Posts

ବିଶ୍ୱାସ, ପରମ୍ପରା, ଦିବ୍ୟତ୍ୱର ମହାନ୍ ସଙ୍ଗମ ହେଉଛି ତ୍ରିବେଣୀ ସଙ୍ଗମ - ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ୱର, ତା. ୨୩ /୦୨(ବ୍ୟୁରୋ ରିପୋର୍ଟ) :- ମହାକୁମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରୟାଗ ରାଜ୍ ଗସ୍ତ କରି ତ୍ରିବେଣୀ ସଙ୍ଗମ ସ୍ଥଳରେ ସ୍ନାନ କରିଛନ୍ତି। ଏହା ସହିତ ପୂଜା ଓ ଆରତି ମଧ୍ୟ କରିଛନ୍ତି। ଏହି ଅବସରରେ ଗଣ ମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ପ୍ରୟାଗ ରାଜ୍ ତ୍ରିବେଣୀ ସଂଗମରେ ସ୍ନାନ କରିବା ଏକ ଅତ୍ୟନ୍ତ ଆଧ୍ୟାତ୍ମିକ ଅନୁଭବ। ଏହା କେବଳ ଗଙ୍ଗା, ଯମୁନା, ସରସ୍ଵତୀ ର ସଙ୍ଗମ ସ୍ଥଳ ନୁହେଁ, ଏହା ହେଉଛି ବିଶ୍ଵାସ, ପରମ୍ପରା ଓ ଦିବ୍ୟତ୍ୱର ସଙ୍ଗମ ସ୍ଥଳ ବୋଲି ସେ କହିଛନ୍ତି।ଏହି ଅବସରରେ ପ୍ରାର୍ଥନା କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାରତର ଆତ୍ମିକ ଉତ୍ତରଣରେ ପ୍ରଧାନମନ୍ତ୍ରୀଙ୍କର ଗୃରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କ ଦୂରଦୃଷ୍ଟି ଓ ମହାନ୍ ଦୃଷ୍ଟିକୋଣ ଯୋଗୁ ଦେଶର ଛୋଟ ଛୋଟ ଗାଁ ରୁ ବଡ଼ ବଡ଼ ସହର ପର୍ଯ୍ୟନ୍ତ ସମସ୍ତେ ଭାରତୀୟତାର ମହାନ୍ ଅନୁଭବରେ ଉଦବୁଦ୍ଧ ହୋଇଛନ୍ତି। ତାଙ୍କ ପ୍ରେରଣାରେ ଦେଶ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ମତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ...

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ ହେବ- ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ୱର, ତା ୨୨/୦୨(ବ୍ୟୁରୋ ରିପୋର୍ଟ) :- ସୌଭାଗ୍ୟଦାୟିନୀ ଶକ୍ତିର ପ୍ରତିରୂପ ହେଉଛନ୍ତି ଆମ ସୁଭଦ୍ରା ମା’ ମାନେ । ସୁଭଦ୍ରା ମା’ମାନଙ୍କ ମଧ୍ୟରେ ରହିଛି ଅସୀମ ଶକ୍ତି । ତେଣୁ, ସେମାନେ ହେଉଛନ୍ତି “ସୁଭଦ୍ରା ଶକ୍ତି”। ସୁଭଦ୍ରା ମା’ମାନଙ୍କ ସେଇ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ଆମ ସରକାର, ଆଜି ଏହି “ସୁଭଦ୍ରା ଶକ୍ତି” ମେଳାର ଆୟୋଜନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଜନତା ମୈଦାନ ଠାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଉଦ୍‌ଘାଟନୀ ସମାରୋହରେ କହିଛନ୍ତି ।  ଆଜି ଆରମ୍ଭ ହୋଇଥିବା ଏହି ସୁଭଦ୍ରା ଶକ୍ତି ମେଳାରେ ୭୦୦ ରୁ ଅଧିକ ଏସଏଚଜି ମାନେ ୩୦୦ ରୁ ଅଧିକ ଷ୍ଟଲରେ ୨୦୦ରୁ ଅଧିକ ସାମଗ୍ରୀର ପ୍ରଦର୍ଶନ କରିଛନ୍ତି । ଏହି ମେଳା ୯ ଦିନ ଧରି ଚାଲିବ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କଳାକୃତି, ମିଲେଟ ଓ ଅର୍ଗାନିକ ଉତ୍ପାଦ, ଖାଦ୍ୟ ଓ ମସଲା ସାମଗ୍ରୀ, ଟେରାକୋଟା ଓ ବାଉଁଶ ଶିଳ୍ପ ଆଦି ଅନେକ ଉତ୍ପାଦ ସ୍ଥାନ ପାଇଛି ।   ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ମେଳା କେବଳ ଏକ ସାଧାରଣ ପ୍ରଦର୍ଶନୀ ନୁହେଁ । ଏହା ଆମ ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ସଫଳତାର କାହାଣୀ । ସେମାନଙ୍କ ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ । ଆମ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ,...

୭୩ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ – ୨୦୨୫ ଶୁଭାରମ୍ଭ l

Image
କଟକ, ତା ୨୨/୦୨(ବ୍ୟୁରୋ ରିପୋର୍ଟ) :- ଆଜି କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୩ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ – ୨୦୨୫ ଶୁଭାରମ୍ଭ ହୋଇ ଯାଇଛି । ଶ୍ରୀ ଆର. ପି. କୋଚେ, ଆଇପିଏସ, ନିର୍ଦ୍ଦେଶକ, ଗୁଇନ୍ଦା, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ ।  ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ। ଏଭଳି ଚାମ୍ପିୟନସିପ ପୋଲିସ ଅଧିକାରୀ/ କର୍ମଚାରୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି ପାଇଥାଏ ବୋଲି ଗୁଇନ୍ଦା ନିର୍ଦେଶକ ଶ୍ରୀ କୋଚେ ମତବ୍ୟକ୍ତ କରିଥିଲେ । ରାଜ୍ୟ, ଜିଲ୍ଲା, ରେଞ୍ଜ ସ୍ତରର ଖେଳାଳିମାନେ ଏହି ଟୁର୍ନାମେଣ୍ଟରେ ସାମିଲ ହୋଇଥିବାରୁ ପରସ୍ପର ମଧ୍ୟରେ ଉତ୍ତମ ସମ୍ମନ୍ଵୟ ସୃଷ୍ଟିହେବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ।  ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ଧନ୍ଯବାଦ ଜଣାଇଥିଲେ।  ଏହି ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୪୧ ଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୭୯୭ ଜଣ ଖେଳାଳି ସାମିଲ ହୋଇଛନ୍ତି। ୬୬୫ ଜଣ ପୁରୁଷ ଓ ୧୩୨ ...

ଟାଟା ଷ୍ଟିଲ୍ କଳିଙ୍ଗନଗରରେ ରକ୍ତଦାନ ଶିବିରରେ ୫୦୦ ୟୁନିଟ୍ ରକ୍ତ ସଂଗ୍ରହ l

Image
ଯାଜପୁର /କଳିଙ୍ଗନଗର, ତା.୨୦/୦୨ :- ଟାଟା ଷ୍ଟିଲ୍ କଳିଙ୍ଗନଗରର ଗ୍ରୀନ୍ ଟ୍ରାନ୍ସପୋର୍ଟ ପାର୍କରେ ଗୁରୁବାର ଦିନ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଟାଟା ଷ୍ଟିଲ୍ କର୍ମଚାରୀମାନଙ୍କ ବ୍ୟତୀତ, ଠିକା କର୍ମଚାରୀ ଏବଂ ଭେଣ୍ଡର ଅଂଶୀଦାରମାନେ ୫୦୦ ୟୁନିଟ୍ ରକ୍ତ ଦାନ କରିଥିଲେ ।  ଏହି ରକ୍ତଦାନ ଶିବିର ଟାଟା ଷ୍ଟିଲ କଳିଙ୍ଗନଗର ଲଜିସ୍ଟିକ୍ସ ବିଭାଗ, ଆମ ଓଡ଼ିଶା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର ଏବଂ ରେଡକ୍ରସ୍ ରକ୍ତଭଣ୍ଡାର, କଟକର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା ।  ଏହି ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଜେନେରାଲ ମ୍ୟାନେଜର (ଅପରେସନ୍ସ) କରମବୀର ସିଂହ, ଟିଏସକେ ଏବଂ ଟିଏସଏମ ସୁରକ୍ଷା ବିଭାଗ ଚିଫ୍ ସଞ୍ଜୟ ପ୍ରକାଶ, ସମ୍ବାଦର ଜିଲ୍ଲା ପ୍ରତିନିଧି ସଂଗ୍ରାମ ସିଂହ ଏବଂ ଆମ ଓଡ଼ିଶା ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗରର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। । ଉଦ୍‌ଯାପନୀ ସମାରୋହରେ ଆଶୁତୋଷ କୁମାର , ଚିଫ୍‌, ଷ୍ଟିଲ୍ ମେଲ୍ଟିଙ୍ଗ ସପ୍ ଙ୍କ ସହ ଟାଟା ଷ୍ଟିଲ୍ କଳିଙ୍ଗନଗରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିବା ସହିତ ଚାରା ପ୍ରଦାନ କରିଥିଲେ। ଟାଟା ଷ୍ଟିଲ୍ କଳିଙ୍ଗନଗରର ଲଜିଷ୍ଟିକ୍ସ ବିଭାଗ ନେତୃତ୍ୱରେ ଏହି ପଦକ୍ଷେପର ଲକ୍ଷ୍ୟ ରକ୍ତ ...

କିଡଜୀ ୱାର୍ଲଡ ପ୍ରି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- କିଡ଼ଜୀ ୱାର୍ଲଡ ପ୍ରି ସ୍କୁଲ, ନୟାପଲ୍ଲୀ ଏବଂ ସୁନ୍ଦରପଡା ଶାଖାର ୩ୟ ବାର୍ଷିକ ଉତ୍ସବ "ସପ୍ତରଙ୍ଗ" ଜୟଦେବ ବିହାର ନିକଟସ୍ଥ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ସାମାଜିକ କର୍ମୀ ରୋଜାଲିନ ପାଟ୍ଟଶାଣୀ, ପ୍ରଫେସର ଡକ୍ଟର ମିହିର ରଞ୍ଜନ ସେଠୀ, ମିସ୍ ଅନନ୍ୟା ରାଉତରାୟ ମିସ୍ ଇଣ୍ଡିଆ ବିଜୟିନୀ, ଏବଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଭା ଆରମ୍ଭରେ ସ୍କୁଲର ଅଧ୍ୟକ୍ଷା ରଶ୍ମି  ମିଶ୍ର ସ୍ଵାଗତ ଅଭିଭାଷଣ ସହ ବାର୍ଷିକ ଉତ୍ସବର ଆଭିମୁଖ୍ୟ ଓ ବିଦ୍ୟାଳୟର  ସଫଳତା ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ପରିଶେଷରେ ସ୍କୁଲର କୁନିକୁନି ପିଲାଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଉଜ୍ବଳ କାମନା କରିଥିଲେ ଯୋଗଦେଇଥିବା ଅତିଥି ବୃନ୍ଦ l ଉପସ୍ଥିତ ଥିବା ଅଭିଭାବକମାନଙ୍କୁ ଅଧ୍ୟକ୍ଷା ରଶ୍ମି ମିଶ୍ର ଆନ୍ତରିକ ଧନ୍ୟବାଦ ଜଣାଇଥିଲେ l

ଟାଟା ଷ୍ଟିଲ୍ କଳିଙ୍ଗନଗର ନୂତନ କଣ୍ଟିନିୟସ ଆନିଲିଂ ଲାଇନରୁ ଆନିଲଡ୍ କଏଲର ପ୍ରଥମ ବ୍ୟାଚ୍ ଉତ୍ପାଦ ଚାଲାଣ l

Image
ଯାଜପୁର /କଳିଙ୍ଗନଗର, ତା  ୧୩/୦୨: - ଟାଟା ଷ୍ଟିଲ କଳିଙ୍ଗନଗରର ଅତ୍ୟାଧୁନିକ କଣ୍ଟିନିୟସ ଆନିଲିଂ ଲାଇନ (ସିଏଏଲ)ର କୋଲ୍ଡ ରୋଲିଂ ମିଲ (ସିଆରଏମ) କମ୍ପେ୍ଲକ୍ସରେ ଥିବା ଅତ୍ୟାଧୁନିକ କଏଲର ପ୍ରଥମ ବ୍ୟାଚ୍ ଉତ୍ପାଦ ଗୁରୁବାର କାରଖାନା ପରିସରରେ ଥିବା କମନ୍ ପ୍ରଡକ୍ଟ ଡେସ୍ପାଚ୍ ୟାର୍ଡରୁ ପଠାଯାଇଛି।  ଟିଏସକେର ଉପାଧ୍ୟକ୍ଷ (ଅପରେସନ୍ସ) ରାଜୀବ କୁମାର ଟିଏସକେ ଜେନେରାଲ ମ୍ୟାନେଜର (ଅପରେସନ୍ସ) କରମବୀର ସିଂ, ଟିଏସକେ ଏବଂ ଏନଆଇଏନଏଲର ଜେନେରାଲ ମ୍ୟାନେଜର (ପ୍ରକଳ୍ପ ଓ ନିର୍ମାଣ) ହରବିନ୍ଦର ସିଂ ଦୀପକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ କମ୍ପାନୀର ଉନ୍ନତ ଉତ୍ପାଦନ କ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ପ୍ଳାଣ୍ଟର କ୍ଷମତା ବାର୍ଷିକ ୩ ନିୟୁତ ଟନ ରୁ ୮ ନିୟୁତ ଟନକୁ ବୃଦ୍ଧି ପାଉଥିବା ବେଳେ କମ୍ପାନୀର ଏହି ପଦକ୍ଷେପ ଟାଟା ଷ୍ଟିଲକୁ ବିକଶିତ ଅଟୋମୋଟିଭ ବଜାରରେ ଅଭିନବ ସମାଧାନ ପ୍ରଦାନ କରିବାରେ ସକ୍ଷମ କରିବ।  ଭବିଷ୍ୟତ ପାଇଁ ପ୍ରସ୍ତୁତ ଉନ୍ନତ ଜ୍ଞାନକୌଶଳରେ ସଜ୍ଜିତ ଏହି ନୂତନ ସିଏଏଲ୍ ବିଶ୍ୱର ଶ୍ରେଷ୍ଠ ତିନି-ବେଞ୍ଚମାର୍କ ଅଟୋମୋଟିଭ୍ ଲାଇନ୍ ମଧ୍ୟରେ ସ୍ଥାନ ପାଇଛି ।...

ବର୍ତ୍ତମାନ ଭାରତର ଯୁବବର୍ଗ କେବଳ କ୍ୟାରିୟର ଗଢ଼ୁ ନାହାଁନ୍ତି ବରଂ ଦେଶ ଗଢୁଛନ୍ତି – ରାଜ୍ୟପାଳ l

Image
ଭୁବନେଶ୍ୱର- ତା ୧୨/୦୨(ବ୍ୟୁରୋ ରିପୋର୍ଟ) :- ବର୍ତମାନ ସମୟରେ ଭାରତର ଯୁବବର୍ଗ କେବଳ ନିଜର କ୍ୟାରିୟର ଗଢୁନ ହାନ୍ତି, ବରଂ ଦେଶ ଗଢ଼ୁଛନ୍ତି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଟି କହିଛନ୍ତି ।  ଆଜି ଅରଗୁଳସ୍ଥିତ ଆଇଆଇଟି ଭୁବନେଶ୍ଵରର ୧୭ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥିଭାବେ  ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଛାତ୍ରଛାତ୍ରୀ-ତଥା-ଫାକଲ୍ଟିମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ  କହିଥିଲେ ଯେ, ଦୃତ ପରିବର୍ତନଶୀଳ ବିଶ୍ୱରେ ଭାରତର ଯୁବକମାନେ ପରିବର୍ତନର ଅଗ୍ରଭାଗରେ ରହିଛନ୍ତି  ଏବଂ ନବସୃଜନ ଓ ଷ୍ଟାପ୍ ଇକୋସିଷ୍ଟମ, ୟୁନିକର୍ଷ ସୃଷ୍ଟି ଏବଂ ଲକ୍ଷ ଲକ୍ଷ ନୂଅ ସୁଯୋଗ ସୃଷ୍ଟି କ୍ଷେତ୍ରରେ ଭାରତ ବିଶ୍ଵର ୩ଟି ଶ୍ରେଷ୍ଠ ଦେଶ ମଧ୍ୟରେ ପରିଗଣିତ ହେଉଛି। ସଂପ୍ରତି ଭାରତର ଯୁବ ବର୍ଗ ଚାକିରି  ନ ଖୋଜି ଚାକିରିଦାତା ହେଉଛନ୍ତି। ଯୁବକମାନଙ୍କ ଉପରେ ଦେଶର ପ୍ରଗାଢ ଆସୁ ରହିଛି ଏବଂ ଆଇଆଇଟିଆନ୍‌ମାନେ ଦୃଢ ବିଶ୍ଵାସ, ସାହସ ଓ ସମ୍ବେଦନଶୀଳତାର ସହ ଦେଶ ଗଠନରେ ଅଗ୍ରଣୀ ଭୂମିକା ନିଭାଇବାକୁ ରାଜ୍ୟପାଳ ଡ. ହରି ବାବୁ କସମ୍ପାଟି ଆହ୍ୱାନ ଜଣାଇଥିଲେ । ଏତଦ ଇ ବ୍ୟତୀତ ଆଇଟିଆନ୍‌ମାନେ ବାସ୍ତବବାଦୀ ଆଶା ଆକାଂକ୍ଷା ଓ ଚିନ୍ତାଧାରା ସହିତ ଆଗକୁ ବଢ଼ିବା, ଲୋକମାନଙ୍କର ଅସ୍ଥିକୁ ସମ୍ମାନ ଜଣାଇବା, ନବସୃଜନ ଚିନ୍ତାଧାରା ସଂପନ୍ନ ହେବା ଏବଂ ...