Posts

୧୮ତମ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (YATS)ସମାରୋହ ଅନୁଷ୍ଠିତ l

Image
ଭୁବନେଶ୍ୱର, ୧୩/୧୨(ବ୍ୟୁରୋ ରିପୋର୍ଟ) :- ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟ୍ୟାଟ୍‌ସ)ର ୧୮ତମ ଗ୍ରାଣ୍ଡ ଫିନାଲେ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ୧୮୩୫ ମସିହାରେ ନୟାଗଡ ଖଣ୍ଡପଡାର ପଠାଣି ସାମନ୍ତ ଦୁଇ ଖଣ୍ଡ ବାଉଁଶ ନଳୀରେ ମହାକାଶ ରେ ଗ୍ରହ ନକ୍ଷତ୍ରର ଗତିବିଧିକୁ ଲକ୍ଷ୍ୟ କରି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ନିର୍ଦ୍ଧାରଣ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ସେହିଭଳି ଜ୍ୟୋତିର୍ବିଜ୍ଞାନର ଜନକ ଆର୍ଯ୍ୟଭଟ୍ଟ ପ୍ରଥମେ ନିର୍ଣ୍ଣୟ କରିଥିଲେ ପୃଥିବୀ ନିଜ ଅକ୍ଷ ଚାରିପଟେ ଆବର୍ତ୍ତନ କରୁଛି। ବ୍ରହ୍ମଗୁପ୍ତଙ୍କ ଗଣିତ, ବରାହମିହିରଙ୍କ ବୃହତ ସଂହିତା, ଭାସ୍କରଙ୍କ ସିଦ୍ଧାନ୍ତ ଶିରୋମଣୀ, ଭାରତ ଜ୍ୟୋତିର୍ବିଜ୍ଞାନକୁ ଋଦ୍ଧିମନ୍ତ କରିଛି। ଆଧୁନିକ ଜଗତରେ ଯେତେବେଳେ ବି ମହାକାଶ ବିଜ୍ଞାନର ଚର୍ଚ୍ଚା ହେବ, ଭାରତୀୟ ସଂସ୍କୃତିର ଅବଦାନ ବିନା ଏହା ଅସମ୍ପୂର୍ଣ୍ଣ ରହିବ ବୋଲି ସେ କହିଥିଲେ।  ସେ ଆହୁରି ପୁଣି କହିଥିଲେ ଯେ, ବିଶ୍ୱର ପ୍ରଥମ ପାଞ୍ଚ ଗୋଟି ମହାକାଶ ବି...

ଜୁନିୟର କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବାର୍ଷିକ କ୍ରୀଡ଼ା ଉଦଯାପିତ l

Image
  ଯାଜପୁର, ତା୧୩.୧୨ :- ଦନଗଦୀ ବ୍ଲକ୍ ଅନ୍ତର୍ଗତ ଟୋଲକାନୀସ୍ଥିତ ଝାଡେଶ୍ୱର ଜୁନିୟର କଲେଜରେ ୨ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଡିଗ୍ରୀ କଲେଜର ଭାରାପ୍ରାପ୍ତ ଅଧ୍ୟକ୍ଷ ଅଜୟ କୁମାର ସାହୁ, ରାଜ୍ୟପାଳ ପୁରସ୍କୃତ ଅବସପ୍ରାପ୍ତ ଶିକ୍ଷକ ଗୋକୁଳ ବିହାରୀ ପୃଷ୍ଟି ଅତିଥି ଭାବେ ଯୋଗଦେଇ ଶୃଙ୍ଖଳା ଓ ସହନଶୀଳତା ହେଉଛି ଆଦର୍ଶ କ୍ରୀଡାବିତ୍ ର ଲକ୍ଷଣ, ତେଣୁ ବିଜୟର ଉଲ୍ଲାସ ଓ ପରାଜୟର ଗ୍ଲାନି ଉଭୟଙ୍କୁ ଧୈର୍ଯ୍ୟ ଓ ସହନଶୀଳତା ବଳରେ ସମାନ ଭବରେ ଆପଣେଇ ନେବା ପ୍ରତ୍ୟେକ କ୍ରୀଡାବିତ୍ ମାନଙ୍କର କର୍ତ୍ତବ୍ୟ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ଡ଼.ପଣ୍ଡା ତାଙ୍କ ଅଭିଭାଷଣରେ କ୍ରୀଡା ମାଧ୍ୟମରେ କିପରି ପରସ୍ପର ସ୍ନେହ, ଶ୍ରଦ୍ଧା, ସମ୍ପର୍କ ପ୍ରତିଷ୍ଠା, ଶୃଙ୍ଖଳା, ସହଯୋଗ, ଏକତା , ସମୟାନୁବର୍ତ୍ତିତା ଓ ପାରସ୍ପରିକ ବୁଝାମଣା ପ୍ରତିଷ୍ଠା ହୁଏ ତାହା ବର୍ଣ୍ଣନା କରିଥିଲେ। ପୁରୁଷ ବିଭାଗରେ +୨ ପ୍ରଥମ ବର୍ଷ କଳାର ଛାତ୍ର ସତାରୀ ପୁର୍ତ୍ତି ଓ ମହିଳା ବିଭାଗର +୨ ଦ୍ବିତୀୟ ବର୍ଷ କଳାର ଛାତ୍ରୀ ଜସ୍ମିନି ହାଁସଦା ଉଭୟ ଚମ୍ପିୟାନ ହୋଇଛନ୍ତି। ଏହି କ୍ରୀଡ଼ା ଉତ୍ସବରେ ଅଧ୍ୟାପକ ଡ. କ୍ଷିରୋଦ ଚନ୍ଦ୍ର ବେହେରା, ଅଧ୍ୟାପିକା ମୀରାମ୍ବିକା ସାହୁ, ...

ଝାଡେଶ୍ୱର ଜୁନିୟର କଲେଜରେ ବାର୍ଷିକ କ୍ରୀଡ଼ା ଉଦଘାଟିତ l

Image
ଯାଜପୁର (ଦନଗଦୀ) : - ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଟୋଲକାନୀସ୍ଥିତ ଝାଡେଶ୍ୱର ଜୁନିୟର କଲେଜରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଟମକା ଥାନାର ଭାରପ୍ରାପ୍ତ ଅଧିକାରୀନି ପ୍ରମୋଦିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ପିଲାମାନଙ୍କୁ ସମ୍ବୋଧିତ କରି କହିଲେ ଯେ "କ୍ରୀଡ଼ା ମାଧ୍ୟମରେ ବ୍ୟକ୍ତିତ୍ୱର ସନ୍ତୁଳିତ ବିକାଶ ସମ୍ଭବ ହୋଇଥାଏ। ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା, ସମ୍ପର୍କ ପ୍ରତିଷ୍ଠା, ଶୃଙ୍ଖଳା, ସହଯୋଗ, ସମୟାନୁବର୍ତ୍ତିତା ଓ ପାରସ୍ପରିକ ବୁଝାମଣା କ୍ରୀଡ଼ା ମାଧ୍ୟମରେ ହିଁ ହୋଇଥାଏ"। ତେଣୁ ସମସ୍ତେ ଏହି ବାର୍ଷିକ କ୍ରୀଡ଼ା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଛାତ୍ର ଜୀବନର ସାର୍ଥକତା ପ୍ରତିପାଦନ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏଥିରେ ଅଧ୍ୟାପକ ଡ.କ୍ଷିରୋଦ ଚନ୍ଦ୍ର ବେହେରା, ଅଧ୍ୟାପିକା ମୀରାମ୍ବିକା ସାହୁ, ଅଧ୍ୟାପକ ଲକ୍ଷ୍ମୀଧର ବେହେରା, ଖଗେଶ ଚନ୍ଦ୍ର ଜେନା, ତୋଫାନ ଜେନା, ରଞ୍ଜନ କୁମାର ସାହୁ, ବାଇଧର ସାହୁ, ରଞ୍ଜନ କୁମାର ଖଣ୍ଡା, ଶ୍ରୀମନ୍ତ ନାୟକ, ଅଧ୍ୟାପିକା ପାରିଜାତ ମହାନ୍ତି, ସିଲ...

ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର, ତା୧୧.୧୨: - ସାମ୍ବାଦିକ ମାନଙ୍କ ପାଇଁ ଗଣତନ୍ତ୍ର ତିଷ୍ଠି ରହିଛି। ବିଭିନ୍ନ କଠିନ ପରିସ୍ଥିତିରେ ସାମ୍ବାଦିକ ମାନେ ସମାଜ ଓ ଦେଶ ପାଇଁ କାମ କରିଥାନ୍ତି। ଅନେକ ଲୁକ୍କାୟିତ ଘଟଣା ଜନସାଧାରଣଙ୍କ ସାମ୍ନା କୁ ଆଣିଥାନ୍ତି । ସାମ୍ବାଦିକ ମାନଙ୍କ ସେବା,ନିଷ୍ଠା ଓ ଦାୟିତ୍ଵବୋଧତାର ତୁଳନା ନାହିଁ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏସୟୁଜେ ଓଡ଼ିଶାର ଯାଜପୁର ଜିଲ୍ଲା ଶାଖା ପକ୍ଷରୁ କୁଆଖିଆ ସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ଭବନ ଠାରେ ଅନୁଷ୍ଠିତ ସଙ୍ଘର ସାଧାରଣ ପରିଷଦ ବୈଠକ,ବନ୍ଧୁ ମିଳନ ଏବଂ ଆଲୋଚନା ଚକ୍ର ରେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ସ୍ଥାନୀୟ ତହସିଲଦାର ନିରଞ୍ଜନ ସାହୁ, କୁଆଖିଆ ଥାନାଧିକାରିଣୀ ଚିନ୍ମୟୀ ସାହୁ, ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ, ଏନୟୁଜେର ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଉଦୟନାଥ ଖଣ୍ଡାଇ, ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଚିନ୍ତାମଣି ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ । ସଙ୍ଘର ରସୁଲପୁର ବ୍ଲକ ଶାଖାର ଆୟୋଜନ କ୍ରମେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁବାଷ ଧଳ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଅବିନେଶ୍ଵର ଶତପଥୀ ବାର୍ଷିକ ବିବରଣୀ ପାଠ ସହିତ ସଂଗଠନ ଲକ୍ଷ୍ୟ ଆଭିମୁଖ୍ୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଥିଲେ। ଜିଲ୍ଲା ସାଂଗଠନିକ ସମ୍ପାଦକ ଅମୁ...

କୃଷି ଓ କୃଷକମାନଙ୍କ ପାଇଁ ଆଜିର ଦିନଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ - ମୁଖ୍ୟମନ୍ତ୍ରୀ

Image
ଭୁବନେଶ୍ୱର  ୮/୧୨(ବ୍ୟୁରୋ ରିପୋର୍ଟ) :-  ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଲୋକଙ୍କ ସରକାର ଆଖ୍ୟା ପାଇଥିଲେ। ମା ମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦେଇ ମା ମାନଙ୍କ ସରକାର ଭାବେ ମଧ୍ୟ ସୁନାମ କରିଥିଲେ। ଆଜି ଚାଷୀ ମାନଙ୍କୁ ଧାନ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଦେଇ, ସରକାର ହୋଇଛନ୍ତି 'ଚାଷୀଙ୍କ ସରକାର'। ବରଗଡର ସୋହେଲାରେ ଉତ୍ସବର ସମାବେଶ ଓ ଚାଷୀ ଭାଇମାନଙ୍କ ମଧ୍ୟରେ ଆଜି ଖୁସିର ଲହର । ଲୋକଙ୍କ ସରକାର ଆଜି ଚାଷୀ ଭାଇ ମାନଙ୍କୁ ଦେଉଛନ୍ତି ସେମାନଙ୍କ ପରିଶ୍ରମର ମୂଲ୍ୟ।  ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ୨୩୦୦ ଟଙ୍କା ଉପରେ ଆଜି ଅତିରିକ୍ତ ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଚାଷୀମାନେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇଲେ। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁନ୍ ୧୨ ତାରିଖରେ ଆମ ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟରେ ଯେଉଁ ଚାରିଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ, ସେ ସବୁ ନିଷ୍ପତ୍ତି ୬ ମାସ ମଧ୍ୟରେ ପୂରଣ କରାଗଲା । ଆଜି ଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଆପଣମାନେ, କୁଇଣ୍ଟାଲ ପିଛା ୩୧୦୦ ଟଙ୍କା DBT ...

ପ୍ରୟାଗ ରାଜ ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଯୋଗୀ l

Image
ଭୁବନେଶ୍ୱର ୭/୧୨(ବ୍ୟୁରୋ ରିପୋର୍ଟ) : - ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହା କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ଅନୀଲ ରାଜଭର ଏବଂ ଖାଦ୍ୟ ଓ ଯୋଗାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଶର୍ମା ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ତାଙ୍କ ବାସ ଭବନରେ ଭେଟି ମହାକୁମ୍ଭ ରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦେଇଥିଲେ।  ଏହି ମନ୍ତ୍ରୀ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଗଙ୍ଗା ଜଳରେ ପରିପୂର୍ଣ ଏକ ଶୁଭ କଳସ ଏବଂ ମହାକୁମ୍ଭର ଏକ ଲୋଗୋ ମଧ୍ୟ ପ୍ରଦାନ କରିଥିଲେ। ମହା କୁମ୍ଭ ୨୦୨୫ ଜାନୁଆରୀ ୧୩ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ନିମନ୍ତ୍ରଣ ସମୟରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା ତଥା କ୍ରୀଡା ମନ୍ତ୍ରୀ ଶ୍ରୀ ସୂରଜ୍ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ।

ମୟୁରଭଞ୍ଜ ବାଙ୍ଗିରିପୋଷିରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ୬୪୦୦ କୋଟି ଟଙ୍କାର ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ l

Image
ମୟୁରଭଞ୍ଜ (ବ୍ୟୁରୋ ରିପୋର୍ଟ) : - ଓଡ଼ିଶାବାସୀ ସମସ୍ତଙ୍କ ପାଇଁ ଏକ ପରମ ସୌଭାଗ୍ୟର ଦିନ, ଗୌରବର ଦିନ। ଓଡ଼ିଶା ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି। ଦେଶର ପ୍ରଥମ ନାଗରିକ। ଏଥିପାଇଁ ପ୍ରତ୍ୟେକ ଆଦିବାସୀ, ପ୍ରତ୍ୟେକ ମହିଳା ଓ ପ୍ରତ୍ୟେକ ଓଡ଼ିଆ ଗର୍ବିତ। ଆଜି ତାଙ୍କରି କରକମଳରେ ମୟୂରଭଞ୍ଜ ବାଙ୍ଗିରିପୋଷି ରେ ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ଏହି ପ୍ରକଳ୍ପ ଗୁଡ଼ିକ ହେଉଛି- ବାଦାମପାହାଡ- କେନ୍ଦୁଝରଗଡ, ବାଙ୍ଗିରିପୋଷି-ଗୋରୁମହିଷାଣି ଏବଂ ବୁରାମରା-ନୂଆ ଜାମସୋଳା ରେଳ ଲାଇନ। ଏହି ୩ଟି ରେଳ ଲାଇନ ସମୁଦାୟ ୧୮୪ କିଲୋମିଟରରୁ ଅଧିକ ଦୀର୍ଘ ହେବ ଏବଂ ଏଥିପାଇଁ ୪ ହଜାର ୫୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ। ଏହି ୩ଟି ପ୍ରକଳ୍ପ ମାଧ୍ୟମରେ ମୟୁରଭଞ୍ଜ ଓ କେନ୍ଦୁଝର ପରି ଆଦିବାସୀ ଅଞ୍ଚଳ ଓ ଖଣି ଅଧ୍ୟୁଷିତ ଅଞ୍ଜଳରେ ବିକାଶର ନୂଆ ସ୍ରୋତ ଆସିବ। ରେଳ ଯୋଗାଯୋଗ ଏହି ଦୁଇଟି ଜିଲ୍ଲାର ଅର୍ଥନୀତିର ଉନ୍ନତି ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ। ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରେଳ ପରିବହନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ, ବାଣିଜ୍ୟରେ ମଧ୍ୟ ଅଭିବୃଦ୍ଧି ଘଟିବ। ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ କଚ୍ଛପ ଗତିରେ ଚାଲୁଥିବା ପ୍ରକଳ୍ପ ସବୁକୁ ଗତି ମିଳିଲା ଏବଂ ନୂଆ ନୂଆ ପ୍ରକଳ୍ପକୁ ଅନୁମୋଦିତ କରାଗଲ...