କରୋନା ପରିସ୍ଥିତି କୁ ଦେଖି ଲକ୍ ଡାଉନ୍ ସମୟ ବଢ଼ାଇଲେ ସରକାର I

ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପୁଣି ଲକଡାଉନ କଟକଣା ବଢ଼ାଇଲେ। ପୁଣି ୧୬ ଦିନ ଲକ୍ଡାଉନ ବଢ଼ାଇଲେ ସରକାର। ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର। ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକ୍ଡାଉନ୍। ସପ୍ତାହାନ୍ତ ଶଟ୍ଡାଉନ କଟକଣା ପୂର୍ବଭଳି ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ମେ ୨୨ ତାରିଖରେ ସର୍ବାଧିକ ୧୨,୮୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ୟାସ୍ ପାଇଁ ଟେଷ୍ଟ କମା ଯାଇଥିଲା। ଯାହାଫଳରେ କରୋନା ପଜିଟିଭ ସଂଖ୍ୟା କମିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ମଧ୍ୟ ସଂକ୍ରମଣ କମିଛି। ଆଜି ରାଜ୍ୟରେ ୯୫୪୧ କରୋନା ଆକ୍ରାନ୍ତ ଚିହ୍ନିତ ହୋଇଛନ୍ତି। ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ ବୋଲି ଧରିବାକୁ ହେବ ବୋଲି ଏସିଏସ୍ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେପଟେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିଛି। ଏହା ଆମ ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଜିଲ୍ଲାର ସଂକ୍ରମଣ କମୁଛି। ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ମଧ୍ୟ ବିପଦ ରହିଛି। ସେଥିପାଇଁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାକୁ ସିଲ୍ କରାଯାଇଛି ବୋଲି ଏସିଏସ୍ କହିଛନ୍ତି। ରାଜ୍...