ସାମ୍ବାଦିକଙ୍କୁ ବିଡିଓଙ୍କ ମାଡ଼ ପ୍ରତିବାଦରେ ଏସ୍ ୟୁ ଯେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ l
ଯାଜପୁର :- "ଏସୟୁଜେ ଓଡ଼ିଶା" ସୁବର୍ଣ୍ଣପୁର (ସୋନପୁର) ଜିଲ୍ଲା ସଭାପତି ତଥା News -7 ର ଜିଲ୍ଲା ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀ ଙ୍କୁ ସ୍ଥାନୀୟ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଖବର ସଂଗ୍ରହ କରିବାକୁ ଯାଇଥିବା ଧିରେନ୍ଦ୍ର ଅପମାନ ଓ ଆକ୍ରମଣର ସମ୍ମୁଖୀନ ହେବା ପରେ ପୋଲିସ୍ ନିକଟରେ ବିଡ଼ିଓ ଙ୍କ ବିରୁଦ୍ଧରେ ଏତଲା ଦେବାକୁ ଯାଇଥିବା ବେଳେ ଓଲଟି ପୋଲିସ ତାଙ୍କୁ ରାତି ଅଧରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ନେଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏସୟୁଜେ ଓଡ଼ିଶା ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳ, ଯାଜପୁର ଙ୍କୁ ପ୍ରଦାନ କରାଯାଇଛି । ଏହି ଅନ୍ୟାୟ ଓ ଅଗଣତାନ୍ତ୍ରିକ ଘଟଣାର ତଦନ୍ତ କରି ସରକାର ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ ନ କରିଲେ ଏହି ଘଟଣା କୁ ନେଇ ଦୃଢ଼ ପ୍ରତିବାଦ କରିବ ଏସ୍ ୟୁ ଯେ ଓଡିଶା । ସୂଚନା ଥାଉକି ସୁବର୍ଣ୍ଣପୁର ବ୍ଲକ କାର୍ଯ୍ୟାଳୟକୁ ୫-ଟି ଦୁର୍ନୀତି ର ଖବର ସଂଗ୍ରହ କରିବାକୁ ଯାଇଥିବା ନିଉଜ -୭ ଟେଲିଭିଜନ ଚ୍ୟାନେଲ ର ଜିଲ୍ଲା ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀ ଙ୍କୁ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ତାଙ୍କ ଚ୍ୟାମ୍ବର ମଧ୍ୟରେ ମରଣାନ୍ତକ ଆକ୍ରମଣ କରିଛନ୍ତି।୫-ଟି ଦୁର୍ନୀତି ଏବଂ ମିଥ୍ୟା ବିଲ୍ ସମ୍ପର୍କରେ ତଥ୍ୟ ପ୍ରମାଣ ସହିତ ଶ୍ରୀ ଦାନୀ ବିଡ଼ିଓ ସୌମ୍ୟରଞ୍ଜନ ଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କର ମତାମତ ନେବାକୁ ପ୍ରସ୍ତୁତ ହେଉଥିବାବେଳେ ବିଡ଼ିଓ ହଠାତ୍ ଉତ୍ତେଜିତ ହୋଇ ସାମ୍ବାଦିକ ଧିରେନ୍ଦ୍ର ଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ।ଧିରେନ୍ଦ୍ର ଏହାର ପ୍ରତିବାଦ କରିବାରୁ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ତାଙ୍କୁ(ଧିରେନ୍ଦ୍ର) ଙ୍କୁ ଏକ ଲୁହା ରେ ମୁହଁ, ମୁଣ୍ଡ,ହାତ, ବେକକୁ ମାଡ଼ ମାରି ରକ୍ତାକ୍ତ କରିଛନ୍ତି। ଘଟଣା ବେଳେ ବାହାରେ ଥିବା ଅନ୍ୟ ଦୁଇଜଣ ସାମ୍ବାଦିକ ଓ ବ୍ଲକ ର କର୍ମଚାରୀ ପହଁଚି ଧିରେନ୍ଦ୍ର ଙ୍କୁ ଆକ୍ରମଣରୁ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ l ଏହି ଘଟଣା କୁ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ ଓଡ଼ିଶା ଅତ୍ୟନ୍ତ ଗୁରୁତ୍ବ ସହକାରେ ନେଇଛି।ତୁରନ୍ତ ଅଭିଯୁକ୍ତ ବିଡ଼ିଓ ଙ୍କୁ ଗିରଫ କରାଯିବା ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ, ରାଜ୍ୟ ଉପସଭାପତି ସମରେଶ ମିଶ୍ର ଏବଂ ମହେନ୍ଦ୍ର କୁମାର ଦର୍ଜୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ପଂଚାୟତରାଜ ମନ୍ତ୍ରୀ ଙ୍କ ଠାରେ ଦାବି ଜଣାଇଛି। ରାଜ୍ୟ ସଭାପତି ଶ୍ରୀ ନାୟକ ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ଦୃଷ୍ଟି ଆକର୍ଷଣ କରିଛନ୍ତି।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.