Posts

ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ ସହ ଅନ୍ୟ ସଂଗଠନ ସହାୟତାର ହାତ ବଢ଼ାଇଲେ l

Image
ବ୍ୟୁରୋ ରିପୋର୍ଟ :- ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ, ଉଦ୍ଧାର ଫାଉଣ୍ଡେସନ, କ୍ୟାଚ ଚାରିଟେବୁଲ ଟ୍ରଷ୍ଟ ଓ ଉତ୍କଳ ସେବକ ସଂଘ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସଭାପତି ପ୍ରଶାନ୍ତ କୁମାର ପାତ୍ର ଓ ଆଳି ବ୍ଲକ ସଭାପତି ଶରତ କୁମାର ପାତ୍ରଙ୍କ ତତ୍ୱାବଧାନରେ - ସମ୍ପ୍ରତି ଭୟଙ୍କର ତାଣ୍ଡବ ରଚିଥିବା ବାତ୍ୟା - ଦାନା ରେ ପ୍ରଭାବିତ ହୋଇଥିବା ସାତଭାୟା ଅଞ୍ଚଳର ଲୋକମାନଙ୍କର ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କ ଥଇଥାନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ସେଠାରେ ନିଜର ଟିମ ସହ ପହଂଚିଥିଲେ , ଅନେକ ଲୋକଙ୍କ ଘରେ ପାଣି ପଶିବା ସହ , ମାଟି କାନ୍ଥ ଗୁଡିକ ପଡି ନଷ୍ଟ ହୋଇଯାଇଥିବାର ଚିତ୍ର ଦେଖିବାକୁ ମିଳିଥିଲା, ସ୍ବେଛାସେବୀମାନେ ସେମାନଙ୍କୁ ବିଭିନ୍ନ ଦିଗରେ ନିଜର ସାମର୍ଥ୍ୟ ଅନୁସାରେ ସହଯୋଗ କରିବା ସହ ଶୁଖିଲା ଖାଦ୍ୟ , ପାଣି ବୋତଲ , ମହମବତୀ, ଚୁଡା ଓ ବିସ୍କୁଟ ଆଦି ପ୍ୟାକେଟ ପ୍ରାୟ ୮୦୦ ରୁ ଉର୍ଦ୍ଧ ପ୍ରଭାବିତ ଲୋକ ମାନଙ୍କୁ ବଣ୍ଟନ କରିଥିଲେ  - ବଗପାଟିଆ, ଚାରିଘରିଆ, ପେଣ୍ଠ ଉପକୂଳବାସୀ ଲୋକମାନଙ୍କର ଭଙ୍ଗା ଘର ଗୁଡିକ ମରାମତି ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅଟକି ଥିବା କାର୍ଯ୍ୟ ଗୁଡିକ ତୁରନ୍ତ ବୁଝିବା ସହ ସେମାନଙ୍କ ଥଇଥାନ ସମ୍ପର୍କରେ ସରକାରଙ୍କୁ ଏକ ଦାବୀ ପତ୍ର ଦେବା ପାଇଁ ବ୍ୟବସ୍ଥା

ସାମ୍ବାଦିକଙ୍କୁ ବିଡିଓଙ୍କ ମାଡ଼ ପ୍ରତିବାଦରେ ଏସ୍ ୟୁ ଯେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ l

Image
ଯାଜପୁର :- "ଏସୟୁଜେ ଓଡ଼ିଶା" ସୁବର୍ଣ୍ଣପୁର (ସୋନପୁର) ଜିଲ୍ଲା ସଭାପତି ତଥା News -7 ର ଜିଲ୍ଲା ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀ ଙ୍କୁ ସ୍ଥାନୀୟ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଖବର ସଂଗ୍ରହ କରିବାକୁ ଯାଇଥିବା ଧିରେନ୍ଦ୍ର ଅପମାନ ଓ ଆକ୍ରମଣର ସମ୍ମୁଖୀନ ହେବା ପରେ ପୋଲିସ୍ ନିକଟରେ ବିଡ଼ିଓ ଙ୍କ ବିରୁଦ୍ଧରେ ଏତଲା ଦେବାକୁ ଯାଇଥିବା ବେଳେ ଓଲଟି ପୋଲିସ ତାଙ୍କୁ ରାତି ଅଧରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ନେଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏସୟୁଜେ ଓଡ଼ିଶା ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳ, ଯାଜପୁର ଙ୍କୁ ପ୍ରଦାନ କରାଯାଇଛି । ଏହି ଅନ୍ୟାୟ ଓ ଅଗଣତାନ୍ତ୍ରିକ ଘଟଣାର ତଦନ୍ତ କରି ସରକାର ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ ନ କରିଲେ ଏହି ଘଟଣା କୁ ନେଇ ଦୃଢ଼ ପ୍ରତିବାଦ କରିବ ଏସ୍ ୟୁ ଯେ ଓଡିଶା । ସୂଚନା ଥାଉକି ସୁବର୍ଣ୍ଣପୁର ବ୍ଲକ କାର୍ଯ୍ୟାଳୟକୁ ୫-ଟି ଦୁର୍ନୀତି ର ଖବର ସଂଗ୍ରହ କରିବାକୁ ଯାଇଥିବା ନିଉଜ -୭ ଟେଲିଭିଜନ ଚ୍ୟାନେଲ ର ଜିଲ୍ଲା ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀ ଙ୍କୁ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ତାଙ୍କ ଚ୍ୟାମ୍ବର ମଧ୍ୟରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ୫-ଟି ଦୁର୍ନୀତି ଏବଂ ମିଥ୍ୟା ବିଲ୍ ସମ୍ପର୍କରେ ତଥ୍ୟ ପ୍ରମାଣ ସହିତ ଶ୍ରୀ ଦାନୀ ବିଡ଼ିଓ ସୌମ୍ୟର

ନୂଆ ବାଘୁଣୀ ଯମୁନା ର ଶିମିଳିପାଳ ରେ ପ୍ରଥମ ଶିକାର l

Image
  ବାରିପଦା(ବ୍ୟୁରୋ ରିପୋର୍ଟ) :- ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ଯମୁନା ବାରାହା ଶିକାର କରିଛି। ସଫ୍ଟ ଏନକ୍ଲୋଜର ମଧ୍ୟରେ ବୁଧବାର ରାତିରେ ଏକ ବାରାହା ଛଡା ଯାଇଥିବା ବେଳେ ସେ ତାହାକୁ ଶିକାର କରିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନିଙ୍କ ଠାରୁ ସୂଚନା ମିଳିଛି। ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତା ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯୦୦ କିଲୋମିଟର ଯାତ୍ରା କରି ୨ବର୍ଷ ୭ମାସ ବୟସର ଯମୁନା ଶିମିଳିପାଳରେ ପହଁଚିଥିଲା। ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ କବାଟଘାଇ ଠାରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ଗତ ସୋମବାର ସକାଳେ ଛଡା ଯାଇଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଏକ ଟିମ ବାଘୁଣୀର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ଶିକାର କରିବା ପାଇଁ ପ୍ରଥମ କରି ବାରାହା ପ୍ରଦାନ କରାଯାଇଛି।  ଶିମିଳିପାଳର ଜଳବାୟୁ ଓ ପରିବେଶ ସହିତ ଖାପ ଖୁଆଇ ବାଘୁଣୀ ରହିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଯମୁନା ଶିକାର କରିଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ଏନକ୍ଲୋଜର ମଧ୍ୟରେ ସୁନ୍ଦର ଭାବେ ଚଳପ୍ରଚଳ କରୁଛି। ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏକ ଟିମ ଯମୁନାର ଗତିବିଧି ନିରୀକ୍ଷଣ କରୁଛନ୍

ନୂତନ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି ପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ରାଜ୍ୟ ସରକାର ବୁଧବାର ମହିଳା କମିଶନ ଭଙ୍ଗ କରିଛନ୍ତି। ସରକାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ୱରୁ ହଟାଇବା ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଡ. ମିନତି ବେହେରା ନିଯୁକ୍ତି ପାଇଥିଲେ। ଆଜି ତାଙ୍କୁ ପଦରୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର। ଏହାସହିତ ରାଜ୍ୟରେ ମହିଳା ଆୟୋଗର ନୂଆ ଅଧ୍ୟକ୍ଷା ଓ ସଦସ୍ୟା ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରା ଓ ଅନ୍ୟ ୪ଜଣ ସଦସ୍ୟା ସ୍ପର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ୱାଇଁ ଓ ବିଜୟା ବରୱାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଛି । ଏନେଇ ଖୁବଶୀଘ୍ର ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ଉଲ୍ଲେଖଯୋଗ୍ୟ, ମହିଳା ଆୟୋଗ ଅଧ୍ୟକ୍ଷା ଓ ଅନ୍ୟ ୪ଜଣ ସଦସ୍ୟା ସମସ୍ତେ ବିଜେଡିର ସକ୍ରିୟ ଆଗଧାଡ଼ିର ନେତ୍ରୀ ଥିଲେ । ବିଜେଡି ସରକାରରେ ସେମାନଙ୍କୁ ଏହି ମହିଳା ଆୟୋଗରେ ଥଇଥାନ କରାଯାଇଥିଲା । ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ୨୦୨୨ ଅକ୍ଟୋବର ମାସରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କ

ବଳ ଗୋଟାଉଛି ବାତ୍ୟା "ଦାନା" ୨୪ ରେ ଛୁଇଁବ ଓଡିଶା l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମାଡି ଆସୁଛି  ବାତ୍ୟା  ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା "ଦାନା"। ଆସନ୍ତା ୨୩ ତାରିଖରେ ଏହା ବାତ୍ୟାରେ ପରିଣତ ହେବ । ୨୪ ତାରିଖରେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶାରରେ ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିବ। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି। ମତ୍ସ୍ୟଜୀବୀ ମାନେ ଆଣ୍ଡାମାନ ସାଗରରୁ ୨୧ ତାରିଖ ପର୍ଯ୍ୟନ୍ତ ଯିବାକୁ ବାରଣ କରାଯାଇଛି। ସେହିପରି ୨୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଓ ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପ ସଗାରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ ଯାଇଛି। ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ଅଛନ୍ତି ସେମାନେ ୨୧ ତାରିଖ ସୁଦ୍ଧା ଫେରି ଆସନ୍ତୁ ବୋଲି ଆଇଏମଡି ଡିଜି କହିଛନ୍ତି। ଓଡ଼ିଶାରେ ଅଧିକ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଓଡ଼ିଶାରେ ଅଧିକ ବର୍ଷା ହେବ। କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହେବ। ଏପରିକି ଆଉ କିଛି ସ୍ଥାନରେ ୩୦ ସେମିରୁ ଅଧିକ ବର୍ଷା ହେବ ବୋଲି ଆଇଏମଡି ଡିଜି କହି

ଝାଡେଶ୍ଵର ମହାବିଦ୍ୟାଳୟରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର :- ଦାନଗଦୀ ବ୍ଲକ ଅନ୍ତର୍ଗତ ଟୋଲକାନୀସ୍ଥିତ ଝାଡେଶ୍ୱର ମହାବିଦ୍ୟାଳୟରେ ପ୍ରାକ୍ତନ ଅଧ୍ୟକ୍ଷ ସେକ୍ ସୌକତ ଅଲ୍ଲୀଙ୍କ ବିୟୋଗରେ ମହାବିଦ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଅକ୍ଷୟ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ +୨ ଓ +୩ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,ପରିଚାଳନା ପରିଷଦର କର୍ମକର୍ତ୍ତା ଓ ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ସ୍ବର୍ଗତ ଅଲ୍ଲୀଙ୍କର ସ୍ମୃତିଚାରଣ କରିଥିଲେ। ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳନା ପରିଷଦର ସଭ୍ୟ ଦୀନବନ୍ଧୁ ପୃଷ୍ଟି, ପରିଚାଳନା ପରିଷଦର ସଭ୍ୟ ସରୋଜ କୁମାର ଓଝା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଗୋକୁଳ ବିହାରୀ ପୃଷ୍ଟି, +୩ ପରିଚାଳନା ପରିଷଦର ସଭାପତି ଦେବେନ୍ଦ୍ର ପୁହାଣ, ପ୍ରାକ୍ତନ ଅଧ୍ୟକ୍ଷ ଡ଼.ଯୁଗଳ କିଶୋର ହୋତା, ଅଧ୍ୟାପକ ଡ଼. କ୍ଷୀରୋଦ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ସ୍ବର୍ଗତ ଅଲ୍ଲୀଙ୍କର ୧୯୮୪ ମସିହାରୁ ୨୦୧୭ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ଵରେ ଥିବାବେଳେ ତାଙ୍କର ଶୃଙ୍ଖଳିତ କାର୍ଯ୍ୟଶୈଳୀ, ମାର୍ଜିତ ଓ ରୁଚି ସମ୍ପର୍ଣ୍ଣ ବ୍ୟକ୍ତିତ୍ଵ, ଧୀର, ଶାନ୍ତ, ସରଳ, ନମ୍ର ବ୍ୟବହାର ସଂପର୍କରେ ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସପ୍ରାପ୍ତ କର୍ମଚାରୀ ବିଷ୍ଣୁ ନାୟକ, ଅଧ୍ୟାପକ ଖଗେଶ ଚନ୍ଦ୍ର ଜେନା, ଅଧ୍ୟାପିକା ମୀରାମ୍ବିକା ସାହୁ, ଅଧ୍ୟାପକ ରଞ୍ଜନ କୁମାର ଖଣ୍ଡା,

ନଭେମ୍ବର ମାସ ରେ ଦୁଇଟି ରାଜ୍ୟରେ ଉପ ନିର୍ବାଚନ l

Image
ବ୍ୟୁରୋ ରିପୋର୍ଟ :- ନଭେମ୍ବର ୧୩, ୨୦ ରେ ୪୮ ଟି ବିଧାନସଭା ଆସନ, ୨ ଟି ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି l  ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ଯେ ନଭେମ୍ବର ୧୩ ଏବଂ ୨୦ ରେ ୪୮ ଟି ବିଧାନସଭା ଆସନ ଏବଂ ଦୁଇଟି ସଂସଦୀୟ ଆସନ ପାଇଁ ଉପନିର୍ବାଚନ ହେବ ଏବଂ ନଭେମ୍ବର ୨୩ ରେ ଫଳାଫଳ ଘୋଷଣା ହେବ। ନଭେମ୍ବର ୧୩ ଏବଂ ୨୦ ରେ ଦୁଇଟି ପର୍ଯ୍ୟାୟରେ ୪୮ ଟି ବିଧାନସଭା ଆସନ ଏବଂ ଦୁଇଟି ସଂସଦୀୟ ଆସନରେ ଉପ- ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ସର୍ଭେ ଫଳାଫଳ ସହିତ ନଭେମ୍ବର ୨୩ ରେ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଆୟୋଗ ମଙ୍ଗଳବାର ଘୋଷଣା କରିଛନ୍ତି। କେରଳର ୱାୟନାଦ ଲୋକସଭା ଆସନ ପାଇଁ ନଭେମ୍ବର ୧୩ ରେ ୧୩ ଟି ରାଜ୍ୟରେ ୪୭ ଟି ବିଧାନସଭା ଆସନ ଏବଂ ମହାରାଷ୍ଟ୍ରରେ ନନ୍ଦେଡ ଏବଂ ନଭେମ୍ବର ୨୦ ରେ ଉତ୍ତରପ୍ରଦେଶର କେଦାରନାଥ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ l