Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ଜମିଦାର ସହିଦ ବୀର ମାଧୋ ସିଂ ବରିହାଙ୍କ ୧୬୫ତମ ସହିଦ ଦିବସ ପାଳିତ l

Image
 ବଲାଙ୍ଗିର(ବ୍ୟୁରୋ ରିପୋର୍ଟ) :- ଜ଼ିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରସିଦ୍ଧ ଧାର୍ମିକ ସ୍ଥଳୀ ହରିଶଙ୍କର ମନ୍ଦିର ତଥା ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ଘେଁସ ଜମିଦାର ମାଧୋ ସିଂ ଙ୍କ ଜିଲ୍ଲା ସ୍ତରୀୟ ସହିଦ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ବିଶାଳ ବିରତା ଦିବସ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଏବଂ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟ ବାସିନୀ ବିଂଝାଲ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା l ବିଶାଳ ବିରତା ଦିବସ ମହୋତ୍ସବ ପାଳନ ରେ ଆଦିବାସୀ ମାନେ ପାରମ୍ପରିକ ବେସଭୁଷା ରେ ସଜ୍ଜିତ ହୋଇ ନୃତ୍ୟ ଗୀତ ତାଳେ ତାଳେ ପ୍ରଥମେ ନାନ୍ଦୁପଳା ଗ୍ରାମରେ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମହୋଦୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ପରେ ବିରତା ଦିବସ ମହୋତ୍ସବ ସଭାରେ ଭାରତୀୟ ସ୍ୱାଲାଖ ବିନ୍ଧ୍ୟ ବାସିନୀ ବିଂଝାଲ ସମାଜ ର ଜିଲ୍ଲାସଭାପତି ଚନ୍ଦ୍ର ଶେଖର ବାଗ ଙ୍କ ଅଧ୍ୟକ୍ଷତାରେ ଉତ୍ସବ ସଭା ହୋଇଥିଲା l ଏହି ମହାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶୋଇ,ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଶ୍ୟ

ଝାଡେଶ୍ୱର କଲେଜରେ ନୂଆ ଓ,ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l

Image
ଯାଜପୁର :- ଦାନଗଦୀ ବ୍ଲକ ଅନ୍ତର୍ଗତ ଟୋଲକାନୀ ସ୍ଥିତ ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜର ମିଳିତ ଆନୁକୁଲ୍ୟରେ ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ଯୁଗଳ କିଶୋର ହୋତା ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଇଂଜିନିୟର ପ୍ରୀତିରଞ୍ଜନ ଘଡ଼ାଇ, ମୁଖ୍ୟବକ୍ତା ଭାବେ କଲେଜର ପ୍ରତିଷ୍ଠାତା ଦୀନବନ୍ଧୁ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଦାନଗଦୀ ବ୍ଲକର ଅଧକ୍ଷା ଅର୍ଚ୍ଚନା ଦାସ, ଉପାଧ୍ୟକ୍ଷ ଅଜୟ କୁମାର ବିନ୍ଧାଣୀ, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ରେ ଏହି କାର୍ଯ୍ୟକ୍ରମ ପୂର୍ଣ୍ଣ ସହାୟତା କରିବ ବୋଲି ମତବ୍ୟକ୍ତ କରିଥିଲେ । ଯୁକ୍ତ ତିନିର ଅଧ୍ୟକ୍ଷ ବିଜୟ କୁମାର ସାହୁ ପୁରସ୍କାର ବିତରଣ କାର୍ଯ୍ୟ ସହ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ଲୋରୀୟା ମହାନ୍ତି ସଂଯୋଜନା କରିଥିଲେ । ଗାୟିକା ଜ୍ୟୋତ୍ରିମୟୀ ସଙ୍ଗୀତ ପରିବେଷଣ କରିଥିଲେ ଓ ଅଭିନେ

ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ଏବଂ ‘ଉଦୟବଟ’ର ୨୦ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି l

Image
ଯାଜପୁର (ବ୍ୟାସନଗର): - ବ୍ୟାସନଗରରୁ ପ୍ରକାଶିତ ସମ୍ବାଦ ଭିତ୍ତିକ ପତ୍ରିକା ‘ଉଦୟବଟ’ର ୨୦ତମ ବାର୍ଷିକୋତ୍ସବ ଓ କୋରାଇର ପୂର୍ବତନ ବିଧାୟକ, ଯାଜପୁରର ଭୂମିପୂତ୍ର ୰ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ‘ଦୁର୍ଲ୍ଳଭ କଳା ପରିଷଦ ମଣ୍ଡପ’ ଠାରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ‘ଉଦୟବଟ’ର ପ୍ରତିଷ୍ଠାତା ଉପଦେଷ୍ଟା ରସାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ତଥା ପ୍ରାକ୍ତନ ପୈାରାଧ୍ୟକ୍ଷା ସବିତା ରାଉତ ମୁଖ୍ୟ ବକ୍ତା ଭାବରେ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ଓ ସମାଜସେବୀ କର୍ଣ୍ଣାଟ କେଶରୀ ଦାସ ବିଶିଷ୍ଟ ଅତିଥି ଭାବେ, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଭାଗବତ ପ୍ରସାଦ ଦାସ, ପୂର୍ବତନ ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ମହାନ୍ତି, ବରିଷ୍ଠ ବିଜେପି ନେତା ପ୍ରସନ୍ନ କୁମାର ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ‘ଉଦୟବଟ’ କେବଳ ଏକ ସମ୍ବାଦ ଭିତ୍ତିକ ପତ୍ରିକା ନୁହେଁ ବରଂ ଏହାର କର୍ମକର୍ତ୍ତାମାନେ ବର୍ଷତମାମ ଯେଉଁସବୁ ଜନହିତକର, ସାଂସ୍କୃତିକ

ଓଡ଼ିଶାରେ ଧରା ପଡିଲା ଆତଙ୍କି! ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ?...

Image
ଯାଜପୁର (ବ୍ୟୁରୋ ରିପୋର୍ଟ ) :- ଓଡ଼ିଶାରେ ପୁଣି କାଶ୍ମୀର ଆତଙ୍କବାଦୀ l ଏହିପରି ଏକ ଖବର ମିଳିଛି ଯାଜପୁର ଜିଲ୍ଲାରୁ l କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ନିରାଟ ସତ କଥା l କ୍ରାଇମ ବ୍ରାଞ୍ଚ (STF) ହାତରେ ଆତଙ୍କବାଦୀ ଧରାପଡିଛି । କାଶ୍ମୀର ର ଆତଙ୍କବାଦୀ ଓଡ଼ିଶାର ଯାଜପୁର ଜିଲ୍ଲା ନେଉଳପୁର ରୁ ଗିରଫ ହୋଇଥିବା ସୂଚନା ମିଳିଛି । ଓଡିଶା ସମତେ ୬ଟି ରାଜ୍ୟରେ ବାହା ହୋଇଥିଲା ଏହି ଆତଙ୍କବାଦୀ । ଚଣ୍ଡିଖୋଲ ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମରୁ ଆତଙ୍କବାଦୀ ସୟଦ୍ ଇସାନ୍ ବୁଖାରିକୁ ଗିରଫ କରିଛି ଏସ୍. ଟି.ଏଫ୍ । କାଶ୍ମୀର ର କୋକୁଆଡା ଠାରେ ତାର ଘର ହୋଇଥିବା ବେଳେ ଓଡ଼ିଶାରେ ସେ ଆତ୍ମଗୋପନ କରିଥିବା ସୂଚନା ମିଳିଛି । ଉକ୍ତ ଆତଙ୍କବାଦୀ ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ନେଉଳପୁର ଅଞ୍ଚଳର ଜୈନିକ ମୁସଲିମ ଘରେ ସେ ଦୀର୍ଘ ଦିନ ଧରି ରହି ଆସୁଥିଲା। ଏପରିକି ନେଉଳପୁର ଅଂଚଳରେ ଜୈନିକ ବ୍ୟକ୍ତି ଉକ୍ତ ଆତଙ୍କବାଦୀ ସହ ଲିଙ୍କ ଥିବା ନେଇ ସୂଚନା ମିଳିଛି । ବିଭିନ୍ନ ବେଶ ବଦଳାଇ ବହୁରୂପୀ ଭଲି ରାଜ୍ୟ ରୁ ରାଜ୍ୟକୁ ସେ ଯିବା ଆସିବା ସହ ଓଡ଼ିଶାରେ ନିଜକୁ ପିଏମଓ, ବ୍ୟାଙ୍କ ପ୍ରତିନିଧି,ଏନଏଆଇ ଅଧିକାରୀ କହି ଲୋକଙ୍କୁ ଲୁଟୁଥିଲା।ଏହା ସହିତ ବିଭିନ୍ନ ନକଲି ୱେବ ସାଇଟ ପୋଟାଲ ଖୋଲି ଯୁବତୀ ମାନଙ୍କୁ ଜାଲରେ ଫସାଉଥିବାର କ୍ରାଇମବ୍ରାଞ୍ଚ ପ୍ରମ

ଆଦିବାସୀ ପାରମ୍ପାରିକ ହୋ' ଭାଷା ସାଂସ୍କୃତି ଇତିହାସ କୁ ମନେ ପକାଇ ନୂତନ ବର୍ଷ ଓ ବନ୍ଧୁମିଳନ ମହାଆଡମ୍ବର ସହ ପାଳିତ l

Image
ଯାଜପୁର :- ଜିଲ୍ଲା ର ଦାନଗଦି ବ୍ଲକ ରଣାଗୁଣ୍ଡି ପଞ୍ଚାୟତ କୈବଲ୍ୟ ଗାଡିଆ ଠାରେ ହୋ' ସମ୍ପ୍ରଦାୟର ନୂତନ ବର୍ଷ ମହାଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି । ଆାଦିବାସୀ ସାନ୍ତାଳି ଜନ ଜାତି ର ରୀତିନୀତିରେ ପ୍ରଥମେ. ମା' ବସୁଧା ଙ୍କୁ ପୂଜା କରାଯାଇଥିଲା ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା l କଳିଙ୍ଗନଗର ରଣାଗୁଣ୍ଡି ପଞ୍ଚାୟତ କୈବଲ୍ୟ ଗାଡିଆ ଠାରେ ଆଦିବାସୀ ପାରମ୍ପାରିକ ହୋ' ଭାଷା ବୁଡି ଯାଇଥିବାରୁ ତାକୁ ପୁନର୍ବାର ଜୀବତ କରିବା ପାଇଁ ନୂତନ ବର୍ଷ ଉପଲକ୍ଷେ ଆଦିବାସୀ ସମାଜର ମହାସମାବେଶ ଅନୁଷ୍ଠିତ ହୋଇଛି। ଏହି ମହାସମାବେଶରେ ଆଦିବାସୀ ପରମ୍ପରିକ ନୃତ୍ୟ ଗୀତ ଓ ହୋ' ଭାଷା ସାଂସ୍କୃତି କ୍ୟାଲେଣ୍ଡର, ପୁସ୍ତକ ଆଦି ପ୍ରଦର୍ଶିତ ହୋଇଥିଲା l ଅଦିମ ଅଧିବାସୀ ଆଦିବାସୀ ମାନଙ୍କର ପର୍ବ ପର୍ବାଣୀ କେମିତି ପାଳନ କରିବେ ହୋ' ଭାଷା ର କ୍ୟାଲେଣ୍ଡର ବାର ମାସର ତେର ପର୍ବ କୁ ଗଣନା କରିବା ଓ ଆଦିବାସୀ ସମାଜର ସମସ୍ତ ସୁବିଧା ସୁଯୋଗ କୁ ଅନୁସରଣ କରିବାକୁ ଏହି ମହାସମାବେଶରେ ବରେଣ୍ଯ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ । ଏହି ଆଦିବାସୀ ପାରମ୍ପାରିକ ମହାସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସିଂ ଭୂମି ଝାଡ଼ଖଣ୍ଡ ଠାରୁ କଳିଙ୍ଗନଗର ପର୍ଯ୍ୟନ୍ତ ଲମ୍ବିଥିବା ଏହି ହୋ' ସମାଜ କୁ ବଞ୍ଚେଇବା ପାଇଁ ଓ ଆଦିବାସୀମାନଙ୍କ ମଧ୍ୟରେ ସମନ୍

ମାନସିକ ବିକାର ଗ୍ରସ୍ତ ବୃଦ୍ଧ ଙ୍କୁ ଟିକିଏ ହସି ପରିବାର ଉଧାର କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିି ବୃଦ୍ଧା ଆଶ୍ରମ କୁ ପଠାଇଲେ।

Image
ଯାଜପୁର :- "ଟିକିଏ ହସ " ସ୍ଵେଚ୍ଛାସେବୀ ସଂଗଠନ ର ସାମାଜ ପାଇଁ ସୁ - ପ୍ରେରଣା l ଦାନଗଦି ଠାରେ ଜଣେ ଅସହାୟ ନିରାଶ୍ରୟ ମାନସିକ ଗ୍ରସ୍ତ ବୃଦ୍ଧ ଖଣ୍ଡିଆ ଖାବରା ହୋଇ ବୁଲୁ ଥିବା ଦେଖିବାକୁ ପାଇଥିଲେ ସଂଗଠନ ର ସଭାପତି l ସୂଚନା ମୁତାବକ ଏହି ମାନସିକ ଗ୍ରସ୍ତ ବୃଦ୍ଧ ଜଣଙ୍କର ଘର କେଉଁଠି ବୋଲି ପରିଚୟ ମିଳିନାହିଁ। ସେହି ଅସହାୟ ନିରାଶ୍ରୟ ମାନସିକ ବୃଦ୍ଧ ଭୋକ ଉପାସରେ ଦାନଗଦି ର ରାସ୍ତା ଘଟ ବୁଲୁ ଥିବା ବେଳେ "ଟିକିଏ ହସ" ସଭାପତି ଅରବିନ୍ଦ ମହାରଣା ଦେଖି ବାକୁ ପାଇଥିଲେ। ମାନସିକ ଗ୍ରସ୍ତ ବୃଦ୍ଧ ଙ୍କୁ ଦାନଗଦି ଗାଁ ଭିତରୁ ଉଧ୍ୟାର କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଗତ କାଲି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଆଜି ସେହି ବୃଦ୍ଧଙ୍କୁ ଟିକିଏ ହସ ପରିବାର ପକ୍ଷରୁ ଖାଇବାକୁ ଦେଇ ତାଙ୍କର ଲମ୍ବା ଚୁଟି ଲମ୍ବା ଦାଢି କାଟି ବୃଦ୍ଧ ଙ୍କୁ ଗାଧୋଇ ଦେଇ ନୁଆ ବସ୍ତ୍ର ଦେଇଥିଲେ । ତାପରେ ବୃଦ୍ଧ ଙ୍କୁ ଚିକିତ୍ସା କରି ଯାଜପୁର ଜିଲ୍ଲା ଚିକିତ୍ସାଳୟ କୁ ପଠାଇ ଥିଲେ। କେମିତି ଚିକିତ୍ସା ହୋଇ ସମ୍ପୁର୍ଣ୍ଣ ଭଲ ହୋଇ ନିଜ ଘରକଥା ମନେପଡିବ ସେ ଘରକୁ ଫେରି ପାରିବେ ସେଥିପାଇଁ ଜିଲ୍ଲା ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ। ଯାହା ସରକାରୀ ବାବୁ ବାବୁଆଣି ମାନେ କରିବା କଥା ତାହା ଆଜି "ଟିକିଏ ହସ" ପରିବାର କରି ଦେଖାଇଲେ l "ଟିକିଏ ହସ&

କୁହିକାରେ "ନୂଆ ଓ" ଯୁବ ଓଡ଼ିଶା,ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ l

Image
ସୁକିନ୍ଦା :- ସୁକିନ୍ଦା ବ୍ଲକ ଅନ୍ତର୍ଗତ କୁହିକା ମହାଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେ "ନୂଆ ଓ" ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ହୋଇଥିଲା । କ୍ରୀଡ଼ା ଏବଂ ସଂସ୍କୃତି ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ନିମନ୍ତେ ସରକାରଙ୍କ ଏହି ଉତ୍ତମ ପଦକ୍ଷେପରେ ଅନେକ ଛାତ୍ର ଛାତ୍ରୀ କ୍ରିଡା କ୍ଷେତ୍ରରେ ଅନେକ ଉନ୍ନତି ଆଣିପାରିଛି । "ନୂଆ ଓ"ଯୁବ ଓଡ଼ିଶା,ନବୀନ ଓଡ଼ିଶା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଓ ସମ୍ମାନିତ ଅତିଥି ଭାବରେ ସୁକିନ୍ଦା ବ୍ଲକ ଅଦକ୍ଷ ଦିବ୍ୟରଞ୍ଜନ ବରାଳ , ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ଆଇନଜୀବୀ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିବେକାନନ୍ଦ ବୋଷ , ୩୭ ନଂ ଯୋନ୍ ଜିଲ୍ଲାପରିଷଦ ଜେମାଚାଖି ପ୍ରମୁଖ ଉପସ୍ଥିତ ଥିଲେ l ସଭା ପରିଚାଳନା କରିଥିଲେ ମହାଗିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସତପଥି । ବିଚାରପତି ଭାବରେ ଖେଳ ଶିକ୍ଷକ ରଘୁନାଥ ଟୁଡୁ ଙ୍କ ଦ୍ବାରା ପୁରସ୍କାର ବିତରଣ ବିବରଣୀ ପାଠ କରାଯାଇଥିଲା । ଖେଳ ବିଭାଗରେ କବାଡି ଉଭୟ ବାଳକ ଓ ବାଳିକା , କ୍ରିକେଟ୍ ରେ ବାଳକ , ଖୋ ଖୋ ରେ ଉଭୟ ବାଳକ ଓ ବାଳିକା , ଫୁଟବଲ ରେ ବାଳକ ବିଭାଗରେ ପ୍ରଥମ , ଦ୍ବିତୀୟ ଓ