"ଏସୟୁଜେ ଓଡ଼ିଶା" ଢେଙ୍କାନାଳ ଜିଲ୍ଲା ଶାଖା ବୈଠକ ଅନୁଷ୍ଠିତ l
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଗତକାଲି "ଏସୟୁଜେ ଓଡ଼ିଶା" ଢେଙ୍କାନାଳ ଜିଲ୍ଲା ଶାଖା ବୈଠକ କାମାକ୍ଷାନଗର ଠାରେ ଅନୁଷ୍ଠିତ ହୋଇଥିଲା। ଯୁବ ସାମ୍ବାଦିକ ଚିତ୍ତରଞ୍ଜନ ଦ୍ଵିବେଦୀ ଙ୍କ ଆବାହକତ୍ବ କ୍ରମେ ବୈଠକରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ନନ୍ଦ ସ୍ଵାଗତ ଭାଷଣ ଓ ମଧୁପ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଏସୟୁଜେ ଓଡ଼ିଶା ର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଜାତୀୟ ସାମ୍ବାଦିକ ୟୁନିୟନ କାର୍ଯ୍ୟକାରିଣୀର ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଚିନ୍ତାମଣି ପାଢ଼ୀ, ବରିଷ୍ଠ ସାମ୍ବାଦିକ ମୀନକେତନ ସ୍ଵାଇଁ ଏବଂ ସ୍ଵତନ୍ତ୍ର ଅତିଥି ଭାବେ ସେବା ନିବୃତ୍ତ ସେନା କର୍ମଚାରୀ ତଥା ଯୋଗ ଗୁରୁ ରବିନ୍ଦ୍ର ସାହୁ ଯୋଗ ଦେଇଥିଲେ। ଏସୟୁଜେ ଓଡ଼ିଶା ସଂଗଠନ କ'ଣ? ରାଜ୍ୟ ରେ ଅନେକ ସାମ୍ବାଦିକ ସଙ୍ଘ ଥାଉ ଥାଉ ପୁଣି ଏସୟୁଜେ କାହିଁକି? ଏହାର ଲକ୍ଷ୍ୟ ଆଭିମୁଖ୍ୟ ଏବଂ ଉଦେଶ୍ୟ କ'ଣ ସେ ସମ୍ପର୍କରେ ରାଜ୍ୟ ସଭାପତି ଶ୍ରୀ ନାୟକ ଏବଂ ସମ୍ମାନୀତ ଅତିଥି ଶ୍ରୀ ପାଢ଼ୀ ବିସ୍ତୃତ ସୂଚନା ରଖିଥିଲେ। ସ୍ଵତନ୍ତ୍ର ଅତିଥି ଶ୍ରୀ ସାହୁ ଏସୟୁଜେ ଓଡ଼ିଶା ସାମ୍ବାଦିକ କଲ୍ୟାଣ ନିମନ୍ତେ ନେଇଥିବା ପଦକ୍ଷେପ କୁ ପ୍ରଶଂସା କରିଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀ ସ୍ଵାଇଁ ତାଙ୍କ ଅଭିଭାଷଣରେ "ଏସୟୁଜେ ଓଡ଼ିଶା" ରେ ଅନେକ ଅଭିଜ୍ଞ ସାମ୍ବାଦିକ ଏବ...