Posts

ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ପାଳିତ l

Image
ଯାଜପୁର /କଳିଙ୍ଗନଗର, ତା ୦୩/୦୩ : - ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ଓ ନୀଳାଚଳ ଇସ୍ପାତ ନିଗମ (ଏନ୍‌ଆଇଏନଏଲ୍‌) ମିଳିତ ଭାବେ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେତଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ସୋମବାର ଦିନ ପାଳନ କରିଛନ୍ତି।  ଟାଟା ଷ୍ଟିଲ କଳିଙ୍ଗନଗର ଠାରେ ପ୍ରକଳ୍ପ କାର୍ଯ୍ୟାଳୟରୁ ଟିଏସକେ ସେଣ୍ଟରର କର୍ମଚାରୀମାନେ ଆନୁଷ୍ଠାନିକ ପରେଡ କରିଥିଲେ। ବରିଷ୍ଠ ନେତୃବୃନ୍ଦ, କର୍ମଚାରୀ ସଂଘ ପ୍ରତିନିଧି ଏବଂ କର୍ମଚାରୀମାନେ ଜେଏନ୍ ଟାଟାଙ୍କ ଚିରସ୍ଥାୟୀ ପରମ୍ପରାକୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ଏହି ଅବସରରେ ପୁନର୍ବାସ ଓ ଥଇଥାନ କଲୋନୀ ଏବଂ କମ୍ପାନିର ହାଉସିଂ କଲୋନିରେ ସପ୍ତାହବ୍ୟାପୀ ଆୟୋଜିତ ଉତ୍ସବରେ ଟାଟା ପରିବାର ସଦସ୍ୟ ଏବଂ କର୍ମଚାରୀଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମେତ ଅନେକ କ୍ରୀଡ଼ା ପ୍ରତିଯୋଗୀତା ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୋବରଘାଟି, ତ୍ରିଜଙ୍ଗା ଓ ସନସାଇଲୋର ୧୦୦୦ରୁ ଊର୍ଦ୍ଧ୍ୱ ଟାଟା ପରିବାର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଟାଟା ଷ୍ଟିଲ କଳିଙ୍ଗନଗର ଏବଂ ଫେରୋ ଆଲଏଜ୍ ପ୍ଲାଣ୍ଟ ବ୍ରାହ୍ମଣୀପାଳର ମିଳିତ ସହଯୋଗରେ ରେମାଳ ଡ୍ୟାମରେ ଏକ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୭...

କୁମ୍ଭରେ ଓଡ଼ିଶା ଦଳର ଆଲୋକିକ ପ୍ରଦର୍ଶନ – ପରିବେଶ ସୁରକ୍ଷା ପାଇଁ ଏକ ଶକ୍ତିଶାଳୀ ବାର୍ତ୍ତା l

Image
ବ୍ୟୁରୋ ରିପୋର୍ଟ :- କୁମ୍ଭ ୨୦୨୫ ରେ, ଓଡ଼ିଶାର ସଂସ୍କୃତିକ ଦଳ ସଂଗୀତ, ନୃତ୍ୟ ଏବଂ ଗଳ୍ପବଳୀକୁ ଏକ ଅତି ଅଲୋକିକ ଆବେଷି ଏକ ପ୍ରଭାବଶାଳୀ ପରିବେଶ ଜାଗରୁକତା ବାର୍ତ୍ତା ସହ ଏକ ଶକ୍ତିଶାଳୀ ପ୍ରଦର୍ଶନ ଉପସ୍ଥାପନ କଲେ। ସଂସ୍କୃତି ମନ୍ତ୍ରାଳୟ ଦ୍ଵାରା ଚୟନିତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ଧରୋହର ଏବଂ ପ୍ରକୃତି ସହ ତାହାର ଗଭୀର ସମ୍ପର୍କ କୁ ଉଦ୍ଧାର କରିବା ପାଇଁ ବିଶେଷ ଭାବରେ ଆୟୋଜିତ ହୋଇଥିଲା। ଏହି ଶ୍ରେଷ୍ଠ ପ୍ରଦର୍ଶନ ଦର୍ଶକମାନଙ୍କ ଠାରୁ ଅଭୂତପୂର୍ବ ପ୍ରତିକ୍ରିୟା ଲାଭ କରିଲା, ଏବଂ ହଜାରହଜାର ଉପସ୍ଥିତ ମନେ ଗଭୀର ପ୍ରଭାବ ପକାଇଲା। ପୁରସ୍କୃତ ନିର୍ମାତା ଦେବ ମେହେରଙ୍କ ନିର୍ଦ୍ଦେଶନାୟ ଏହି ପ୍ରଦର୍ଶନ, ସଂଗୀତ ନାଟକ ଅକାଦେମି ପୁରସ୍କୃତ ଗାୟିକା ସୁସ୍ମିତା ଦାସଙ୍କ ନେତୃତ୍ୱ ଏବଂ ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶକ ବିଦ୍ୟୁତ ସେଠୀଙ୍କ କୋରିଓଗ୍ରାଫି ତଳେ ଉପସ୍ଥାପିତ ହୋଇଥିଲା। ଓରୋମିରା ଏଣ୍ଟରଟେନମେଣ୍ଟ ଙ୍କ ଏହି ଉତ୍କୃଷ୍ଟ କୌଶଳିକ ପ୍ରଦର୍ଶନ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରକୃତି ସୁରକ୍ଷା ପାଇଁ ଏକ ଜାଗୃତିର ଆହ୍ୱାନ ରୂପେ ପ୍ରକାଶ ପାଇଲା। ପ୍ରଦର୍ଶନର ମୁଖ୍ୟ ଆକର୍ଷଣ: - ଧିତାଙ୍ଗ ଧିତାଙ୍ଗ – ଓଡ଼ିଶାର ଜନଜାତୀୟ ଜ୍ଞାନ ଏବଂ ସଂସ୍କୃତିର ଉତ୍ସବ।  • ସାଇବୋନି ଲାଇବୋନି – ଗ୍ରାମୀଣ ଓଡ଼ିଶାର ଏକ ଘୁମୁରା ନୃତ୍ୟ ଯାହା ଜମି ଏବଂ କୃଷି ଜୀବନର ସଂପର୍କକୁ ଉଜାଗର କରେ।  • ହମ୍ ଯହ...

ବିଶ୍ୱାସ, ପରମ୍ପରା, ଦିବ୍ୟତ୍ୱର ମହାନ୍ ସଙ୍ଗମ ହେଉଛି ତ୍ରିବେଣୀ ସଙ୍ଗମ - ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ୱର, ତା. ୨୩ /୦୨(ବ୍ୟୁରୋ ରିପୋର୍ଟ) :- ମହାକୁମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରୟାଗ ରାଜ୍ ଗସ୍ତ କରି ତ୍ରିବେଣୀ ସଙ୍ଗମ ସ୍ଥଳରେ ସ୍ନାନ କରିଛନ୍ତି। ଏହା ସହିତ ପୂଜା ଓ ଆରତି ମଧ୍ୟ କରିଛନ୍ତି। ଏହି ଅବସରରେ ଗଣ ମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ପ୍ରୟାଗ ରାଜ୍ ତ୍ରିବେଣୀ ସଂଗମରେ ସ୍ନାନ କରିବା ଏକ ଅତ୍ୟନ୍ତ ଆଧ୍ୟାତ୍ମିକ ଅନୁଭବ। ଏହା କେବଳ ଗଙ୍ଗା, ଯମୁନା, ସରସ୍ଵତୀ ର ସଙ୍ଗମ ସ୍ଥଳ ନୁହେଁ, ଏହା ହେଉଛି ବିଶ୍ଵାସ, ପରମ୍ପରା ଓ ଦିବ୍ୟତ୍ୱର ସଙ୍ଗମ ସ୍ଥଳ ବୋଲି ସେ କହିଛନ୍ତି।ଏହି ଅବସରରେ ପ୍ରାର୍ଥନା କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାରତର ଆତ୍ମିକ ଉତ୍ତରଣରେ ପ୍ରଧାନମନ୍ତ୍ରୀଙ୍କର ଗୃରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କ ଦୂରଦୃଷ୍ଟି ଓ ମହାନ୍ ଦୃଷ୍ଟିକୋଣ ଯୋଗୁ ଦେଶର ଛୋଟ ଛୋଟ ଗାଁ ରୁ ବଡ଼ ବଡ଼ ସହର ପର୍ଯ୍ୟନ୍ତ ସମସ୍ତେ ଭାରତୀୟତାର ମହାନ୍ ଅନୁଭବରେ ଉଦବୁଦ୍ଧ ହୋଇଛନ୍ତି। ତାଙ୍କ ପ୍ରେରଣାରେ ଦେଶ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ମତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ...

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ ହେବ- ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ୱର, ତା ୨୨/୦୨(ବ୍ୟୁରୋ ରିପୋର୍ଟ) :- ସୌଭାଗ୍ୟଦାୟିନୀ ଶକ୍ତିର ପ୍ରତିରୂପ ହେଉଛନ୍ତି ଆମ ସୁଭଦ୍ରା ମା’ ମାନେ । ସୁଭଦ୍ରା ମା’ମାନଙ୍କ ମଧ୍ୟରେ ରହିଛି ଅସୀମ ଶକ୍ତି । ତେଣୁ, ସେମାନେ ହେଉଛନ୍ତି “ସୁଭଦ୍ରା ଶକ୍ତି”। ସୁଭଦ୍ରା ମା’ମାନଙ୍କ ସେଇ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ଆମ ସରକାର, ଆଜି ଏହି “ସୁଭଦ୍ରା ଶକ୍ତି” ମେଳାର ଆୟୋଜନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଜନତା ମୈଦାନ ଠାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଉଦ୍‌ଘାଟନୀ ସମାରୋହରେ କହିଛନ୍ତି ।  ଆଜି ଆରମ୍ଭ ହୋଇଥିବା ଏହି ସୁଭଦ୍ରା ଶକ୍ତି ମେଳାରେ ୭୦୦ ରୁ ଅଧିକ ଏସଏଚଜି ମାନେ ୩୦୦ ରୁ ଅଧିକ ଷ୍ଟଲରେ ୨୦୦ରୁ ଅଧିକ ସାମଗ୍ରୀର ପ୍ରଦର୍ଶନ କରିଛନ୍ତି । ଏହି ମେଳା ୯ ଦିନ ଧରି ଚାଲିବ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କଳାକୃତି, ମିଲେଟ ଓ ଅର୍ଗାନିକ ଉତ୍ପାଦ, ଖାଦ୍ୟ ଓ ମସଲା ସାମଗ୍ରୀ, ଟେରାକୋଟା ଓ ବାଉଁଶ ଶିଳ୍ପ ଆଦି ଅନେକ ଉତ୍ପାଦ ସ୍ଥାନ ପାଇଛି ।   ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ମେଳା କେବଳ ଏକ ସାଧାରଣ ପ୍ରଦର୍ଶନୀ ନୁହେଁ । ଏହା ଆମ ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ସଫଳତାର କାହାଣୀ । ସେମାନଙ୍କ ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ । ଆମ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ,...

୭୩ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ – ୨୦୨୫ ଶୁଭାରମ୍ଭ l

Image
କଟକ, ତା ୨୨/୦୨(ବ୍ୟୁରୋ ରିପୋର୍ଟ) :- ଆଜି କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୩ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ – ୨୦୨୫ ଶୁଭାରମ୍ଭ ହୋଇ ଯାଇଛି । ଶ୍ରୀ ଆର. ପି. କୋଚେ, ଆଇପିଏସ, ନିର୍ଦ୍ଦେଶକ, ଗୁଇନ୍ଦା, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ ।  ଖେଳ ପରସ୍ପର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ। ଏଭଳି ଚାମ୍ପିୟନସିପ ପୋଲିସ ଅଧିକାରୀ/ କର୍ମଚାରୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି, ଅନୁଶାସନ ତଥା କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ବୃଦ୍ଧି ପାଇଥାଏ ବୋଲି ଗୁଇନ୍ଦା ନିର୍ଦେଶକ ଶ୍ରୀ କୋଚେ ମତବ୍ୟକ୍ତ କରିଥିଲେ । ରାଜ୍ୟ, ଜିଲ୍ଲା, ରେଞ୍ଜ ସ୍ତରର ଖେଳାଳିମାନେ ଏହି ଟୁର୍ନାମେଣ୍ଟରେ ସାମିଲ ହୋଇଥିବାରୁ ପରସ୍ପର ମଧ୍ୟରେ ଉତ୍ତମ ସମ୍ମନ୍ଵୟ ସୃଷ୍ଟିହେବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ।  ଏହି ଅବସରରେ ଚାମ୍ପିୟନସିପ ଆୟୋଜନ ଓ ପରିଚାଳନା ନିମନ୍ତେ ସେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ଧନ୍ଯବାଦ ଜଣାଇଥିଲେ।  ଏହି ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ରେଞ୍ଜ ଏବଂ ବାଟାଲିୟନରୁ ୪୧ ଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୭୯୭ ଜଣ ଖେଳାଳି ସାମିଲ ହୋଇଛନ୍ତି। ୬୬୫ ଜଣ ପୁରୁଷ ଓ ୧୩୨ ...

ଟାଟା ଷ୍ଟିଲ୍ କଳିଙ୍ଗନଗରରେ ରକ୍ତଦାନ ଶିବିରରେ ୫୦୦ ୟୁନିଟ୍ ରକ୍ତ ସଂଗ୍ରହ l

Image
ଯାଜପୁର /କଳିଙ୍ଗନଗର, ତା.୨୦/୦୨ :- ଟାଟା ଷ୍ଟିଲ୍ କଳିଙ୍ଗନଗରର ଗ୍ରୀନ୍ ଟ୍ରାନ୍ସପୋର୍ଟ ପାର୍କରେ ଗୁରୁବାର ଦିନ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଟାଟା ଷ୍ଟିଲ୍ କର୍ମଚାରୀମାନଙ୍କ ବ୍ୟତୀତ, ଠିକା କର୍ମଚାରୀ ଏବଂ ଭେଣ୍ଡର ଅଂଶୀଦାରମାନେ ୫୦୦ ୟୁନିଟ୍ ରକ୍ତ ଦାନ କରିଥିଲେ ।  ଏହି ରକ୍ତଦାନ ଶିବିର ଟାଟା ଷ୍ଟିଲ କଳିଙ୍ଗନଗର ଲଜିସ୍ଟିକ୍ସ ବିଭାଗ, ଆମ ଓଡ଼ିଶା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର ଏବଂ ରେଡକ୍ରସ୍ ରକ୍ତଭଣ୍ଡାର, କଟକର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା ।  ଏହି ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଜେନେରାଲ ମ୍ୟାନେଜର (ଅପରେସନ୍ସ) କରମବୀର ସିଂହ, ଟିଏସକେ ଏବଂ ଟିଏସଏମ ସୁରକ୍ଷା ବିଭାଗ ଚିଫ୍ ସଞ୍ଜୟ ପ୍ରକାଶ, ସମ୍ବାଦର ଜିଲ୍ଲା ପ୍ରତିନିଧି ସଂଗ୍ରାମ ସିଂହ ଏବଂ ଆମ ଓଡ଼ିଶା ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗରର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। । ଉଦ୍‌ଯାପନୀ ସମାରୋହରେ ଆଶୁତୋଷ କୁମାର , ଚିଫ୍‌, ଷ୍ଟିଲ୍ ମେଲ୍ଟିଙ୍ଗ ସପ୍ ଙ୍କ ସହ ଟାଟା ଷ୍ଟିଲ୍ କଳିଙ୍ଗନଗରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିବା ସହିତ ଚାରା ପ୍ରଦାନ କରିଥିଲେ। ଟାଟା ଷ୍ଟିଲ୍ କଳିଙ୍ଗନଗରର ଲଜିଷ୍ଟିକ୍ସ ବିଭାଗ ନେତୃତ୍ୱରେ ଏହି ପଦକ୍ଷେପର ଲକ୍ଷ୍ୟ ରକ୍ତ ...

କିଡଜୀ ୱାର୍ଲଡ ପ୍ରି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- କିଡ଼ଜୀ ୱାର୍ଲଡ ପ୍ରି ସ୍କୁଲ, ନୟାପଲ୍ଲୀ ଏବଂ ସୁନ୍ଦରପଡା ଶାଖାର ୩ୟ ବାର୍ଷିକ ଉତ୍ସବ "ସପ୍ତରଙ୍ଗ" ଜୟଦେବ ବିହାର ନିକଟସ୍ଥ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ସାମାଜିକ କର୍ମୀ ରୋଜାଲିନ ପାଟ୍ଟଶାଣୀ, ପ୍ରଫେସର ଡକ୍ଟର ମିହିର ରଞ୍ଜନ ସେଠୀ, ମିସ୍ ଅନନ୍ୟା ରାଉତରାୟ ମିସ୍ ଇଣ୍ଡିଆ ବିଜୟିନୀ, ଏବଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଭା ଆରମ୍ଭରେ ସ୍କୁଲର ଅଧ୍ୟକ୍ଷା ରଶ୍ମି  ମିଶ୍ର ସ୍ଵାଗତ ଅଭିଭାଷଣ ସହ ବାର୍ଷିକ ଉତ୍ସବର ଆଭିମୁଖ୍ୟ ଓ ବିଦ୍ୟାଳୟର  ସଫଳତା ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ପରିଶେଷରେ ସ୍କୁଲର କୁନିକୁନି ପିଲାଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଉଜ୍ବଳ କାମନା କରିଥିଲେ ଯୋଗଦେଇଥିବା ଅତିଥି ବୃନ୍ଦ l ଉପସ୍ଥିତ ଥିବା ଅଭିଭାବକମାନଙ୍କୁ ଅଧ୍ୟକ୍ଷା ରଶ୍ମି ମିଶ୍ର ଆନ୍ତରିକ ଧନ୍ୟବାଦ ଜଣାଇଥିଲେ l