କଟକ ରେଳ ସୁରକ୍ଷା ବଳ ଦ୍ବାରା ଟଙ୍କା ଭର୍ତ୍ତି ବ୍ୟାଗ୍ ଜବଦ l

କଟକ(ବ୍ୟୁରୋ ରିପୋର୍ଟ) :-କଟକ ରେଳ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ ହୋଇଛି । ଜବତ ହୋଇଥିବା ୪ଟି ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ମିଳିଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷରୁ ଅଧିକ । ୪ଟି ବ୍ୟାଗରେ ଭର୍ତ୍ତି ହୋଇ ରହିଛି କେବଳ ୧୦ ଓ ୨୦ ଟଙ୍କିଆ ନୋଟ୍ । ଭୁବନେଶ୍ୱରରୁ ଦିଲ୍ଲୀ ଗଲା ବେଳେ ବ୍ୟାଗ୍ ଜବତ କରିଛି ଆରପିଏଫ୍ ।
ରାଜଧାନୀ ଏକ୍ସପ୍ରେସରେ ଗଲା ବେଳେ ଆରପିଏଫ୍ ଧରିଥିବା ସୂଚନା ମିଳିଛି । ଟଙ୍କା ବ୍ୟାଗ୍ ଧରି ଦିଲ୍ଲୀ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା ଚାଲିଛି । ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଟଙ୍କା ନେଇ ଯାଉଥିବା ବ୍ୟକ୍ତିଙ୍କ ନାଁ ଏ.କେ. ସ୍ୱାଇଁ ବୋଲି ଜଣାପଡିଛି ।
 କାହା ପାଖକୁ ଟଙ୍କା ପଠାଯାଉ ଥିଲା ବୋଲି ପ୍ରଶ୍ନ ପଚାରିବାରୁ ଏ.କେ. ସ୍ୱାଇଁ କୌଣସି ଉତ୍ତର ଦେଇ ନାହାନ୍ତିି । ଘଟଣାରେ ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !