମ୍, ଯୋଗ ପାଇଁ ଉତ୍ସର୍ଗୀକୃତ ସ୍ଥାନ ଏବଂ ପରିଦର୍ଶକମାନଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଥିବା ବେଳେ ପାର୍କର ସୁରକ୍ଷା ପାଇଁ ସୀମ ପ୍ରାଚୀର ମଧ୍ୟ ନିର୍ମାଣ କରାଯାଇଛି । ଚାଲିବା ଟ୍ରାକ୍ ଯେଭର ବ

ଜଙ୍ଗଲରୁ ଅଜଣା ଯୁବତୀର ମୃତ୍ୟୁ ଦେହ ଉଦ୍ଧାର l

Image
 କଳିଙ୍ଗନଗର :- ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ରାମଠେଙ୍ଗା ରେଲୱେ ଧାରଣା ନିକଟରେ ଥିବା ଜଙ୍ଗଲରୁ ଅଜଣା ଯୁବତୀର ମୃତ୍ୟୁ ଦେହ ଉଦ୍ଧାର।ସୂଚନା ମୁତାବକ ଆଜି ସଖାଳ ସମୟରେ ସ୍ଥାନୀୟ ଲୋକେ ନିକଟସ୍ଥ ଜଙ୍ଗଲ କୁ ଶୌଚ ହେବା ପାଇଁ ଯାଇଥିବା ବେଳେ ରାମଠେଙ୍ଗା ରେଲୱେ ଧାରଣା ନିକଟରେ ଥିବା ଜଙ୍ଗଲରୁ ଅଜଣା ଯୁବତୀର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁଦେହ ପଡିଥିବାର ଦେଖିବାକୁ ପାଇଥିଲେ । କଳିଙ୍ଗନଗର ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଥିବା ବେଳେ କଳିଙ୍ଗନଗର ଅତିରିକ୍ତ ଏସ୍ପି ଏସ.ଟୋପ ପହଞ୍ଚି ସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି । ଯୁବତୀର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି।ଏପଟେ ଯୁବତୀକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।