Posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବନମହୋତ୍ସବ ପାଳନ l

Image
  ଯାଜପୁର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବନମହୋତ୍ସବ ଅବସରରେ  ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଚାରା ରୋପଣ ସହିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ପରିବେଶ ସୁରକ୍ଷା ଓ ସନ୍ତୁଳନକାରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଚାରା ରୋପଣ କରିବା ସହ ଆଲୋଚନା  ରେ ଜିଲ୍ଲା ଦୌରାଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଡ. ଜୀବନ ଜ୍ୟୋତି ରଥ, ପରିବାର ଅଦାଲତ ଜଜ୍ ମୁଣ୍ଡିଚା ସାମନ୍ତସିଂହାର,ଅତିରିକ୍ତ ଦୌରାଜଜ୍ ଶ୍ରୀ ସୁନୀଲ କୁମାର ଦାସ, ପେସାଲ ଜଜ୍ ପୋକ୍ସ କୋର୍ଟ ଶ୍ରୀ ଅଭିଜିତ ପଲାଇ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ସର୍ବେଶ୍ୱର ଦାସ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସତ୍ୟପ୍ରକାଶ ରାୟ ଚୌଧୁରୀ,  ଏଲ୍ ଆର ଏବଂ ଏଲ୍ ଟି ଭି ଶ୍ରୀମତୀ ଲୋପାମୁଦ୍ରା ବେହେରା, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ମନସ୍ଵନୀ ରଥ, ରେଜିଷ୍ଟ୍ରାର ସିଭିଲ୍ ଜଜକୋର୍ଟ ଶ୍ରୀ ମାନସ ରଞ୍ଜନ ସାମନ୍ତରାୟ,ଏସ୍.ଡି.ଜି.ଏମ୍ ଶ୍ରୀମତୀ ଇପସିତା ନନ୍ଦ,ଦେୱାନୀ ବିଚାରପତି ଶ୍ରୀ ପାରସ ପାଢୀ ,ଜେ.ଏମ୍.ଏଫ୍.ସି ଶ୍ରୀ ସୁନାରାମ ମାଝି ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦକ ଶ୍ରୀମତୀ ଜ୍ୟୋତର୍ମୟୀ ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଓ ସଂପୃକ୍ତ ବାଳିକା ବିଦ୍ୟାଳ

ଭିଜିଲାନ୍ସ ଜାଲରେ ଫସିଗଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଏସ୍‌ଆଇ l

Image
  ଯାଜପୁର/ବିଞ୍ଝାରପୁର :- ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସ. ଆଇ କେଶବ ଚନ୍ଦ୍ର ଦାସ । । ପୋଷ୍ଟମଟର୍ମ ରିପୋର୍ଟରେ ହେରଫେର ପାଇଁ ଶ୍ରୀ ଦାସ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଆଜି ଅପରାହ୍ନରେ ମାଡ଼ି ବସିଛନ୍ତି । ଶ୍ରୀ ଦାସ ବିଞ୍ଝାରପୁରସ୍ଥିତ ସରକାରୀ କ୍ୱାଟରେ ଲାଞ୍ଚ ନେଉଥିବା ସୂଚନା ରହିଛି ।ସୂଚନା ଅନୁସାରେ ଗତ ମାସ ୨୦ ତାରିଖରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କାଳୀନ ସହାୟତା ପାଇବା ପାଇଁ ତାଙ୍କର ପୁଅ ବ୍ୟବଚ୍ଛେଦ ରିପୋର୍ଟ ଆଣିବାକୁ ଥାନାକୁ ଯାଇଥିଲେ । ତେବେ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଶ୍ରୀ ଦାଶ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଏନେଇ ଖବର ଦେଇଥିଲେ । ପରେ ଭିଜିଲାନ୍ସ ଏହାର ଜାଲ ବିଛାଇଥିଲା । ଯୋଜନା ଅନୁସାରେ ଆଜି ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଡେପୁଟି ସୁପରିଟେଣ୍ଡ ସୁଶୀଲ ଏକ୍କାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରୁ ଏସ୍‌ଆଇ କେଶବ ଚନ୍ଦ୍ର ଦାସଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଛି । ଅନ୍ୟପଟେ କଟକ ଜଗତପୁରର ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଚାଲିଛି ।

ମୋଦୀଙ୍କ ବକ୍ତବ୍ୟ ରେ ବିରୋଧୀଙ୍କ କକ୍ଷ ତ୍ୟାଗ... l

Image
ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ ଉପରେ ବୁଧବାର ରାଜ୍ୟ ସଭାରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗୋଟିଏ ଦିନ ପୂର୍ବରୁ ସେ ଲୋକସଭାରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା କରିଥିଲେ । ରାଜ୍ୟସଭାରେ ମୋଦି କହିଛନ୍ତି, ତୃତୀୟ ଥର ପାଇଁ ସୁଯୋଗ ପାଇବା ଐତିହାସିକ । ଏମପିମାନେ ଗୃହର ସମ୍ମାନ ବୃଦ୍ଧି କରିଛନ୍ତି ।ରାଜ୍ୟ ସଭାରେ ଧନ୍ୟବାଦ ଅର୍ପଣ ଉପରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ଯେଉଁମାନେ ସମ୍ବିଧାନର ଏକ ନକଲ ସହିତ ଡେଉଁଛନ୍ତି ସେମାନେ ସମ୍ବିଧାନ ଦିବସ ପାଳନ ଉପରେ ବିରୋଧ କରୁଛନ୍ତି । ମୋଦିଙ୍କ ଏହି ମନ୍ତବ୍ୟରେ ବିରୋଧୀ ଏମପିମାନେ ହଙ୍ଗାମା କରିଥିଲେ । ଏହାପରେ ବିରୋଧୀଦଳ ଏମପିମାନେ କକ୍ଷ ତ୍ୟାଗ କରିଥିଲେ । ବିରୋଧୀଙ୍କ କକ୍ଷ ତ୍ୟାଗ ସମୟରେ ମୋଦି କହିଛନ୍ତି, ଦେଶ ଦେଖୁଛି ଯେ ମିଥ୍ୟା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ପାଖରେ ସତ ଶୁଣିବାକୁ ମଧ୍ୟ ଶକ୍ତି ନାହିଁ । ନିଜେ ଉଠାଇଥିବା ପ୍ରଶ୍ନର ଉତ୍ତର ଶୁଣିବାକୁ ସାହସ ମଧ୍ୟ କରୁ ନାହାନ୍ତି । ବିରୋଧୀମାନେ ରାଜ୍ୟ ସଭାକୁ ଅପମାନ କରୁଛନ୍ତି ।

ଚଳିତ ରଥଯାତ୍ରା ପାଇଁ ସୁରକ୍ଷାରେ ନିୟୋଜିତ ହେବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ l

Image
  ଭୁବନେଶ୍ୱର/ପୁରୀ (ବ୍ୟୁରୋ ରିପୋର୍ଟ) :- ଚଳିତ ରଥଯାତ୍ରା ସୁପରିଚାଳନା ନିମନ୍ତେ ସମସ୍ତ ବ୍ୟବସ୍ଥା କଡାକଡି କରାଯାଉଛି । ଚଳିତ ଥର ରଥଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଅନ୍ୟପଟେ ରଥଯାତ୍ରାର ସୁପରିଚାଳନା ନିମନ୍ତେ ୯୦ ଜଣ ଅଫିସରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ୯୦ ଜଣ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର ।ଏହା ସହ ସୋସିଆଲ ମିଡିଆରେ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ୍ ସୂଚନା ଦିଆଯିବ । ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି । ଚଳିତ ଥର ରଥଯାତ୍ରାରେ ୪ ଅତିରିକ୍ତ ଡିଜି, ୬ ଆଇଜି ଓ ଡିଆଇଜି ପାହ୍ୟା ଅଧିକାରୀ ରହିବେ । ୧୯ ଏସ୍‌ପି ପାହ୍ୟାର, ଡିଏସ୍‌ପି ପାହ୍ୟାର ୭୫ ଜଣ ମୁତୟନ ହେବେ ।୧୩୦ ଇନ୍ସପେକ୍ଟର, ୬୭୫ ଏଏସ୍‌ଆଇ ସୁରକ୍ଷା ଦାୟିତ୍ୱରେ ରହିବେ । ୫ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ପାଇଁ କେନ୍ଦ୍ରକୁ ଆବେଦନ କରାଯାଇଛି । ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ । ଏହା ସହ ସୁରକ୍ଷା ଲାଗି ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ପୁରୀରେ ସମୀକ୍ଷା ପରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସୂଚନା ।

ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହେବା ହେତୁ ୮ ଜଣ ଶ୍ରମିକ ଗୁରୁତର l

Image
    ରାଉରକେଲା(ବ୍ୟୁରୋ ରିପୋର୍ଟ) :- ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ ଘଟିଛି । ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହେବା ହେତୁ ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଯୋଗୁ ଶ୍ରମିକମାନେ ଗୁରୁତର ହୋଇପଡ଼ିଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ରାଉଲକେଲା ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି ।ତେବେ ଗୁରୁତର ଶ୍ରମିକଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ଆଇସିୟୁରେ ଥିବା ଜଣାଯାଇଛି ।ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣା ପ୍ରଥମ ନୁହେଁ । ବାରମ୍ବାର ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ହୋଇ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ କେତେ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ଏହାସତ୍ତ୍ୱେ ବି ପ୍ଲାଣ୍ଟ କର୍ତ୍ତୃପକ୍ଷ ଶ୍ରମିକଙ୍କ ନିରାପତ୍ତା ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି । ତେବେ ଆଜି ଏହି ଅଘଟଣ ପରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖି ନାହାନ୍ତି ।

ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ l

Image
  ଭୁବନେଶ୍ଵର(ବ୍ୟୁରୋ ରିପୋର୍ଟ) :- ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ବିହାରୀ ଧଳ। ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।ସେ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ନିକୁଞ୍ଜା ବିହାରୀ ଧଳ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଭାବରେ ନିଯୁକ୍ତ ମିଳିଥିଲା । ମୁଖ୍ୟ ଶାସନ ସଚିବ ପଦରୁ ଅତିରିକ୍ତ ମୁଖ୍ୟ ସଚିବ, ଶକ୍ତି ବିଭାଗ, ଅତିରିକ୍ତ ମୁଖ୍ୟ ସଚିବ, ଏକ୍ସାଇଜ୍, ଗ୍ରୀଡକୋର ଚେୟାରମ୍ୟାନ୍ ତଥା ଓଡିଶା ଷ୍ଟେଟ୍ ପାନୀୟ ନିଗମର ଚେୟାରମ୍ୟାନ୍ ଭାବରେ ପୋଷ୍ଟ କରାଯାଇଥିଲା। ସେ ଓଡି଼ଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପରିଚାଳନା ନିର୍ଦ୍ଦେଶକ କାର୍ଯ୍ୟ ମଧ୍ଯ ତୁଲାଇଥିଲେ l

ଶୀବିଗ୍ରହଙ୍କୁ ଦିଆଯିବ ଦଶମୂଳ ମୋଦକ l

Image
ବ୍ୟୁରୋ ରିପୋର୍ଟ :- ଆଜି ଅଣସର ଦଶମୀ । ଶୟନ ଅବସ୍ଥାରୁ ଉଠି ଚକା ଉପରେ ବିଜେ କରିବେ ମହାପ୍ରଭୁ । ଜ୍ୱରରୁ ସମ୍ପୂର୍ଣ୍ଣ ଉପଷମ ପାଇଁ ଶ୍ରୀବୈଦ୍ୟଙ୍କ ଦ୍ୱାରା ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ଦଶମୂଳ ମୋଦକ ଶୀବିଗ୍ରହଙ୍କୁ ପ୍ରଦାନ କରାଯିବ । ଦଶ ପ୍ରକାରର ବିଭିନ୍ନ ଚେରମୂଳିରେ ଦଶମୂଳାରିଷ୍ଟ ପ୍ରସ୍ତୁକ କରାଯାଇଛି । ସ୍ନାନ ପୂର୍ଣ୍ଣିମାରୁ ଅତ୍ୟଧିକ ଜ୍ୱରରେ ପୀଡିତ ହେବା ପରେ ଶ୍ରୀମନ୍ଦିର ଚନ୍ଦନ ଅର୍ଗଳ ନିକଟସ୍ଥ ଅଣସର ତାଟିରେ ଉଦ୍ଧାର ମଧ୍ୟରେ ଜାରି ରିହିଛି ଶୀବିଗ୍ରହ ଗୁପ୍ତ ସେବା । ଏହି ଅବସରରେ ପାରମ୍ପରିକ ଭାବେ ରାଜବୈଦ୍ୟଙ୍କ ଘରେ ବିଭିନ୍ନ ଚେରମୂଳି ମିଶାଇ ଏକ ଔଷଧ ପ୍ରସ୍ତୁତ କରାଯାଇଛି । ମାନ୍ୟତା ରହିଛି ଏକାଦଶୀ ତିଥିରେ ଦଶମୂଳ ଔଷଧ ଲାଗି କରାଗଲେ ସମ୍ପୁର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ଆଜି ମଧ୍ୟାହ୍ନ ଧୂପ, ଭୋଗମଣ୍ତର ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାରା ଫିଟାଯାଇ ଅଣସର ନୀତି ହେବ । ଶ୍ରୀଜୀଉଙ୍କୁ ଚକା ଉପରକୁ ବିଜେ କରାଇବା ସହ ଚକଟା ଓ ପଣାଭୋଗ ଲାଗି କରାଯିବାର ମାନ୍ୟତା ରହିଛି । ତେବେ ଜ୍ୱରରେ ଖାଦ୍ୟ ରୁଚୁ ନଥିବାରୁ ଚକଟା ଓ ପଣା ଦିଆଯାଇଥାଏ ।