ସୁକିନ୍ଦାରେ ନୂତନ ତିନିଜଣ ପ୍ରଶାସନିକ ସେବା ଅଧିକାରୀଙ୍କ ଯୋଗଦାନ l

               ତହସିଲଦାର କାବେରୀ ମୁଦୁଲି 
ଯାଜପୁର(କଳିଙ୍ଗନଗର) :-ଯାଜପୁର ଜିଲ୍ଲାର ସୁକିନ୍ଦାରେ ଓଡିଶା ପ୍ରଶାସନିକ ସେବାର ତିନିଜଣ ଅଧିକାରୀ ବିଭିନ୍ନ ପଦବୀରେ ଯୋଗଦେଇଛନ୍ତି l ସୁକିନ୍ଦା ତହସିଲଦାରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିବାପରେ ଦାନଗଦୀ ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ଅସ୍ଥାୟୀ ଭାବେ ଦାୟିତ୍ୱରେ ରହିଥିଲେ l ସମ୍ପ୍ରତି କାବେରୀ ମୁଦୁଲି ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି l
           
.         ବିଡିଓ ତାପସ କୁମାର ସେଠୀ 
    ସୁକିନ୍ଦା ବିଡ଼ିଓ ପଦୋନ୍ନତି ପାଇ ବଦଳି ହୋଇଯିବାପରେ ଦାନଗଦୀ ବିଡ଼ିଓ ଡା. ମଣି ପ୍ରସାଦ ମିଶ୍ର ଅସ୍ଥାୟୀ ଭାବେ ଦାୟିତ୍ୱରେ ରହିଥିଲେ l ଗତ ୩ ତାରିଖରେ ବାଲେଶ୍ୱରର ଡେପୁଟି କଲେକ୍ଟର ତାପସ କୁମାର ସେଠୀ ନୂତନ ବିଡ଼ିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି l
       ଜଳସେଚନ ପ୍ରକଳ୍ପ ଭୂଅର୍ଜନ ଅଧିକାରୀ                              ନବକିଶୋର ଜେନା 
      ଜଳସେଚନ ବିଭାଗ ରେଙ୍ଗାଲି ପ୍ରକଳ୍ପ ସ୍ୱତନ୍ତ୍ର ଭୁଅର୍ଜ୍ଜନ ଅଧିକାରୀ ଭାବେ ଭଦ୍ରକର ତହସିଲଦାର ତଥା ୨୦୧୫ ଜୁଲାଇ ମାସରୁ ୨୦୧୮ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସୁକିନ୍ଦା ତହସିଲଦାର ଭାବେ ଦକ୍ଷତାର ସହ କାର୍ଯ୍ୟକରିଥିବା ନବ କିଶୋର ଜେନା ଗତ ୫ ତାରିଖରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି l(ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !